/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711356935.jpg)
Water Crisis
ପାଣି ହେଲା କାଳ। ଜଳ ନଷ୍ଟ କରି ଗଣିଲେ ଟଙ୍କା । ୧୦୦ କି ୨୦୦ ନୁହେଁ ୨୨ଟି ପରିବାର ଦେଇଛନ୍ତି ୫୦୦୦ ଟଙ୍କା । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଗତ କିଛି ଦିନ ହେବ ନିରନ୍ତର ଭାବରେ ଜଳର ସଙ୍କଟ ଦେଖିବାକୁ ମିଳୁଛି । ଏଥି ସହିତ, କିଛି ପରିବାର ଏହି ସଙ୍କଟ ସମୟରେ ମଧ୍ୟ ଜଳ ନଷ୍ଟ କରୁଛନ୍ତି । ବେଙ୍ଗାଲୁରୁର ଜଳ ଯୋଗାଣ ଓ ସ୍ୱରେଜ୍ ବୋର୍ଡ ବେଙ୍ଗାଲୁରୁର ମୋଟ ୨୨ଟି ପରିବାର ଉପରେ ୫୦୦୦ ଟଙ୍କା ଲେଖାଏଁ ଜୋରିମାନା ଲଗାଇଛି ।
ସମୁଦାୟ ୧.୧ ଲକ୍ଷର ସାମୂହିକ ଜୋରିମାନା ସଂଗ୍ରହ କରିଛି ବୋର୍ଡ଼ । ବାସ୍ତବରେ ସୋସିଆଲ ମିଡିଆ ମାଧ୍ୟମରେ ଗ୍ରହଣ କରାଯାଇଥିବା ଅଭିଯୋଗ ଉପରେ ବୋର୍ଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଲୋକମାନେ କାର, ବଗିଚା ଓ ଅନ୍ୟାନ୍ୟ କାମ ପାଇଁ ପାଣି ବ୍ୟବହାର କରିଥିଲେ ।
ଅନ୍ୟପଟେ ବେଙ୍ଗାଲୁରୁରେ ଜଳ ସଙ୍କଟ ଉପରେ ରାଜ୍ୟ ସରକାର ଅତ୍ୟନ୍ତ କଠୋର ହୋଇଛନ୍ତି ଓ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଯେଉଁ କାରଣରୁ ଟ୍ୟାପରୁ ଜଳ ପ୍ରବାହକୁ ନିୟନ୍ତ୍ରଣ କରୁଥିବା ଏରେଟରଗୁଡିକ ବ୍ୟବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ, ରେଷ୍ଟୁରାଣ୍ଟ, ବିଳାସପୂର୍ଣ୍ଣ ହୋଟେଲ, ଶିଳ୍ପ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି ।
ବାସ୍ତବରେ, ସହରରେ ଜଳ ଅଭାବକୁ ଦୂର କରିବା ପାଇଁ ସରକାର ବିଶୋଧିତ ଜଳକୁ ଏକ ସମ୍ଭାବ୍ୟ ସମାଧାନ ଭାବରେ ଦେଖୁଛନ୍ତି । ବେଙ୍ଗାଲୁରୁ ଜଳ ଯୋଗାଣ ବୋର୍ଡ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଓ ସହରର ଶୁଖିଲା ହ୍ରଦକୁ ବିଶୋଧିତ ବର୍ଜ୍ୟଜଳରେ ପରିପୂର୍ଣ୍ଣ କରିବାକୁ ଯୋଜନା କରୁଛନ୍ତି । ଯାହାଫଳରେ ପ୍ରବଳ ଖରା ପୂର୍ବରୁ ବୋରୱେଲଗୁଡ଼ିକୁରେ ଜଳ ରିଚାର୍ଜ କରିବାରେ ସାହାଯ୍ୟ କରିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)