Advertisment

ମେଡିସିନ୍‌ ଖାଇବା ପରେ ଠିକ୍‌ ହୋଇଯାଉଥିଲେ, ହେଲେ ଅପରେସନ୍‌ ପରେ କିଡ୍‌ନୀରୁ ବାହାରିଲା ୨୦୬ ପଥର

ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ କିଡ୍‌ନୀରୁ ୨୦୬ଟି ପଥର ବାହାର କରାଯାଇଛି। କିଡ୍‌ନୀରୁ ଏତେ ସଂଖ୍ୟକ ପଥର ମିଳିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

author-image
Rajalaxmi Sahoo
206 Kidney Stones Removed From 56-Year-Old Man

206 Kidney Stones Removed From 56-Year-Old Man

ବିରଳ ଅସ୍ତ୍ରୋପଚାର କରାଯାଇ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ମୂତ୍ରାଶୟରୁ ୧୨ ଶହ ଗ୍ରାମର ପଥର ବାହାର କରାଯାଇଥିବା ବେଳେ ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କ କିଡ୍‌ନୀରୁ ୨୦୬ଟି ପଥର ବାହାର କରାଯାଇଛି। କିଡ୍‌ନୀରୁ ଏତେ ସଂଖ୍ୟକ ପଥର ମିଳିବା ପରେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡାକ୍ତରୀ ଟିମ୍‌ ଘଣ୍ଟାଏ ପର୍ଯ୍ୟନ୍ତ ଅପରେସନ କରି ଶେଷରେ ୫୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ଶରୀରରୁ ୨୦୬ଟି କିଡ୍‌ନୀ ଷ୍ଟୋନ(Kidney Stones) ବାହାର କରିଛନ୍ତି। 

Advertisment

ତେଲେଙ୍ଗାନା ସ୍ଥିତ Aware Gleneagles Global Hospitalର ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି  Veeramalla Ramalakshmaiahରେ ରହୁଥିବା ଜଣେ ବ୍ୟକ୍ତିଙ୍କ କିଡ୍‌ନୀରୁ ୨୦୬ ପଥର ବାହାର କରିଛନ୍ତି। ରିପୋର୍ଟ ଅନୁସାରେ, ସମ୍ପୃକ୍ତ ବ୍ୟକ୍ତି ଜଣେ ସ୍ଥାନୀୟ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡିସିନ୍‌ ଖାଉଥିଲେ। ମେଡିସିନ୍‌ ଖାଇବା ପରେ କିଛି ସମୟ ପର୍ଯ୍ୟନ୍ତ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳୁଥିଲା। ହେଲେ ଧୀରେ ଧୀରେ ପୁଣି ତାଙ୍କ ଯନ୍ତ୍ରଣା ବଢ଼ି ଯାଉଥିଲା। ଏପରିକି ସେ କୌଣସି କାମ ଠିକ୍‌ ଭାବେ କରିପାରୁନଥିଲେ।

ପ୍ରାଥମିକ ଯାଞ୍ଚ ଓ ଅଲଟ୍ରାସାଉଣ୍ଡ ପରେ ଜଣାପଡ଼ିଥିଲା, ଉକ୍ତ ବ୍ୟକ୍ତିଙ୍କ ଶରୀରରେ କିଡ୍‌ନୀ ଷ୍ଟୋନ ରହିଛି। ସିଟି ସ୍କାନ୍‌ ରିପୋର୍ଟ ଆସିବା ପରେ ଏସମ୍ପର୍କରେ କନଫର୍ମ ହୋଇଥିଲେ ଡାକ୍ତରୀ ଟିମ୍‌। ଏହାପରେ ଡାକ୍ତର ବ୍ୟକ୍ତିଙ୍କର ସର୍ଜରୀ କରାଇବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ୧ ଘଣ୍ଟାର ଅପରେସନ୍‌ ପରେ ସଫଳତାର ସହ ୨୦୬ଟି ଷ୍ଟୋନ ବାହାର କରାଯାଇଥିଲା। 

Advertisment

ବର୍ତ୍ତମାନ ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ଅପରେସନ୍‌ର ୨ ଦିନ ପରେ ତାଙ୍କୁ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ କରାଯାଇଥିଲା। 

Kidney Stones
Advertisment
Advertisment