• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନଷ୍ଟ କରାଗଲା ୩ ହଜାର ୪୭୦ କେଜିର ଲଡୁ । କ୍ୱିଣ୍ଟାଲ କ୍ୱିଣ୍ଟାଲ ଲଡୁକୁ ମାଟିରେ ପୋତି ଦିଆଗଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଜୟପୁରରେ । ଜୟପୁରର ରଥାମ୍ବୋର ଟାଇଗର ରିଜର୍ଭ ଅଞ୍ଚଳରେ ଥିବା ତ୍ରିନେତ୍ର ଗଣେଶ ମନ୍ଦିର ପରିସରରୁ ଏସବୁ ଲଡୁକୁ ଜବତ ପରେ ପୋତି ଦେଇଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ।

ଏଥିସହ ଟେଷ୍ଟିଂ ଲାଗି ଲଡୁର ନମୁନା ଲାବରୋଟାରୀ ପଠାଯାଇଛି । ଚଢ଼ାଉ ବେଳେ ଗତ ବୁଧବାର ମନ୍ଦିର କଂପ୍ଲେକ୍ସ ପରିସରରେ ୪ଟି ଦୋକାନରୁ ପ୍ରଥମେ ୮୪୦ କେଜିର ଫିମ୍ପିମରା ଲଡୁ ପାଇଥିଲେ ଫୁଡ୍ ସେଫ୍ଟି ଟିମ୍ । ତେବେ ଦୋକାନ ମାଲିକଙ୍କୁ ନପାଇବା ପରେ ଦୋକାନ ସିଲ୍ କରିଥିଲେ ଖାଦ୍ୟ ସୁରକ୍ଷା ଅଧିକାରୀ ।

ପରେ ଶୁକ୍ରବାର ଗୋଦାମ ମାଲିକଙ୍କ ଉପସ୍ଥିତିରେ ଖାଦ୍ୟ ସୁରକ୍ଷା ଅଧିକାରୀ ଗୋଦାମ ଖୋଲିବା ପରେ ସେଥିରୁ ଆଉ ୨ ହଜାର ୬୩୦ କେଜିର ନଷ୍ଟ ହୋଇଯାଇଥିବା ଲଡୁ ମିଳିଥିଲା । ପରେ ଏସବୁକୁ ନଷ୍ଟ କରି ଦିଆଯାଇଛି । ଗଣେଶ ଚତୁର୍ଥୀ ଅବସରରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏତେ ପରିମାଣର ଲଡୁ ପ୍ରସ୍ତୁତ କରାଯାଇଥିଲା ।

ମାତ୍ର ବର୍ଷା ଯୋଗୁଁ ପାଗ ବିଗିଡ଼ିବା ପରେ ଭକ୍ତଙ୍କ ସମାଗମ କମ୍ ହୋଇଥିଲା । ଫଳରେ ଲଡ଼ୁ ସବୁ ବଳି ଯାଇଥିବା ଜଣାପଡ଼ିଛି । ମଣିଷଙ୍କ ଖାଇବା ପାଇଁ ଲଡୁଗୁଡ଼ିକ ଅନୁପଯୁକ୍ତ ଥିବା ଯାଞ୍ଚ ବେଳେ ଜଣାପଡ଼ିଛି । ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଗୋଦାମ ମାଲିକଙ୍କୁ ନୋଟିସ ଜାରି କରାଯିବା ସହ ଅଧିକ ଛାନଭିନ୍ ଜାରି ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now