Advertisment

ବିଷାକ୍ତ ମଦ ପିଇ ଚାଲିଗଲା ୪ଜୀବନ, ତଦନ୍ତ ପାଇଁ ଗଠନ ହେଲା ୫ଜଣିଆ କମିଟି

ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
4 die after drinking spurious liquor

4 die after drinking spurious liquor

ମଦ ପିଇ ପ୍ରତିଦିନ ଅନେକ ଲୋକଙ୍କର ଜୀବନ ଯାଉଛି। ପୁଣି ଥରେ ବିଷାକ୍ତ ମଦ ୪ଜଣଙ୍କର ଜୀବନ ନେଇଛି। ପଞ୍ଜାବ ସଂଗରୁର ଜିଲ୍ଲାର ଦିରୱା ବ୍ଲକରେ ବିଷାକ୍ତ ମଦ ପିଇ ୪ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ୪ଜଣ ଲୋକ ମଦ ପିଇବା ପରେ ଅସୁସ୍ଥ ହୋଇ ପଡିଥିଲେ। ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଛି। ପୋଲିସ୍ କହିଛି ଯେ ସେମାନଙ୍କୁ ମଦ ଯୋଗାଣ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ।

Advertisment

ଡେପୁଟି କମିଶନର ଜିତେନ୍ଦ୍ର ଜୋରୱାଲ କହିଛନ୍ତି ଯେ ଏହି ଘଟଣାର ତଦନ୍ତ ପାଇଁ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଛି। ଏଥିରେ ଦିରୱା ସବ ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ), ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ପୋଲିସ (ଡିଏସପି), ଷ୍ଟେସନ ହାଉସ ଅଫିସର (SHO), ବରିଷ୍ଠ ମେଡିକାଲ ଅଫିସର ତଥା ଏକ୍ସାଇଜ୍ ଏବଂ ଟ୍ୟାକ୍ସ ଅଧିକାରୀ ରହିଛନ୍ତି। ଶୁକ୍ରବାର ସୁଦ୍ଧା କମିଟି ରିପୋର୍ଟ ପ୍ରଦାନ କରିବ।

ମୃତ ବ୍ୟକ୍ତିମାନେ ହେଲେ ୫୦ବର୍ଷୀୟ ଭୋଲା ସିଂ, ୪୨ବର୍ଷୀୟ ନିର୍ମଲ ସିଂ ଓ ପରଗେଟ୍ ସିଂ ଏବଂ ୩୦ବର୍ଷୀୟ ଜଗଜିତ୍ ସିଂ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସେମାନେ ମଙ୍ଗଳବାର ରାତିରେ ମଦ ପିଇଥିଲେ। ଆଜି ସକାଳୁ ଗାଁ ରାସ୍ତାରେ ସେମାନଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା।

Liquor
Advertisment
Advertisment