Advertisment

ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁ ମୃତ, ଅଧାରେ ରହିଗଲା ଦିଅଁ ଦର୍ଶନ...

ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ବାହାରି ଥିବାବେଳେ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Karnataka Road Accident

6 Devotees Dies As Their Vehicle Rams Into tree In Karnataka

ଅଧାରେ ରହିଗଲା ଦିଅଁ ଦର୍ଶନ। ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ବାହାରି ଥିବାବେଳେ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକ ସାଭାଦତ୍ତି ଟାଉନରେ ଥିବା ଏକ ମନ୍ଦିରକୁ ଯିବାବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି। କର୍ଣ୍ଣାଟକ ବେଲାଗଭି ଜିଲ୍ଲାର ହୁଲ୍‌କୁନ୍ଦା ଗାଁରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକ ହେଲେ- ହନୁମାପ୍ପା(୨୫), ଦୀପା(୩୧), କୁମାରୀ ସବିତା(୧୧), ମାରୁଥି(୪୨) ଓ ଇନ୍ଦ୍ରା(୨୪)। ସମସ୍ତ ମୃତକ ହୁଲ୍‌କୁନ୍ଦା ଗାଁର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ରାମଧୁର୍ଗା ଜିଲ୍ଲାର ହୁଲ୍‌କୁନ୍ଦା ଗାଁରୁ ୨୩ ଜଣ ଶ୍ରଦ୍ଧାଳୁ ପିକ୍‌ଅପ୍‌ ଭ୍ୟାନ୍‌ରେ ଭଗବାନଙ୍କ ଦର୍ଶନ ପାଇଁ ୟେଲ୍ଲାମା ମନ୍ଦିର ବାହାରି ଥିଲେ। ଯାତ୍ରା ଆରମ୍ଭର ମାତ୍ର କିଛି ସମୟ ପରେ ସେମାନଙ୍କ ଗାଡ଼ି ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ୍‌ ନେବା ବାଟରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ଆହତ ଅନ୍ୟ ୧୬ ଜଣଙ୍କୁ ଗୋକକ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏକ ମାମଲା ରୁଜୁ କରିବା ସହ ପୋଲିସ୍‌ ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ: ଗଭୀର ଖାତକୁ ଖସିପଡ଼ିଲା ‍ବସ୍‌, ୧୬ ଯବାନ ସହିଦ

ଅନ୍ୟପକ୍ଷେ, ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାକୂଳ ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ଉପଯୁକ୍ତ ଚିକତ୍ସା ପ୍ରଦାନ ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। 

Advertisment
Road Accident Accident
Advertisment
Advertisment