/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653027415.jpg)
Doctors Remove A Big Stone Weighing 1200 gm From A Patient's Urinary Bladder
ମୂତ୍ରାଶୟରୁ ବାହାରିଲା ୧୨ ଶହ ଗ୍ରାମର ଏକ ପଥର। କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ମାଲକାନଗିରି ଜିଲ୍ଲା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର କରାଯାଇ ମୂତ୍ରାଶୟରୁ ଏହି ପଥର ବାହାର କରାଯାଇଛି।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ଆରଏସି-୩ ଗାଁର ଦଶରଥ ଖିଲ ମୂତ୍ରାଶୟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସେ ସୁସ୍ଥ ହୋଇନଥିଲେ। ଶେଷରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ। ଡାକ୍ତର ସପନ କୁମାର ଡିଣ୍ଡା ତାଙ୍କର ମୂତ୍ରାଶୟରେ ଏକ ପଥର ରହିଥିବା କହିଥିଲେ। ଏହାକୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ସେ ପରାମର୍ଶ ଦେଇଥିଲେ।
ଡାକ୍ତର ପରାମର୍ଶ ଦେବା ପରେ ଦଶରଥଙ୍କ ଅସ୍ତ୍ରୋପଚାର ହୋଇଥିଲା। ଆନେସ୍ଥେସିଆ ଡାକ୍ତର ନିହାର ରଞ୍ଜନ ତ୍ରିପାଠୀଙ୍କ ସହ ସପନ କୁମାର ଡିଣ୍ଡା ଏହି ଅପରେସନ୍ କରିଥିଲେ। ବିରଳ ଅସ୍ତ୍ରୋପଚାର କରାଯାଇ ଦଶରଥଙ୍କ ମୂତ୍ରାଶୟରୁ ୧୨ ଶହ ଗ୍ରାମର ଏହି ବଡ଼ ପଥର ବାହାର କରିଥିଲେ। ଅସ୍ତ୍ରୋପଚାର ପରେ ଦଶରଥ ସୁସ୍ଥ ଥିବା ଡାକ୍ତର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)