Advertisment

+2 Student Suicide in College Campus: କ୍ଲାସ୍‌ରୁ ଉଠି ଆସି ତୃତୀୟ ମହଲାରୁ ଡେଇଁ ପଡ଼ିଲେ ଛାତ୍ର

ଅନନ୍ତପୁରରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ। ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍‌ କରିବା ପାଇଁ ଯାଇଥିଲେ।

ଅଦ୍ୟତନ ହୋଇଛି
Student

Student

Advertisment

କେତେ ଆଶା ନେଇ ପୁଅକୁ ପ୍ରାଇଭେଟ୍‌ କଲେଜରେ ପଢ଼ାଇଥିଲେ ବାପା-ମାଆ। ଭାବିଥିଲେ ପୁଅ ପାଠ ପଢ଼ି ବଡ଼ ମଣିଷ ହେବ... ହାକିମ ହେବ... ବାବୁ ହେବ.. ବାର୍ଦ୍ଧକ୍ୟରେ ଆଶ୍ରାବାଡ଼ି ହେବ। ହେଲେ ବୋଧହୁଏ ବାପା-ମାଆଙ୍କ ସେହି ଭାବନା ଭୁଲ୍‌ ଥିଲା! କାହିଁକି ନା ଯେଉଁ ହାତରେ ଜନ୍ମ କଲା ପୁଅକୁ କୋଳେଇ କାଖେଇ ବଡ଼ କରିଥିଲେ, ସିଏ ଆଜି ନେଲା ଚରମ ନିଷ୍ପତ୍ତି। କଲେଜର ତୃତୀୟ ମହଲା କୋଠାରୁ ଡେଇଁ ପଡ଼ି ଜୀବନ ହାରିଦେଲା। ଏହା ପଛରେ ପାଠ ପଢ଼ା ଚାପ ଥିଲା ବୋଲି ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା-ମାଆ। ଏପରି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ।

Advertisment

ଅନନ୍ତପୁର ଜିଲ୍ଲାରେ ଏକ ଘରୋଇ ଜୁନିୟର କଲେଜର + ୨ ପ୍ରଥମ ବର୍ଷରେ ପଢ଼ୁଥିଲେ କେ. ଚରଣ । ଭଲ ପାଠ ପଢ଼ୁଥିଲେ। ସବୁଦିନ ପରି ଆଜି ସକାଳେ କ୍ଲାସ୍‌ କରିବା ପାଇଁ ଯାଇଥିଲେ। ସାଥୀମାନଙ୍କ ସହିତ କ୍ଲାସରେ ବସି ପାଠ ପଢ଼ୁଥିଲେ। ଆଉ ସାର୍‌ ପାଠ ପଢ଼ାଉ ଥିଲେ। ତେବେ ହଠାତ୍‌ କ’ଣ ହେଲା ଚରଣ କ୍ଲାସରୁ ଉଠି ଆସିଥିଲେ। ଆଉ ସମସ୍ତଙ୍କ ସମ୍ମୁଖରେ କଲେଜ କୋଠାର ତୃତୀୟ ମହଲାରୁ ତଳକୁ ଡେଇଁ ପଡିଲେ। ଛାତ୍ରଙ୍କ ଡେଇଁ ପଡ଼ିବାର ଦୃଶ୍ୟ କଲେଜରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ଅଧିକ ପଢ଼ନ୍ତୁ : ବିରୋଧୀ ଦଳଙ୍କୁ ବାଚସ୍ପତିଙ୍କ ଚେତାବନୀ, ବିଶୃଙ୍ଖଳା କଲେ...

ତେବେ ଏଠି ପ୍ରଶ୍ନ ଉଠୁଛି ଚରଣ କ’ଣ ପାଇଁ ଛାତରୁ ଡେଇଁ ପଡ଼ିଲେ? ତାଙ୍କ ଉପରେ ପାଠ ପଢ଼ାର ଚାପ ଥିଲା କି ? ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି। ଏପରି ନାନା ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇପଡ଼ିଛି ଚରଣଙ୍କ ମୃତ୍ୟୁ। ତେବେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ଛାତ୍ରଙ୍କ ମୃତ୍ୟୁକୁ ନେଇ କଲେଜରେ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ କ୍ଲାସ୍‌ ରୁମରୁ ବାହାରି ଆସି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି ଦେଇଥିଲେ। ପୋଲିସ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି।

Advertisment

ଅଧିକ ପଢ଼ନ୍ତୁ : ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ଶ୍ରୀମନ୍ଦିର ବାହାରେ ୱାଚ୍‌ ଟାୱାର୍‌ ଲଗାଇବାକୁ ଚାଲିଛି ଯୋଜନା

ଅନ୍ୟପକ୍ଷରେ ଚରଣଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ଓ ମାଆ କଲେଜ କର୍ତ୍ତୃପକ୍ଷଙ୍କୁ କାଠଗଡାକୁ ଟାଣିଛନ୍ତି। ଆଗକୁ ବୋର୍ଡ ପରୀକ୍ଷା ଥିବାରୁ କଲେଜ କର୍ତ୍ତୃପକ୍ଷ ତାଙ୍କ ଉପରେ ଅତ୍ୟଧିକ ପାଠପଢା ଚାପ ପକାଉଥିଲେ! ଯେଉଁଥିପାଇଁ ସେ ଆତ୍ମହତ୍ୟାର ରାସ୍ତା ବାଛିଥିବା ଅଭିଯୋଗ କରିଛନ୍ତି। ତେବେ ଏନେଇ କଲେଜ କର୍ତ୍ତୃପକ୍ଷ ବା ପୋଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Andhra Pradesh Colleges Student Suicide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ