• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୋଚି ୟୁନିଭର୍ସିଟିରେ ଦଳାଚକଟାରେ ୪ଜଣଙ୍କ ମୃତ୍ୟୁ ହୋଇଛି । କେରଳର କୋଚି ସ୍ଥିତ CUSAT ବିଶ୍ୱବିଦ୍ୟାଳୟ ପରିସରରେ ଏକ ମ୍ୟୁଜିକ କନସର୍ଟ ବେଳେ ଦଳାଚକଟା ହୋଇଛି । ଏଥିରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ, ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ।

ଖୋଲା ଅଡିଟୋରିୟମରେ ବଲିଉଡ୍ ସିଙ୍ଗର ନିକିତା ଗାନ୍ଧୀଙ୍କ ମ୍ୟୁଜିକ କନସର୍ଟ ହେଉଥିଲା । ସେଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ତେବେ କେଉଁ କାରଣରୁ ଦଳାଚକଟା ସ୍ଥିତି ଉପୁଜିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ଆହତଙ୍କ ଚିକିତ୍ସା ଲାଗି କାଲାମାସେରି ମେଡିକାଲ୍ କଲେଜରେ ବ୍ୟବସ୍ଥା କରାଯାଇଛି ।

ଜରୁରୀକାଳୀନ ସେବା ଶୀଘ୍ର ଯୋଗାଇ ଦେବା ନେଇ ବ୍ୟବସ୍ଥା କରାଯାଇଛି । ପୀଡିତଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ସୂଚନା ଅନୁସାରେ କନସର୍ଟ ସମୟରେ ବର୍ଷା ଆରମ୍ଭ ହୋଇଥିଲା । ପଛରେ ଠିଆ ହୋଇଥିବା ଛାତ୍ରମାନେ ବର୍ଷାକୁ ଦେଖି ହଠାତ୍‌ ଦୌଡ଼ିବାକୁ ଲାଗିଥିଲେ । ମଞ୍ଚ ନିକଟରେ ଆଶ୍ରୟ ଦେବା ପାଇଁ ଯାଉଥିବାବେଳେ ଏହି ଅଘଟଣା ଘଟିଥିବା ଜଣାପଡ଼ିଛି ।