Advertisment

ନିଆଁରୁ ବଞ୍ଚିବା ପାଇଁ କୋଠା ଉପରୁ ଡେଇଁପଡ଼ିଲେ ଲୋକ

ନିଆଁ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା।

author-image
Chandan Shishu
delhi fire Mishap

delhi fire Mishap

ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ବହୁ ତଳ କୋଠାରେ ନିଆଁ ଲାଗି୨୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି।  ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନରେ ଏକ ବହୁତଳ କୋଠାର ପ୍ରଥମ ମହାଲାରେ ଆଜି ଅପରାହ୍ଣ ପ୍ରାୟ ୪ଟା ୪୦ ମିନଟରେ ପ୍ରଥମେ ନିଆଁ ଲାଗିଥିଲା। ସୂଚନା ମିଳିଥିଲା ଖବର ପାଇ ଘଟଣାସ୍ଥଳକୁ ତୁରନ୍ତ ପହଞ୍ଚିଥିଲା ଦମକଳ ବାହିନୀ।

Advertisment

ତେବେ ନିଆଁ ଦ୍ରୁତଗତିରେ ଅନ୍ୟ ଅଞ୍ଚଳକୁ ବ୍ୟାପି ଯାଇ ଭୟଙ୍କର ରୂପ ଧାରଣ କରିଥିଲା। ଘଟଣାସ୍ଥଳରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ପୋଲିସର ଟିମ୍ ଲୋକଙ୍କୁ ଉଦ୍ଧାର କରିଥିଲେ। ପ୍ରାୟ ୫୦ରୁ ୬୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିବା ଅଗ୍ନିଶମ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ନିଆଁ ଆୟତ୍ତ କରିବାକୁ ଘଟଣାସ୍ଥଳକୁ ପ୍ରଥମେ ୧୦ଟି ଦମକଳ ବାହିନୀ ପଠାଯାଇଥିଲା।

Advertisment

ତେବେ ନିଆଁର ପ୍ରକୋପ ବଢ଼ିବା ସହ ଆୟତ୍ତ ନହେବାରୁ ଆଉ ୧୪ଟି ଦମକଳ ଗାଡ଼ିକୁ ମିଶାଇ ମୋଟ ୨୪ଟି ଦମକଳକୁ ନିୟୋଜିତ କରାଯାଇଛି। ନିଆଁ ଲାଗିଥିବା କୋଠାଟି ବାଣିଜ୍ୟିକ କାରବାର ପାଇଁ ବ୍ୟବହାର ହେଉଥିବା କୁହାଯାଉଛି। ଏଥିରେ କିଛି କମ୍ପାନୀର କାର୍ଯ୍ୟାଳୟ ଚାଲୁଥିଲା ନିଆଁ ଲାଗିଥିବା ପ୍ରଥମ ମହଲାରେ ଏକ ସିସିଟିଭି କ୍ୟାମେରା ଓ ରାଉଟର ନିର୍ମାଣକାରୀ କମ୍ପାନୀର ଅଫିସ ରହିଥିଲା।

ଘଟଣାସ୍ଥଳରେ ଏବେ ବି ରେସ୍କ୍ୟୁ ଅପରେସନ ଜାରି ରହିଛି। ନିଆଁ ଭୟଙ୍କର ଭାବେ ମାଡ଼ି ଚାଲିଥିବାରୁ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବାରୁ ଆଶଙ୍କା କରାଯାଉଛି।

Building Delhi Mishap
Advertisment
Advertisment