Advertisment

ବନ୍ୟା ପରେ ବଢ଼ିଲା ଦୁର୍ଦ୍ଦଶା; ପାଣି ଟୋପେ ପାଇଁ ହା ହା କାର ପରିସ୍ଥିତି

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବଢ଼ିଚାଲିଛି ବନ୍ୟା ପରର ବେଦନା। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ଲୋକେ।

author-image
Sonali Ojha
ଅଦ୍ୟତନ ହୋଇଛି
4.15 Lakh People People Affected By Andhra Pradesh Flood

flood in Andhra Pradesh

ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବଢ଼ିଚାଲିଛି ବନ୍ୟା ପରର ବେଦନା। କେଉଁଠି ଖାଦ୍ୟ ପାଇଁ ତ ଆଉ କେଉଁଠି ପାନୀୟ ଜଳ ପାଇଁ କଲବଲ ହେଉଛନ୍ତି ଉଭୟ ରାଜ୍ୟର ଜନତା। ପାଣି ଦୁରେଇ ଦୁରେଇ ଯାଇଛି ସତ କିନ୍ତୁ ଦୁର୍ଦ୍ଦଶା ସାଂଘାତିକ। କେବଳ କୁଡ଼ିଆରେ ରହୁଥିବା ଲୋକ ନୁହଁନ୍ତି, ବଡ଼ ବଡ଼ ଆପାର୍ଟମେଣ୍ଟରେ ବସବାସ କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବି କହିଲେ ନସରେ।

Advertisment

ଗତ ୩/୪ ଦିନ ଧରି ପାଣି ଜମିରହିଥିବାରୁ କାହା ଘରେ ଚୁଲି ଜଳୁନି ତ ଆଉ କେଉଁଠି ପିଇବାକୁ ପାଣି ମୁନ୍ଦାଏ ନାହିଁ। ବହୁ ସ୍ଥାନରେ ପାଣି ଜମି ରହିଥିବାରୁ ସେନା ପକ୍ଷରୁ ହେଲିକପ୍ଟର ଓ ଡ଼୍ରୋନ ଦ୍ୱାରା ଯୋଗାଇ ଦିଆଯାଉଛି ଖାଦ୍ୟ ସାମଗ୍ରୀ ସହ ଔଷଧ। NDRF ଓ SDRF ବର୍ତ୍ତମାନ ବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ଅଧିକ ପଢ଼ନ୍ତୁ: ଆନ୍ଧ୍ର, ତେଲେଙ୍ଗାନାରେ ବନ୍ୟା ବିଭୀଷିକା, ଗଲାଣି ୨୭ ଜୀବନ

ବିଜୟବାଡାର ଇବ୍ରାହିମପାଟନମ ଏବେ ବି ପାଣି ଘେରରେ ରହିଛି। ଆରପଟେ ଜାତୀୟ ସଡ଼କ ଉପରୁ ପାଣି ଖସିବା ପରେ ହାଇଦ୍ରାବାଦ ଓ ଚେନାଇକୁ ଗମନାଗମନ ସୁଗମ ହୋଇଛି। ବର୍ତମାନ ସୁଦ୍ଧା ରେଳ ଚଳାଚଳ ବ୍ୟାହତ ହୋଇଛି। ଏହି ରାସ୍ତାରେ ୧୧୦ଟି ଟ୍ରେନ ବାତିଲ ହୋଇଥିବା ସୂଚନା ମିଳିଛି। ଆନ୍ଧ୍ରର ୪.୫ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

Advertisment

ବିଶେଷ ଭାବେ ବିଜୟୱାଡ଼ା, ଏନଟିଆର,ଗୁଣ୍ଟୁର ଜିଲ୍ଲାର ହଜାର ହଜାର ହେକ୍ଟର ଚାଷ ଜମି, ଲକ୍ଷାଧିକ ଲୋକେ ପାଣି ଘେରରେ ରହିଛନ୍ତି । ପାଣି ଭିତରୁ ଲୋକଙ୍କୁ ବାହାର କରିବା ବେଶ୍ କାଠିକର ହେଉଛି । କ୍ରିଷ୍ଣା ଓ ବୁଡ଼ାମେରୁ ନଦୀରେ ଜଳସ୍ତରରେ ବଢ଼ିବା ପରେ ବନ୍ୟା ସ୍ଥିତି ଉପୁଜିଛି । ଏବର୍ଷ ମୌସୁମୀ ସିଜନ୍ ପରେ ଲଗାଣ ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବଢ଼ି ଜନବସତିରେ ମାଡ଼ିଛି ।

Floods
Advertisment
Advertisment