ବେଇମାନୀ ତୁର୍କୀକୁ ବୟକଟ୍
ପାକିସ୍ତାନ ସହ ଲଢ଼େଇ ବେଳେ ଶତ୍ରୁ ଦେଶକୁ ସାହାଯ୍ୟ କରି ଦେଶବାସୀଙ୍କ ଆକ୍ରୋଶରେ ଶିକାର ହୋଇଛି ତୁର୍କି । ଭାରତ-ପାକିସ୍ତାନ ଉତ୍ତେଜନା ବେଳେ ଶତ୍ରୁକୁ ଅସ୍ତ୍ରଶସ୍ତ୍ର ଏବଂ ସାଜ ସରଞ୍ଜାମ ଯୋଗାଇ ଦେଇ, ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ରାଷ୍ଟ୍ର ବିରୋଧରେ ଆରମ୍ଭ ହୋଇଛି ବୟକଟ୍ ଅଭିଯାନ । ଏ ଅଭିଯାନ କେବେଳ କୁଟନୈତିକ କି ରାଜନୈତିକ ସ୍ତରରେ ନୁହେଁ, ବରଂ ବାଣିଜ୍ୟଠୁ ଆରମ୍ଭ କରି ପ୍ରତ୍ୟେକ ଭାରତୀୟଙ୍କ ପର୍ଯ୍ୟନ୍ତ ସାଧାରଣ ସ୍ତରରେ ପହଞ୍ଚିଛି ।
ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ଭାରତ ସହ ବେଇମାନୀ କରି ଭାରତୀୟଙ୍କ ଆକ୍ରୋଶରେ ତୁର୍କୀ । ଶତ୍ରୁଦେଶକୁ ସହାୟତା, ଆଉ ଅସମୟରେ ସାହାଯ୍ୟ ପାଇ ଭୁଲି ଯାଇଥିବା ତୁର୍କୀକୁ ଭାରତର କଡ଼ା ଜବାବ । କୁଟନୀତିରୁ ରାଜନୀତି, ବାଣିଜ୍ୟରୁ ପର୍ଯ୍ୟଟନ, ଏବେ ତୁର୍କୀ ସହ ସବୁ ସମ୍ପର୍କ ଛିନ୍ନ ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ଦେଶବାସୀ ।
ଅଧିକ ପଢ଼ନ୍ତୁ: ‘ଅପରେସନ ସିନ୍ଦୂର’ ପରେ ଭାରତର ଅଜେୟ ଯୁଦ୍ଧାସ୍ତ୍ର ଉପରେ ବିଶ୍ବର ଆଖି, ସବୁଠୁ ବେଶି ରହିଛି ବ୍ରହ୍ମୋସର ଡିମାଣ୍ଡ
ମେ’ ୭ରେ ଭାରତ ଯେତେବେଳେ, ପାକିସ୍ତାନଠୁ ପହଲଗାମ୍ ଆକ୍ରମଣର ବଦଲା ନେଉଥିଲା, ଠିକ୍ ସେତିକିବେଳେ ପାକିସ୍ତାନ ସହ ହାତ ମିଶାଇ ଭାରତ ପିଠିରେ ଛୁରି ଭୁଷୁଥିଲା ତୁର୍କୀ । ଏପ୍ରିଲ ୭, ୮ ଓ ୯ ତାରିଖରେ ପାକିସ୍ତାନ ସୀମା ଡେଇଁ ଭାରତ ଭିତରକୁ ଆକ୍ରମଣ ପାଇଁ ମାଡି ଆସୁଥିଲା ତୁର୍କୀ ନିର୍ମିତ ଆତ୍ମଘାତୀ ଡ୍ରୋନ୍ । ଏ ଯୁଦ୍ଧରେ ପାକିସ୍ତାନ ସେନା ୩୦୦ରୁ ୪୦୦ ସୋନଗର ଓ ୟାହିଆ ଡ୍ରୋନ୍ ବ୍ୟବହାର କରିଥିବା ସୂଚନା ମିଳିଛି ।
କେବେଳ ସେତିକି ନୁହେଁ, ଡ୍ରୋନର ପରିଚାଳନା ଓ ଉଡ଼ାଣ ପାଇଁ ଟେକନିସିଆନ୍ ବି ଯୋଗାଇ ଦେଇଥିଲା ତୁର୍କୀ । ହେଲେ ଭାରତୀୟ ସେନାର ଠିକଣା ଜବାବ ଓ ନିର୍ଭୁଲ ନିଶାନା ଯୋଗୁଁ ଅକାମୀ ହୋଇଥିଲା ତୁର୍କୀର ସବୁ ଡ୍ରୋନ । ଆଉ ନିହତ ହୋଇଥିଲେ ଦୁଇ ତୁର୍କୀ ଅପରେଟର । ଏ ଘଟଣା ଏବେ ସାମ୍ନାକୁ ଆସିବା ପରେ ଖୋଲିଯାଇଛି ତୁର୍କୀର ଅସଲ ଚେହେରା । ତେଣୁ ତୁର୍କୀ ସହ ସବୁ ସମ୍ପର୍କ ଛିନ୍ନ କରିବାକୁ ସବୁ ସ୍ତରରେ ଆରମ୍ଭ ହୋଇଛି ବିରୋଧ ।
ଭାରତ ଓ ତୁର୍କୀ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ବେଶ୍ ପୁରୁଣା । କିନ୍ତୁ ଏବେର ଏ ବୟକଟ୍ ତୁର୍କୀ ଟ୍ରେଣ୍ଡ୍ ପରେ ଗୁରୁତର ପ୍ରଭାବିତ ହେବାକୁ ଯାଉଛି ଦ୍ବିପାକ୍ଷିକ ବ୍ୟବସାୟିକ ସମ୍ପର୍କ । ଭାରତ, ତୁର୍କୀରୁ ସେଓ, ଡ୍ରାଇ ଫ୍ରୁଟ୍ସ, ମସଲା, ମାର୍ବଲ, ସୁନା, ଚୂନ ପଥର, ସିମେଣ୍ଟ ଓ ଖଣିଜ ସାମଗ୍ରୀ ଆଦି ଆମଦାନୀ କରୁଛି ।
ସେପଟେ ତୁର୍କୀ ଭାରତଠୁ ଖଣିଜ ଇନ୍ଧନ ଓ ତୈଳ ସହ ବୈଦ୍ୟୁତିକ ମେସିନ୍, ଗାଡ଼ି ଏବଂ ଗାଡ଼ି ଯନ୍ତ୍ରାଂଶ, ଅର୍ଗାନିକ କେମିକାଲ୍ସ, ଔଷଧୀୟ ସାମଗ୍ରୀ, ଲୁହା, ଷ୍ଟିଲ ଏବଂ ପ୍ଲାଷ୍ଟିକ ଭଳି ଅନେକ ସାମଗ୍ରୀ ଉପରେ ନିର୍ଭରଶୀଳ । ଉଭୟ ଦେଶ ମଧ୍ୟରେ ଗତ ଆର୍ଥିକ ବର୍ଷରେ ଭାରତ ତୁର୍କୀକୁ ୫.୩ ବିଲିୟନ ଡଲାରର ସାମଗ୍ରୀ ରପ୍ତାନୀ କରିଥିବା ବେଳେ ୨.୮୪ ବିଲିୟନ ଡଲାର ସାମଗ୍ରୀ ଆମଦାନୀ କରିଛି । କିନ୍ତୁ ତୁର୍କୀ ସାମଗ୍ରୀକୁ ଏବେ ଭାରତୀୟମାନେ ପ୍ରତ୍ୟାଖାନ କରୁଥିବାରୁ ତୁର୍କୀରୁ ଆମଦାନୀ ଉପରେ ରୋକ୍ ଲଗାଇଛନ୍ତି ଭାରତୀୟ ବ୍ୟବସାୟୀ ।
ସେହିଭଳି ତୁର୍କୀ ଅର୍ଥନୀତିରେ ବଡ଼ ଭାଗୀଦାରୀ ରଖୁଥିବା ପର୍ଯ୍ୟଟନ ଶିଳ୍ପକୁ ବି ଝଟକା ଲାଗିଛି । ଇକ୍ସିଗୋ, ଇଜ୍ ମାଇ ଟ୍ରିପ୍ ଏବଂ କୋକ୍ସ ଆଣ୍ଡ କିଙ୍ଗ୍ସ ଭଳି ଦେଶର ବଡ଼ ବଡ଼ ଅନଲାଇନ୍ ଟ୍ରାଭେଲ୍ ଏଜେନ୍ସୀ ଏବେ ତୁର୍କୀକୁ ବୁକିଂ ଟ୍ରିପ୍ ବାତିଲ କରୁଛନ୍ତି । ଏହାଭିତରେ ଭାରତରୁ ତୁର୍କୀକୁ ପ୍ରାୟ ୬୦ ପ୍ରତିଶତ ବୁକିଂ କ୍ୟାନସେଲ୍ ହୋଇଥିବା ଜଣାପଡିଛି ।
ସେପଟେ ତୁର୍କୀ ଉପରେ ଭାରତ ଆରମ୍ଭ କରିଛି ଡିଜିଟାଲ ପ୍ରହାର । ତୁର୍କୀ ବ୍ରଡକାଷ୍ଟର TRT WORLDର ଏକ୍ସ ଆକାଉଣ୍ଟକୁ ଭାରତରେ ଆଜି କେଇ ଘଣ୍ଟା ପାଇଁ ବ୍ୟାନ୍ କରାଯାଇଥିଲା । ଭାରତ ବିରୋଧରେ ମିଛ ଖବର ପ୍ରସାରଣ ପରେ ଏଭଳି ଚେତାବନୀପୂର୍ଣ୍ଣ ଆକ୍ସନ ନିଆଯାଇଥିଲା । ସେହିଭଳି ପାକିସ୍ତାନକୁ ବିଭିନ୍ନ ସମୟରେ ସାହାଯ୍ୟ କରିଥିବା ଚୀନ ଉପରେ ବି ହୋଇଛି ସୋସିଆଲ ମିଡିଆ ଷ୍ଟ୍ରାଇକ୍ । ଚୀନ ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସର ଏକ୍ସ ଆକାଉଣ୍ଟକୁ ବି ବ୍ୟାନ୍ କରିବା ପରେ ତାକୁ ହଟାଇ ଦିଆଯାଇଛି । ତେବେ ଚୀନର ସରକାରୀ ମୁଖପତ୍ର ଜିନ୍ ହୁଆ x ଆକାଉଣ୍ଟ ଉପରେ କଟକଣା ବଳବତ୍ତର ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747236726.jpg)