• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଉତ୍ସାହିତ ଅଯୋଧ୍ୟା, ଉଲ୍ଲସିତ ଅଯୋଧ୍ୟା, ଉତ୍ସବମୁଖର ଅଯୋଧ୍ୟା । ଆସନ୍ତାବର୍ଷ ଜାନୁଆରୀ ୨୨ରେ ରାମମନ୍ଦିର ପ୍ରତିଷ୍ଠା ହେବାକୁ ଥିବା ବେଳେ, ଆଜି ଅତ୍ୟନ୍ତ ଆଡ଼ମ୍ବରପୂର୍ଣ୍ଣ ଭାବେ ଆୟୋଜନ ହେବାକୁ ଯାଉଛି ଦୀପୋତ୍ସବ । ଏହି ଅବସରରେ ସରଜୁ ତଟରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ବଳନ କରାଯିବ । ଏନେଇ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

ଆଜି ୫୧ଟି ଘାଟରେ ଏକାଠି ଜଳିବ ୨୪ ଲକ୍ଷ ଦୀପ । ଯାହାକି ଏକ ବିଶ୍ବରେକର୍ଡ ହେବାକୁ ଯାଉଛି । ଏଥିସହ ଦେଶର ବିଭିନ୍ନ ପ୍ରାନ୍ତର ଭାଷା, କଳା ଓ ସଂସ୍କୃତି ବି ପ୍ରଦର୍ଶିତ ହେବ ଏହି ଅବସରରେ । ଏଥିରେ ଓଡ଼ିଶାର ଡାଲଖାଇ ବି ସାମିଲ ଥିବା ସୂଚନା ମିଳିଛି ।

ତ୍ରେତୟା ଯୁଗରେ ରାମଚନ୍ଦ୍ର ବନବାସରୁ ଫେରିବା ପରେ ଖୁସିରେ ଘରେ ଘରେ ଦୀପ ଜାଳିଥିଲେ ଅଯୋଧ୍ୟାର ନରନାରୀ । ସେଇ ସ୍ମୃତିରେ ଦୀପୋତ୍ସବ ପାଳିତ ହେଉଥିବା ବେଳେ, ଏବର୍ଷର ଉତ୍ସବ ଆହୁରି ସ୍ବତନ୍ତ୍ର । କାରଣ ଆଉ କେଇଟା ଦିନ ପରେ ୧ ବର୍ଷର ବନବାସରୁ ନୁହେଁ, ବରଂ ଅସ୍ଥାୟୀ ମନ୍ଦିରରେ ୫ଶହ ବର୍ଷ କାଟିବା ପରେ ନିଜ ମୂଳ ଆସ୍ଥାନକୁ ଫେରୁଛନ୍ତି ରାମଲାଲା ।

ତେଣୁ ଏଥରର ଆୟୋଜନକୁ ଅତ୍ୟନ୍ତ ଭବ୍ୟ କରୁଛନ୍ତି ଯୋଗୀ ସରକାର । ଅଯୋଧ୍ୟା ନଗରୀ ଏବେଠାରୁ ନବବଧୂ ଭଳି ସଜେଇ ହେଲାଣି । ରାମ ମନ୍ଦିର ନିର୍ମାଣ କାମ ବି ଜୋରସୋରରେ ଆଗେଇ ଚାଲିଛି । ଅନ୍ୟପଟେ, ଦୀପୋତ୍ସବ ପୂର୍ବରୁ ଅଯୋଧ୍ୟାରେ ବାହାରିବ ଭବ୍ୟ ପ୍ରଜ୍ଞାପନ ମେଢ଼ ଶୋଭାଯାତ୍ରା । ରାମାୟଣ କଥାବସ୍ତୁକୁ ନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୧ଟି ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରାଯାଇଛି ।