• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ରାମ ଜନ୍ମଭୂମିରେ ଭୟଙ୍କର ଘଟଣା। ଯାହା ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାମ ଜନ୍ମଭୂମି ପରିସରରୁ ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ଯୁବକ ଜଣକ ନିଜେ ପିନ୍ଧିଥିବା ଚଷମାରେ ଗୁପ୍ତ କ୍ୟାମେରା ଲଗାଇଥିଲେ, ଯାହା ମାଧ୍ୟମରେ ସେ ରାମ ମନ୍ଦିର ପରିସରରେ ବୁଲି ଫଟୋ କ୍ଲିକ୍ କରୁଥିଲେ ବୋଲି ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଉତ୍ତରପ୍ରଦେଶର ଭଦୋଦରା ନିବାସୀ । ପୋଲିସ ତାଙ୍କୁ ଗିରଫ କରି ପଚରାଉଚରା କରୁଛି। 

କେମିତି ଧରାପଡ଼ିଲେ ଯୁବକ ? 

ତେବେ ଘଟଣାସ୍ଥଳରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ସନ୍ଦେହ ହେବାରୁ ସେ ଚଷମା ଯାଞ୍ଚ କରିଥିଲେ । ଯାଞ୍ଚରେ ଚଷମା ଭିତରୁ ଏକ ଗୁପ୍ତ କ୍ୟାମେରା ମିଳିଥିଲା । ଗିରଫ ଯୁବକଙ୍କୁ ପୋଲିସ ପଚରାଉଚରା କରୁଛି । ଗୁଇନ୍ଦା ଏଜେଣ୍ଟମାନେ ତଦନ୍ତ ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ଅଯୋଧ୍ୟାରେ ଅବସ୍ଥିତ ରାମ ମନ୍ଦିର ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ଭକ୍ତ ଏବଂ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମଧ୍ୟ ଆଲର୍ଟ ମୋଡରେ ରହିଛି । ଭକ୍ତଙ୍କ ସୁବିଧା ପାଇଁ ଏଠାରେ ବିଭିନ୍ନ ବ୍ୟବସ୍ଥା କରାଯାଉଛି । 

ଅଧିକ ପଢ଼ନ୍ତୁ:  ରାଜଧାନୀରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ବିଚ୍ ରାସ୍ତାରେ ଫିଙ୍ଗିଦେଲେ !

ଚଷାମାରେ କେମିତି ଫଟୋ ଉଠାଉଥିଲେ ? 

ଫ୍ୟାଶନ୍‌ ଇଣ୍ଡଷ୍ଟ୍ରିରେ ଷ୍ଟାଇଲ୍‌ ଓ ଟେକ୍ନୋଲୋଜିରେ ନୂଆ ଟ୍ରେଣ୍ଡ୍‌ ଭାବେ ହାଇ-ଟେକ୍‌ ଚଷମା ବଜାରକୁ ଆସିଛି । ଏହି ସ୍ମାର୍ଟ ରେ-ବ୍ୟାନ୍‌ ଚଷମାରେ ଅନେକ ବୈଶିଷ୍ଟ୍ୟଯୁକ୍ତ ଏକ ଚିପ୍‌ ଲାଗିଛି, ଯାହା ସାଧାରଣ ଚଷମାଠୁ ଭିନ୍ନ । ଚଷମାର ପ୍ରତ୍ୟେକ ଲେନ୍ସର ଧାରରେ ୧୨-ମେଗାପିକ୍ସେଲର ଅଲ୍‌ଟ୍ରା-ୱାଇଡ୍‌ କ୍ୟାମେରା ଲାଗିଛି, ଯାହା ସୁନ୍ଦର ଫଟୋ ଓ ଭିଡିଓ ରେକର୍ଡ କରିପାରେ । ୟୁଜର୍‌ ଏହା ଜରିଆରେ ୬୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ୧୦୮୦ପି ଭିଡିଓ ରେକର୍ଡ କରିପାରିବେ ଏବଂ ଏଆଇ ଓ ଭଏସ୍‌ କମାଣ୍ଡ ମାଧ୍ୟମରେ ତାକୁ ନିଜର ସମ୍ପର୍କୀୟଙ୍କୁ ଶେୟାର କରିପାରିବେ । 

ଅତ୍ୟାଧୁନିକ ଟେକ୍ନୋଲୋଜିଯୁକ୍ତ ଏହି ଚଷମାରେ ଓପନ୍‌-ଇୟର ଅଡିଓ ସିଷ୍ଟମ୍‌ ରହିଛି । ଆଖପାଖ ଲୋକଙ୍କୁ ହଇରାଣ ନ କରି ଫୋନ୍‌ କଲ୍‌ର ସୁବିଧା ଏହା ପ୍ରଦାନ କରେ । ସ୍ପଷ୍ଟ ଭଏସ୍‌ କମାଣ୍ଡ୍‌ ଓ ରେକର୍ଡିଂ ପାଇଁ ୫-ମାଇକ୍ରୋଫୋନ୍‌ ସିଷ୍ଟମ୍‌ ରହିଛି । ସ୍ପର୍ଶ-ରହିତ ଭଏସ୍‌ ଓ ଟଚ୍‌ କଣ୍ଟ୍ରୋଲ ସୁବିଧା ଏହା ପ୍ରଦାନ କରେ, ଯାହା ମାଧ୍ୟମରେ ୟୁଜର୍‌ ଫୋନ୍‌ କଲ୍‌ କରିପାରିବେ । ମେସେଜ୍‌ ମଧ୍ୟ ପଠାଇପାରିବେ । ଫୋନ୍‌ ନ ଧରି ବିଭିନ୍ନ ଫିଚର୍‌କୁ ନିୟନ୍ତ୍ରଣ କରିପାରିବେ । 

OTV is now on Whatsapp

Join and get latest news update delivered to you via whatsapp

Join Now