Mumbai
ମୁମ୍ବାଇରେ ବଡ଼ ଅଘଟଣ ଘଟିଛି। ଖସିଲା ୩୫ ବର୍ଷ ପୁରୁଣା ବିଲଡିଂର ସ୍ଲାବ। ଏଥିରେ ୩ ପ୍ରବାସୀ ଓଡ଼ିଆଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୬ ଜଣ ଆହତ ହୋଇଛନ୍ତି। ମୁମ୍ବାଇର କଲ୍ୟାଣରେ ଏହି ଅଘଟଣ ଘଟିଛି। ମୃତକଙ୍କ ଭିତରେ ଅଛନ୍ତି ଓଡ଼ିଶାର ଗୋଟିଏ ପରିବାର ୩ ଜଣ ଓ ଆହତ ହୋଇଛନ୍ତି ଆଉ ୨ ଜଣ।
ଅଧିକ ପଢ଼ନ୍ତୁ: ଝିଅ ପାଇଁ ବଢ଼ିଲାକି ବାପାଙ୍କ ସମ୍ପତ୍ତି ? କରିଦେଲେ ୪ଟା ହୋଟେଲ୍...
ମୃତକ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅନ୍ତର୍ଗତ ନୂଆଁ ଗାଁର ପ୍ରମିଳା ସାହୁ ଏବଂ ତାଙ୍କର ଦୁଇ ଝିଅ ସୁନୀତା ସାହୁ ଓ ସୁଜାତା ପାଢ଼ୀ। ପ୍ରମିଳା ଦୁଇ ଝିଅଙ୍କୁ ଭେଟିବା ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ସେ କଣ ଜାଣିଥିଲେ ଏହି ଦେଖା ସେମାନଙ୍କ ଜୀବନର ଶେଷ ଦେଖା ହେବ ବୋଲି। ମାଆ ଓ ଦୁଇ ଝିଅ ସାଥି ହୋଇ ଏମିତି ଅକାଳରେ ଆରପାରିକୁ ଚାଲିଯିବେ କେହି ବିଶ୍ୱାସ କରି ପାରୁ ନାହାନ୍ତି।
ପ୍ରମିଳାଙ୍କ ନାତି ଓ ନାତୁଣୀ ଆହତ ହୋଇଛନ୍ତି। ଘରେ ଦୁଇ ଝିଅଙ୍କ ସହ ବସି କଥା ହେବା ବେଳେ ଚତୁର୍ଥ ମହଲାର ସ୍ଲାବ ଭୁଶୁଡ଼ି ପଡ଼ିଥିଲା। ଭଗ୍ନାଂବଶେଷ ତଳ ମହଲାରେ ପଡ଼ିବାରୁ ଚାପି ହୋଇଥିଲେ ୧୧ ଜଣ। ପ୍ରାୟ ୪ ଘଣ୍ଟାର ରେସକ୍ୟୁ ଅପରେସନରେ ଭଗ୍ନାଂବଶେଷ ତଳୁ ମୃତାହତଙ୍କୁ ଉଦ୍ଧାର କରିଥିଲେ ଅଗ୍ନିଶମ ବାହିନୀ, ପୋଲିସ ଓ ସ୍ଥାନୀୟ ଲୋକ।
ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍। ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mumbai_1747801654.jpg)