• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଗ୍ନିପଥକୁ ନେଇ ମିଥ୍ୟା ଖବର ପ୍ରସାରଣ ଅଭିଯୋଗ । ମିଥ୍ୟା ଖବର ପ୍ରସାରଣ ଅଭିଯୋଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଲେ କେନ୍ଦ୍ର ସରକାର । ୩୫ଟି ହ୍ୱାଟ୍ସଆପ୍ ଗ୍ରୁପ୍‌କୁ ବ୍ୟାନ୍ କଲେ କେନ୍ଦ୍ର ସରକାର । ଅନ୍ୟପଟେ ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ଉସୁକାଇବା ଅଭିଯୋଗରେ ୧୦ ଗିରଫ । ୱାଟ୍ସଆପ୍‌ଗ୍ରୁପ୍‌ ଗୁଡ଼ିକରେ ଲୋକଙ୍କୁ ହିଂସାରେ ଯୋଡ଼ିବାକୁ କରାଯାଉଥିଲା ଚେଷ୍ଟା । ଏହି ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଗୁଡ଼ିକରେ ହିଂସାକାଣ୍ଡ ପାଇଁ ହେଉଥିଲା ପ୍ଲାନ୍ ।

ଅନ୍ୟପଟେ ଏଭଳି ହିଂସାକାଣ୍ଡକୁ ନେଇ ଚରମବାଣୀ ଶୁଣାଇଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ । ଅଗ୍ନିପଥ ବିରୋଧୀ ଆନ୍ଦୋଳନକାରୀଙ୍କୁ ସେନାର କଡ଼ା ଚେତାବନୀ । ଯୋଜନା ପ୍ରତ୍ୟାହାରର ତ ପ୍ରଶ୍ନ ଉଠୁନି ବରଂ ଉପଦ୍ରବ ଓ ହିଂସାକାଣ୍ଡରେ ସାମିଲ ଯୁବକଙ୍କ ପାଇଁ ସବୁଦିନ ଲାଗି ବନ୍ଦ ହୋଇଯିବ ସେନାରେ ଭର୍ତ୍ତି ହେବାର ବାଟ । ଶୃଙ୍ଖଳା ଭାରତୀୟ ସେନାର ମୂଳଦୁଆ ହୋଇଥିବାରୁ, ହିଂସା ଓ ଉପଦ୍ରବକାରୀଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନାହିଁ ବୋଲି କଡ଼ା ଶବ୍ଦରେ କହିଛନ୍ତି ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ।

ଅଗ୍ନିବୀର ନିଯୁକ୍ତି ପୂର୍ବରୁ ପ୍ରାର୍ଥୀମାନଙ୍କୁ ଲିଖିତ ଆକାରରେ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ଯେ, ସେମାନେ ଆନ୍ଦୋଳନ ବା ହିଂସାରେ ସାମିଲ ନଥିଲେ । କେବଳ ଏତିକି ନୁହେଁ, ସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପୂର୍ବରୁ ପୋଲିସ କ୍ଲିୟରାନ୍ସ ମଧ୍ୟ ନିହାତି ଆବଶ୍ୟକ । ସେମାନଙ୍କ ନାଁରେ ଏଫ୍‌ଆଇଆର୍ ହୋଇଥିଲେ ସେମାନେ ସେନାରେ ଯୋଗ ଦେଇପାରିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେଣୁ ଏସବୁରେ ସମୟ ନଷ୍ଟ ନକରି ସେନାରେ ସାମିଲ ହେବାକୁ ନିଜ ପ୍ରସ୍ତୁତି ଉପରେ ଧ୍ୟାନ ଦେବାକୁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି ।

ଏଥିସହ ଲେଫ୍ଟେନାଣ୍ଟ ଜେନେରାଲ୍ ଅନୀଲ ପୁରୀ ସୂଚନା ଦେଇଛନ୍ତି ଯେ, ଅଗ୍ନିପଥ ସ୍କିମ ଏବେକାର ଯୋଜନା ନୁହେଁ । ୧୯୮୯ରୁ ସେନାରେ ଏଭଳି ଅନେକ ସଂସ୍କାର କଥା ଯୋଜନା ରହିଛି ଏବଂ କ୍ରମାଗତ ଭାବେ ଏହାକୁ ଲାଗୁ କରାଯାଉଛି । ଅଗ୍ନିବୀରଙ୍କୁ ଚାକିରୀ ବେଳେ ଓ ଚାକିରୀ ପରେ ମିଳିବାକୁ ଥିବା ଆର୍ଥିକ ଓ ଦକ୍ଷତାଗତ ସୁବିଧା ସଂପର୍କରେ ସୂଚନା ଦେବା ସହିତ, ନିକଟ ଭବିଷ୍ୟତରେ ନିଯୁକ୍ତି ସଂଖ୍ୟା ୧ ଲକ୍ଷ ୨୫ ହଜାରକୁ ବଢ଼ିବ ବୋଲି ସେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି କୌଣସି ସ୍ଥିତିରେ ସେମାନଙ୍କୁ ସେନାରେ ନ୍ୟୁନ ଭାବେ ବିଚାର କରାଯିବ ନାହିଁ ।