• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚର୍ଚ୍ଚାରେ ଭାରତର ଝିଅ । ମାତ୍ର ୨୧ ‍ବର୍ଷରେ ହୋଇଗଲେ ବ୍ରିଟିସ୍‌ ହାଇ କମିଶନର । ଚେନ୍ନାଇର ୨୧ ବର୍ଷିୟ ଝିଅ ଶ୍ରେୟା ଧର୍ମରାଜଙ୍କୁ ନେଇ ସବୁଠି ଜୋରଦାର ଚର୍ଚ୍ଚା । ଜଣେ କୂଟନୀତିଜ୍ଞଙ୍କ ଜୀବନକୁ ଦେଖିବା ଏବଂ ବ୍ରିଟେନ-ଭାରତ ସହଭାଗିତାକୁ ଦେଖିବା ପରେ ଚେନ୍ନାଇ ବାସିନ୍ଦା ଶ୍ରେୟା ଧର୍ମରାଜ ଗୋଟିଏ ଦିନ ପାଇଁ ବ୍ରିଟିଶ ହାଇ କମିଶନର ହୋଇଥିଲେ ।

ଶ୍ରେୟା ଧର୍ମରାଜଙ୍କ ବିଷୟକୁ ନେଇ ଏବେ ସବୁଠି ଜୋରଦାର ଚର୍ଚ୍ଚା ହେଉଥିବାବେଳେ ଏବେ ତାଙ୍କର କ୍ୟାରିୟର ମଧ୍ୟ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରେୟା ରାଜନୀତି ବିଜ୍ଞାନ ଅଧ୍ୟୟନ କରିଛନ୍ତି ଏବଂ ସେ ବର୍ତ୍ତମାନ ମୁମ୍ବାଇର ଏକ ସରକାରୀ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି । ଏହା ବ୍ୟତୀତ ଶ୍ରେୟା ଶିକ୍ଷା ଏବଂ ଶିଶୁ ମନୋବିଜ୍ଞାନ ପ୍ରତି ଆଗ୍ରହୀ ଥିବା କହିଛନ୍ତି ।

ଶ୍ରେୟା ଧର୍ମରାଜ ତାଙ୍କ ଅଭିଜ୍ଞତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଭାରତରେ ବ୍ରିଟିଶ ହାଇ କମିଶନର ଭାବରେ ଗୋଟିଏ ଦିନ ବିତାଇବା ମୋ ପାଇଁ ଏକ ଅବିଶ୍ୱସନୀୟ ଜ୍ଞାନ ଏବଂ ଅନୁଭୂତି ଥିଲା । ମହିଳା ନେତୃତ୍ୱର ପ୍ରେରଣାଦାୟକ ଉଦାହରଣ ସହିତ ମୁଁ ଯୋଗାଯୋଗ କରିବା ଏବଂ ବହୁତ କିଛି ଶିଖିବାର ସୁଯୋଗ ପାଇଲି ।

ଏହା ବ୍ୟତୀତ ଭାରତରେ ବ୍ରିଟେନର ସର୍ବୋଚ୍ଚ କୂଟନୀତିଜ୍ଞ ଭାବରେ ଶ୍ରେୟା ଧର୍ମରାଜ ମିଳିତ ଜାତିସଂଘରେ ସ୍ଥାୟୀ ବିକାଶ ଲକ୍ଷ୍ୟ (SDGs)କୁ ଆଗକୁ ବଢ଼ାଇବା ନେଇ ଆଲୋଚନା କରିଥିଲେ । ଏଥି ସହିତ ବିଶ୍ୱର ପରିବେଶ ସମ୍ବଦ୍ଧୀୟ ମୁକାବିଲା ପାଇଁ ଅଭିନବ ପଦକ୍ଷେପ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଖାଲି ଏତିକି ଯେ ତାହା ନୁହେଁ ଭାରତରେ ଆୟୋଜନ କରାଯାଇଥିବା ଜି-୨୦ ଶିଖର ସମ୍ମିଳନୀ ପରେ ବ୍ରିଟେନ-ଭାରତ ଗବେଷଣା ସହଯୋଗକୁ ବଢ଼ାଇବା ପାଇଁ ଯୋଜନା ସମୀକ୍ଷା କରିବାକୁ ପ୍ରିନ୍ସିପାଲ୍ ସାଇଣ୍ଟିଫିକ୍ ପରାମର୍ଶଦାତା ପ୍ରଫେସର ଅଜୟ ସୁଦଙ୍କୁ ଭେଟିଥିଲେ ।