Advertisment

ଜୀବନ ରକ୍ଷା କରିବାକୁ ଯାଇଥିଲେ, ନିଜେ ହଜିଗଲେ !

ଏବେବି ସ୍ଥଳସେନା ଯବାନଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରଖିଛି। ସେମାନଙ୍କ ସହ ଅନ୍ୟ ୨୦ ଜଣ ଲୋକ ବି ନିରୁଦ୍ଦିଷ୍ଟ ଅଛନ୍ତି ।

author-image
Satyendu Shekher Mishra
Sikkim Flood

Sikkim Flood

ଘୋ ଘୋ ଶବ୍ଦ ଭିତରେ ମିଳେଇଗଲା ଦେବଦୂତଙ୍କ ଅଭୟବାଣୀ । ବିପନ୍ନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ବିପଦରେ ପଡ଼ିଗଲେ ଦେଶର ବୀର ପ୍ରହରୀ। ତିସ୍ତାର କରାଳ ରୂପରୁ ତ୍ରାହି ପାଇଲିନେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ସେନା ଯବାନ। ସିକ୍କିମର ଭୟଙ୍କର ବନ୍ୟାରେ ଏବେବି ନିଖୋଜ ୨୩ ଯବାନ। କୁହାଯାଉଛି, ସିଙ୍ଗତାମ ନିକଟରେ କାଦୁଅରେ ପୋତି ହୋଇଯାଇଥିବା ସେନାଗାଡ଼ିରେ ଥିଲେ ୨୩ ଯବାନ ।

Advertisment

ତିସ୍ତା ନଦୀ ନିକଟରେ ଲୋକଙ୍କୁ ରେସ୍କ୍ୟୁ କରୁଥିଲେ । ହେଲେ ଅଚାନକ ୧୫ରୁ ୨୦ ଫୁଟ ଜଳସ୍ତର ବଢ଼ିଯିବା ଫଳରେ ଘଟିଗଲା ଏତେ ବଡ଼ ବିପର୍ଯ୍ୟୟ। ଏବେବି ସ୍ଥଳସେନା ଯବାନଙ୍କୁ ଖୋଜିବା ପାଇଁ ଅପରେସନ ଜାରି ରଖିଛି। ସେମାନଙ୍କ ସହ ଅନ୍ୟ ୨୦ ଜଣ ଲୋକ ବି ନିରୁଦ୍ଦିଷ୍ଟ ଅଛନ୍ତି ।

ହିମାଳୟରେ ସୂରୁଜ ଉଇଁଲେ ଅଳସ ଭାଙ୍ଗେ ଉତ୍ତର ପୂର୍ବାଞ୍ଚଳର ଛୋଟିଆ ପାହାଡ଼ି ରାଜ୍ୟ ସିକ୍କିମ । ଏ ଜାଗା ଯେତିକି ସୁନ୍ଦର, ଏଠାକାର ଲୋକ ବି ସେତିକି ସରଳ । କଳ କଳ ହୋଇ ବହୁଥାଏ ଜୀବନରେଖା ତୀସ୍ତା ନଈ । ହେଲେ ସେଇ ଜୀବନରେଖା ଅଚାନକ କେମିତି ଅଜାଡ଼ି ଦେଲା ଅକଥନୀୟ ଯନ୍ତ୍ରଣା ?

Advertisment

ସୂଚନା ଅନୁସାରେ, ଉତ୍ତର ସିକ୍କିମର ଲୋନାକ୍ ହ୍ରଦ ଉପରେ ବାଦଲଫଟା ବର୍ଷା ପରେ ଉଛୁଳି ଥିଲା ତିସ୍ତା ନଦୀ। ଚୁଙ୍ଗଥାଙ୍ଗ ଡ୍ୟାମରୁ ପାଣି ଛଡ଼ାଯାଇଥିବାରୁ କିଛି ଜାଗା ବନ୍ୟା ପ୍ରଭାବିତ ହୋଇଥିଲା। ହେଲେ ଗତରାତିରେ ଅଚାନକ ଚୁଙ୍ଗଥାଙ୍ଗ ଡ୍ୟାମ୍ ଭୁଶୁଡ଼ିଯିବା ଫଳରେ, ସ୍ଥିତି ବେକାବୁ ହୋଇଯାଇଛି । ୫ ଜଣଙ୍କର ମୃତ୍ୟୁ ଘଟିଛି, ୮ଟି ସେତୁ ଭୁଶୁଡ଼ିଛି, ଆଉ କେତେ ଯେ ରାସ୍ତା ଧୋଇଛି, ତାର ହିସାବ ନାହିଁ ।

କୁହାଯାଉଛି, ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି ରାଜଧାନୀ ଗ୍ୟାଙ୍ଗଟକ୍ । ଫଳରେ ଖାଲି ସ୍ଥାନୀୟ ଲୋକ ନୁହଁନ୍ତି, ଦୂରଦୂରାନ୍ତରୁ ଯାଇଥିବା ଅଗଣିତ ପର୍ଯ୍ୟଟକ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି । ଇଏ ରାଙ୍ଗପୋ ର ଦୃଶ୍ୟ । ବନ୍ୟା ଜଳ ଖସିବା ପରେ ଉଦ୍ଧାରକାର୍ଯ୍ୟ ଜୋରଦାର କରିଛି NDRF। ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ୍ ସିଙ୍ଗତାମ ଯାଇ ସ୍ଥିତି ପରଖିଥିବା ବେଳେ, ତାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ତିସ୍ତା ସିକ୍କିମରୁ ପଶ୍ଚିମବଙ୍ଗ ଦେଇ ବାଂଲାଦେଶରେ ପ୍ରବେଶ କରିଛି । ତେଣୁ କେବଳ ସିକ୍କିମ ନୁହେଁ, ପଶ୍ଚିମବଙ୍ଗର କାଲିମପଙ୍ଗ୍ ଅଞ୍ଚଳରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି। ସ୍ଥାନେ ସ୍ଥାନେ ରାସ୍ତା ସମ୍ପୂର୍ଣ୍ଣ ଧସିଯାଇଥିବାରୁ,ପର୍ଯ୍ୟଟକଙ୍କୁ ସେହି ବାଟ ଦେଇନଯିବା ପାଇଁ ସତର୍କ କରାଯାଉଛି ।

Sikkim Flood
Advertisment
Advertisment