• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଆନ୍ଧ୍ରପ୍ରଦେଶ ଅନକାପଲ୍ଲି ଜିଲ୍ଲା ପାରୱାବାଡ଼ାରେ ଥିବା ଏକ ଫାର୍ମା କମ୍ପାନିରେ ଭୟଙ୍କର ଅଗ୍ନିକାଣ୍ଡ। ଏଥିରେ ୫ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିବାର ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ କମ୍ପାନିର ୩ ଜଣ ସ୍ଥାୟୀ କର୍ମଚାରୀ ଓ ୨ ଜଣ ଠିକା କର୍ମଚାରୀ ଥିବାର ଜଣାପଡ଼ିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ କରୁଛି।  ପୋଲିସର ସୂଚନା ଅନୁସାରେ ପାରୱାବାଡ଼ା ଫାର୍ମାସିଟିରେ ଥିବା ଲାରୁସ୍ କମ୍ପାନିର ଲ୍ୟାବ୍‌ରେ ଗତ ରାତିରେ ନିଆଁ ଲାଗିଥିଲା।

୨ ନମ୍ବର ୟୁନିଟରେ ମେସିନ ପାଇପ୍ ସଫା କରାଯାଉଥିବା ବେଳେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିଲା। ଏହା ଏତେ ଭୟଙ୍କର ଥିଲାଯେ, କର୍ମଚାରୀମାନେ ବାହାରକୁ ଆସିବାର ସୁଯୋଗ ପାଇନଥିଲେ। ସେଠାରେ କାମ କରୁଥିବା ୬ କର୍ମଚାରୀ ପୋଡ଼ିଯାଇଥିଲେ।

ଅଧିକ ପଢ଼ନ୍ତୁ: ଭୟଙ୍କର ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ଡେଇଁଲେ ଲୋକେ

ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣକର ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ମୃତଦେହଗୁଡ଼ିକୁ କିଙ୍ଗ୍ ଜର୍ଜ ହସ୍ପିଟାଲରେ ରଖାଯାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।