Advertisment

ସାରା ଦେଶରେ କେବେ ମିଳିବ 5G ସେବା ? ପ୍ରତିଶ୍ରୁତି ଦେଲେ ଅମ୍ବାନି

5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆଜିଠୁ ଆରମ୍ଭ ହୋଇଛି 5G ସେବା । ଦିଲ୍ଲୀ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ସେବା ୧୩ଟି ପ୍ରମୁଖ ସହରରେ ଉପଲବ୍ଧ ହେବ।

author-image
Minati Mishra
ଅଦ୍ୟତନ ହୋଇଛି
Mukesh Ambani Promises  about  5G Service

Mukesh Ambani Promises about 5G Service

5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆଜିଠୁ ଆରମ୍ଭ ହୋଇଛି 5G ସେବା । ଦିଲ୍ଲୀ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ସେବା ୧୩ଟି ପ୍ରମୁଖ ସହରରେ ଉପଲବ୍ଧ ହେବ।

Advertisment

ହେଲେ ମୋବାଇଲ ୟୁଜର୍ସଙ୍କ ମନରେ ପ୍ରଶ୍ନ, ଅନ୍ୟ ସ୍ଥାନରେ କେବେ ମିଳିବ 5G ସେବା ? ଏ ନେଇ ରିଲାଏନ୍ସ ଜିଓ ମୁଖ୍ୟ ମୁକେଶ ଅମ୍ବାନୀ ଶନିବାର କହିଛନ୍ତି ୨୦୨୩ ଡିସେମ୍ବର ସୁଦ୍ଧା ସମଗ୍ର ଦେଶରେ 5G ସେବା ଉପଲବ୍ଧ ହେବ। ଟେଲିକମ ଫାର୍ମ ରିଲାଏନ୍ସ ଜିଓ ଏହି ସେବା ସାରା ଦେଶରେ ଯୋଗାଇ ଦେବ।

ଚଳିତ ମାସରେ 5G ସେବା ଯୋଗାଇ ଦେବାପାଇଁ ଜିଓ ଦ୍ରୁତଗତିରେ ଲାଗିପଡ଼ିଛି। IMC 2022ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅମ୍ବାନୀ କହିଛନ୍ତି, ଜିଓ ସୁଲଭ ମୂଲ୍ୟରେ ଏହି ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ତେବେ ୨୦୨୩ ଡିସେମ୍ବର ସୁଦ୍ଧା ଦେଶର କୋଣ ଅନୁକୋଣରେ ଏହି ସେବା ଉପଲବ୍ଧ କରାଇବ।

Advertisment

ଏଠି କହିରଖିବୁ, ଏବେ ଦେଶର ମାତ୍ର ୧୩ଟି ସହରରେ ଏହି 5G ସେବା ମିଳିପାରିବ। ଏହି ସହରଗୁଡିକ ହେଉଛି ଦିଲ୍ଲୀ, କୋଲକତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ୍, ବେଙ୍ଗଲୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, ଲକ୍ଷ୍ନୌ, ପୁଣେ ।

Mukesh Ambani Reliance Jio 5G-Ready Network
Advertisment
Advertisment