• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖାଲ ରାସ୍ତା ପାଲଟିଲା ମୃତ୍ୟୁର ଜନ୍ତା । ଜୀବନ ଜିଇଁବା ଆଗରୁ ମାଡ଼ି ଆସିଲା ନିଷ୍ପାପ ମୃତ୍ୟୁ । ସାବଧାନରେ ଗାଡ଼ି ଚଳାଉ ଚଳାଉ ମହିଳା ସପ୍ଟୱେର ଇଞ୍ଜିନିୟରଙ୍କୁ ଚାପିଦେଲା ଟ୍ରକ୍‌ । ଅକାଳରେ ଚାଲିଗଲା ପ୍ରାଣ । ମଙ୍ଗଳବାର ଦିନ ଚେନ୍ନାଇରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖରାପ ରାସ୍ତା ଏଡ଼ାଇବାକୁ ଚେଷ୍ଟା କରୁଥିବାବେଳେ ଜଣେ ୨୨ ବର୍ଷୀୟା ଯୁବତୀ ଗାଡିରୁ ଖସିପଡ଼ି ଜୀବନ ହରାଇଛନ୍ତି । ତାଙ୍କ ମୃତ୍ୟୁ ପରେ ପୂରା ପରିବାର ଭାଙ୍ଗି ପଡ଼ିଛି । ମା’ବାପା ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।

ମୃତକ ଶୋଭନା ଏକ ଘରୋଇ ବୈଷୟିକ କମ୍ପାନୀ ଜୋହୋରେ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ । ଘଟଣା ଦିନ ଶୋଭନା ସାନ ଭାଇଙ୍କୁ NEET କୋଚିଂ କ୍ଲାସରେ ଛାଡ଼ିବା ପାଇଁ ବାହାରିଥିଲେ । ହେଲେ ରାସ୍ତା ଖରାପ ଥିବାରୁ ସେ ରାସ୍ତା ଉପରକୁ ଗଳି ପଡ଼ିଥିଲେ । ଆଉ ସେହି ସମୟରେ ଆସୁଥିବା ଏକ ଟ୍ରକ୍‌ ତାଙ୍କ ଉପରେ ମାଡ଼ି ଚାଲିଗଲା । ଦୁର୍ଘଟଣାରେ ଶୋଭନାଙ୍କ ଜୀବନ ଚାଲିଯାଇଥିବା ବେଳେ ତାଙ୍କ ସାନ ଭାଇ ମଧ୍ୟ ଆହତ ହୋଇଛନ୍ତି । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସେହି ରାସ୍ତାରେ ଅଧିକାଂଶ ସମୟରେ ଏପରି ଦୁର୍ଘଟଣା ଘଟୁଛି । ବାରମ୍ବାର ଏପରି ଜୀବନହାନୀ ହେଉଥିଲେ ସୁଦ୍ଧା ନା ବିଭାଗୀୟ ଅଧିକାରୀ ନା ପ୍ରଶାସନ, କାହା ଦୃଷ୍ଟିକୁ ଯାଉନି ।

ଅଧିକ ପଢ଼ନ୍ତୁ: ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ . . 

ପୋଲିସ ସୂଚନା ଅନୁସାରେ ଶୋଭନା କିମ୍ବା ତାଙ୍କ ଭାଇ ହେଲମେଟ ପିନ୍ଧି ନଥିଲେ । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ଡ୍ରାଇଭର୍ । ଅଭିଯୁକ୍ତର ନାମ ହେଲା ମୋହନ । ଏବେ ଟ୍ରକ ଡ୍ରାଇଭର ମୋହନକୁ ବେପରୁଆ ଭାବରେ ଗାଡ଼ି ଚଳାଉଥିବା ଅଭିଯୋଗରେ ଗିରଫ କରାଯାଇଛି । ଦୁର୍ଘଟଣା ପରେ ଖାଲଖମାରେ ଭର୍ତ୍ତି ଥିବା ରାସ୍ତାକୁ ମରାମତି କରାଯାଇଥିବା କୁହାଯାଇଛି ।

ତେବେ ଶୋଭନାଙ୍କ ମୃତ୍ୟୁ ପରେ ଜୋହୋ ସିଇଓ ଶ୍ରୀଧର ବେମ୍ବୁ ଟ୍ୱିଟ୍‌ କରି ସୋସିଆଲ ମିଡିଆରେ ସମବେଦନା ଜଣାଇଛନ୍ତି । କର୍ମଚାରୀଙ୍କ ମୃତ୍ୟୁ ପାଇଁ ଖରାପ ରାସ୍ତାକୁ ଦାୟୀ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି, "ଆମର ଜଣେ ଇଞ୍ଜିନିୟର ଶୋଭନା ଚେନ୍ନାଇର ମଦୁରାଭାୟାଲ ନିକଟରେ ଥିବା ରାସ୍ତାରେ ଯାଉଥିବା ସମୟରେ ପ୍ରାଣ ହରାଇଛନ୍ତି । ସେ ତାଙ୍କ ସାନଭାଇଙ୍କୁ ସ୍କୁଲ ନେଇକି ଯାଉଥିଲେ । ଖରାପ ରାସ୍ତା ପାଇଁ ଆମେ ଜଣେ ଆମର କର୍ତ୍ତବ୍ୟପରାୟଣ କର୍ମଚାରୀ ହରାଇଲୁ ବୋଲି ସେ କହିଛନ୍ତି। ’