Advertisment

୨୦ ବର୍ଷୀୟା ଛାତ୍ରୀଙ୍କ ହାତ ଧରିଲେ ୪୨ ବର୍ଷୀୟ ଶିକ୍ଷକ

ଉଭୟଙ୍କ ମଧ୍ୟରେ ବୟସର ଫରକ ୨୨ ବର୍ଷ ଥିଲେବି ପ୍ରେମ ଆଗରେ ସବୁ ସମସ୍ୟା ହାର ମାନିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
42-year-old teacher ties knot with his 20-year-old student

42-year-old teacher ties knot with his 20-year-old student

ପ୍ରେମ ମାନେନା ଜାତି, ଧର୍ମ,ବର୍ଣ୍ଣ। ହେଲେ ଏଠି ବୟସକୁ ବି ଭୁଲି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପ୍ରେମୀ ଯୁଗଳ। ଏଠି ଆଶ୍ଚର୍ଯ୍ୟ ହେଉଛି ବୟସର ସୀମା ମାନେନି ପ୍ରେମ। ସେଇଥିପାଇଁ ପ୍ରେମର ଅନ୍ୟ ଶବ୍ଦ ପବିତ୍ର। ଜଣେ ୪୨ ବର୍ଷିୟ ବ୍ୟକ୍ତିଙ୍କୁ ବିବାହ କଲେ ୨୦ ବର୍ଷିୟ ଯୁବତୀ। କେବଳ ଏତିକି ନୁହେଁ, ଜାଣି ଆଶ୍ଚର୍ଯ୍ୟ ହେବେ ନବଦମ୍ପତି ହେଲେ ଗୁରୁ ଓ ଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ବିହାରରେ। 

Advertisment

ସ୍ୱେତା କୁମାରୀ(ବୟସ-୨୦) ଇଂରାଜୀ ଟ୍ୟୁସନ୍ ହେବାକୁ ବିହାରର ସମସ୍ତିପୁର ଯାଆନ୍ତି। ଯେଉଁଠି ତାଙ୍କର ୪୨ ବର୍ଷିୟ ଶିକ୍ଷକ ସଙ୍ଗୀତ କୁମାରଙ୍କ ସହ ଭେଟ ହୋଇଥିଲା। ସେ ତାଙ୍କର ଶିକ୍ଷକ। ଉଭୟ ସମାନ ସ୍ଥାନରେ ରହୁଥିଲେ। ଉଭୟଙ୍କ ମଧ୍ୟରେ ଧିରେ ଧିରେ ପ୍ରେମ ସମ୍ପର୍କ ବଢିଥିଲା।

Advertisment

ତେବେ ଉଭୟଙ୍କ ମଧ୍ୟରେ ବୟସର ଫରକ ୨୨ ବର୍ଷ ଥିଲେବି ପ୍ରେମ ଆଗରେ ସବୁ ସମସ୍ୟା ହାର ମାନିଥିଲା। ପରେ ଉଭୟେ ବିବାହ କରିବାକୁ ସ୍ଥିର କରିଥିଲେ। ରୋସଡା ଥାନେଶ୍ୱର ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉଭୟେ ବେଦୀ ବୁଲୁଥିବା ବେଳେ ବେଶ ଖୁସିଥିବା ଦେଖିବାକୁ ମିଳିଛି।

ବିବାହ ପରେ ସେମାନେ କୋର୍ଟ ମ୍ୟାରେଜ୍ କରିଥିଲେ। ପ୍ରକାଶଥାଉକି ଶିକ୍ଷକ ଜଣକ ଆଗରୁ ବିବାହ କରିଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ହେଲେ ପରେ ସ୍ୱେତାଙ୍କ ସହ ଦେଖା ତାଙ୍କ ଜୀବନକୁ ବଦଳାଇ ଦେଇଛି।   

Marriage Party Bride Groom
Advertisment
Advertisment