Advertisment

ମହଙ୍ଗା ପଡ଼ିଲା ଅଭିନେତ୍ରୀଙ୍କୁ ନିର୍ଯାତନା, ନିଲମ୍ବିତ ହେଲେ ଆନ୍ଧ୍ରପ୍ରଦେଶର ୩ ବରିଷ୍ଠ IPS

ମୁମ୍ବାଇର ଅଭିନେତ୍ରୀ ତଥା ମଡେଲ୍ କାଦମ୍ବରୀ ଜେଠୱାନୀଙ୍କ ନିର୍ଯାତନା ଓ ଧମକ ଦେବା ଅଭିଯୋଗରେ ୩ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
3 IPS officers suspended

3 IPS officers suspended

ମହଙ୍ଗା ପଡ଼ିଲା ଅଭିନେତ୍ରୀଙ୍କୁ ନିର୍ଯାତନା । ନିଲମ୍ବିତ ହେଲେ ଆନ୍ଧ୍ରପ୍ରଦେଶର ୩ ବରିଷ୍ଠ ଆଇପିଏସ୍ । ମୁମ୍ବାଇର ଅଭିନେତ୍ରୀ ତଥା ମଡେଲ୍ କାଦମ୍ବରୀ ଜେଠୱାନୀଙ୍କ ନିର୍ଯାତନା ଓ ଧମକ ଦେବା ଅଭିଯୋଗରେ ୩ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ସସପେଣ୍ଡ୍ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ସେମାନେ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ଗୁଇନ୍ଦା ମୁଖ୍ୟ ତଥା ଡିଜି ରାଙ୍କର IPS ଅଧିକାରୀ ପି. ସୀତାରାମ ଅଞ୍ଜାନେୟୁଲୁ, ଆଇଜି ରାଙ୍କ ଅଧିକାରୀ ତଥା ପୂର୍ବତନ ବିଜୟୱାଡ଼ା ପୋଲିସ କମିଶନର କ୍ରାନ୍ତି ରାଣା ଟାଟା ଏବଂ SP ରାଙ୍କ ଅଧିକାରୀ ତଥା NTR ଜିଲ୍ଲାର ପୂର୍ବତନ ଡିସିପି ବିଶାଲ ଗୁନ୍ନି ।

Advertisment

ଉପଯୁକ୍ତ ତଦନ୍ତ ନ କରି ଏବଂ କ୍ଷମତାର ଅପବ୍ୟବହାର ଦ୍ବାରା ଭୁଲ୍ ଗିରଫଦାରୀ ଓ ନିର୍ଯାତନା ମାମଲାରେ ସଂପୃକ୍ତି ଅଭିଯୋଗରେ ଏହି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାଦମ୍ବରୀ ଏବଂ ତାଙ୍କ ବୟସ୍କ ବାପାମାଆଙ୍କୁ ମିଛ ମାମଲାରେ ପୋଲିସ ଅଟକ ରଖି ନିର୍ଯାତନା ଦେଇଥିବା ଏବଂ ବିନା ଦୋଷରେ ୪୦ ଦିନ ବିଚାର ବିଭାଗୀୟ ହେପାଜତରେ ସେମାନଙ୍କୁ ରହିବାକୁ ପଡ଼ିଥିବା ନେଇ ଅଭିଯୋଗ ହୋଇଥିଲା ।

ଏହି ମାମଲା ପ୍ରତ୍ୟାହାର ନ କଲେ ଭୟଙ୍କର ପରିଣତି ଭୋଗିବେ ବୋଲି ସେମାନେ ଧମକ ଦେଉଥିବା ଅଭିଯୋଗ କରିଥିଲେ କାଦମ୍ବରୀ ଜେଠୱାନୀ । ପୂର୍ବରୁ NTR ଜିଲ୍ଲାର ପୂର୍ବତନ ଏସିପି ହନୁମନ୍ତ ରାଓ ଏବଂ ପୂର୍ବତନ ଇବ୍ରାହିମପଟନମ୍ ସର୍କଲ୍ ଇନ୍ସପେକ୍ଟର ସତ୍ୟନାରାୟଣଙ୍କୁ ବି ଆନ୍ଧ୍ରପ୍ରଦେଶ ଡିଜିପି ଦ୍ୱାରକା ତିରୁମାଲା ରାଓ ନିଲମ୍ବିତ କରିଥିଲେ ।

Advertisment

IPS Officer Harassment
Advertisment
Advertisment