• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପଣ ଏ ପ୍ରେମକୁ କଣ କହିବେ... ମାଲିକ ମରିଗଲା ପରେ ମଧ୍ୟ କୁକୁରଟି ଜଗି ରହିଥିଲା । ବରଫାବୃତ ପାହାଡ଼ ମଝିରେ ମରି ପଡ଼ିଥିଲେ ଦୁଇ ମଣିଷ । କିନ୍ତୁ ସାଙ୍ଗରେ ଯାଇଥିବା କୁକୁରଟି ଭୁଲି ନଥିଲା ମାନବିକତା । ଛାଡ଼ି ଯାଇନଥିଲା । ସେମିତି ଭୁକି ଚାଲିଥିଲା, ଯେପର୍ଯ୍ୟନ୍ତ କେହି ସାହାଯ୍ୟ ପାଇଁ ନଆସିଛି ।

ଭାଲେଣ୍ଟାଇନ ୱିକରେ ଏମିତି ନିଃସ୍ୱାର୍ଥ, ଅନାବିଳ ପ୍ରେମର ଉଦାହରଣ ଦେଇ ଯାଇଛି କୁକୁରଟି । ଘଟଣାଟି ଘଟିଛି ହିମାଚଳ ପ୍ରଦେଶରେ । ପାରାଚ୍ୟୁଟ ଗ୍ଲାଇଡ଼ିଂ ପାଇଁ ଯିବା ବେଳେ କୌଣସି କାରଣ ବଶତଃ ଅଭିନନ୍ଦନ ଗୁପ୍ତା ଓ ପ୍ରଣୀତା ୱାଲାଙ୍କର ଦେହାନ୍ତ ହୋଇଯାଇଥିଲା । ପାହାଡ଼ ଚଢ଼ିବା ବେଳେ ହିଁ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିବା ପ୍ରାରମ୍ଭିକ ପର୍ଯ୍ୟାୟରେ ଜଣା ପଡ଼ିଛି । କିନ୍ତୁ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ କାରଣ ଜଣା ପଡ଼ିବ ବୋଲି ସ୍ଥାନୀୟ ଅଫିସର କହିଛନ୍ତି ।

୫୦୦୦ ଫୁଟ ଉଚ୍ଚରେ ଅବସ୍ଥିତ ବିର୍ ବିଲିଂ ହେଉଛି ଟ୍ରେକ୍ ଓ ପାରାଗ୍ଲାଇଡିଂ ପାଇଁ ଏକ ଅତ୍ୟନ୍ତ ଅନୁକୂଳ ସ୍ଥାନ । ଅଭିନନ୍ଦନ ଗୁପ୍ତା ସେଠାରେ ଗତ ୪ ବର୍ଷ ଧରି ରହୁଥିବା ବେଳେ ପ୍ରଣୀତା ପୁଣେରୁ ଆସିଥିବା ଜଣା ପଡ଼ିଛି । କଙ୍ଗରା ଜିଲ୍ଲା ପୋଲିସ୍ ମୁଖ୍ୟ ବୀର ବାହାଦୂରଙ୍କ ଅନୁଯାୟୀ, ଚାରି ଜଣିଆ ଦଳ ଯାତ୍ରା ଆରମ୍ଭ କରିଥିଲେ ।

ସେମାନଙ୍କ ମଧ୍ୟରେ ଦୁଇଜଣ ମହିଳା କାର ଯୋଗେ ଯାଇଥିଲେ । କିନ୍ତୁ କିଛି ବାଟ ଯିବା ପରେ କାର ଯାଇ ନପାରିବାରୁ ସେମାନେ ଚାଲିବା ଆରମ୍ଭ କଲେ । ପରେ ପାଗରେ ହଠାତ ପରିବର୍ତ୍ତନ ହୋଇଯାଇଥିଲା । ଦୁଇଜଣ ଲୋକ ଫେରି ଆସିଥିବା ବେଳେ ଅଭନନ୍ଦନଙ୍କ ସହ ପ୍ରଣୀତା ଓ ତାଙ୍କ କୁକୁର ଆଗକୁ ଯାଇଥିଲେ ।

ପରେ ଦୀର୍ଘ ସମୟ ପରେ ମଧ୍ୟ ଉଭୟ ନଫେରିବାରୁ ପୋଲିସ ସହାୟତା ନିଆଯାଇଥିଲା । ଅନ୍ୟପଟେ ଉଦ୍ଧାରକାରୀ ଦଳର ଜଣେ ସଦସ୍ୟ କହିଛନ୍ତି ଯେ, ପାରାଗ୍ଲାଇଡିଂ ସ୍ଥାନଠାରୁ ପ୍ରାୟ ତିନି କିଲୋମିଟର ତଳେ ଶବଗୁଡ଼ିକ ପଡ଼ିରହିଥିଲା । ପାହାଡ଼ ଚଢ଼ିବା ବେଳେ ବାରମ୍ବାର ଗୋଡ଼ ଖସି ଯାଇଥିବାର ପ୍ରମାଣ ମିଳିଛି । ଫଳରେ ଉଭୟଙ୍କର ମୃତ୍ୟୁ ହୋଇ ଯାଇଥିଲା ।

କିନ୍ତୁ ଏହା ପରେ ମଧ୍ୟ ସାଙ୍ଗରେ ଯାଇଥିବା କୁକୁରଟି ଲଗାତାର ୪୮ ଘଣ୍ଟା ପର୍ଯ୍ୟନ୍ତ ଭୁକି ଚାଲିଥିଲା । ଅନ୍ୟପଟେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି । ଅନ୍ୟପଟେ ପ୍ରବଳ ତୁଷାରପାତ ଓ ଖରାପ ପାଗ ପାଇଁ କୌଣସି ପର୍ଯ୍ୟଟକଙ୍କୁ ଉକ୍ତ ସ୍ଥାନକୁ ଯିବା ପାଇଁ ବାରଣ କରାଯାଇଛି ।