• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଜାମ୍ମୁ କାଶ୍ମୀରର ରଜୌରିରେ ୫ ଯବାନ ସହିଦ। ଆଣ୍ଟି ଟେରୋରିଷ୍ଟ ଅପରେସନ ବେଳେ ଏହି ୫ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରେ ୨ ଯବାନ ପ୍ରାଣ ହରାଇଥିବା ବେଳେ ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର। 

ସେପଟେ ସୁରକ୍ଷାକର୍ମୀଙ୍କ ଅପରେସନରେ ୪ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଉତ୍ତର କାଶ୍ମୀରର ବାରମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍ । ଏଥିରେ ଦୁଇଜଣ ଲସ୍କର ଆତଙ୍କୀ ନିହତ ହୋଇଛନ୍ତି।

ସେମାନଙ୍କ ଠାରୁ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କୁପୱାରାରେ ହୋଇଥିବା ଅପରେସନରେ ମଧ୍ୟ ଦୁଇ ଆତଙ୍କବାଦ ନିହତ ହୋଇଛନ୍ତି। ସେମାନଙ୍କର ଠାରୁ ୨ଟି AK 47 ରାଇଫଲ ଜବତ ହୋଇଛି। 

ଗତ ଏପ୍ରିଲ ୨୦ରେ ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ । ଆକ୍ରମଣରେ ଜଣେ ଓଡ଼ିଆ ଯବାନଙ୍କ ସମେତ ୫ ଯବାନ ସହିଦ ହୋଇଥିଲେ। ତେବେ ଏହି ଆତଙ୍କୀ ହମଲା ପାଇଁ ଆତଙ୍କବାଦୀ ସଂଗଠନ PAFF ନିଜକୁ ଦାୟୀ କରିଥିଲା । PAFF ହେଉଛି ଜୈଶ ସମର୍ଥିତ ଆତଙ୍କବାଦୀ ସଂଗଠନ ।