Advertisment

Death By Chhole: ଛୋଲେ ପାଇଁ ମୃତ୍ୟୁ: ରାତି ସାରା ଜଳିଲା ଷ୍ଟୋଭ୍‌, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ !

ଛୋଲେ ଭଟୁରେ ଷ୍ଟଲ୍‌ ପାଇଁ ରାତିରେ ଚାଲିଥିଲା ପ୍ରସ୍ତୁତି। ଷ୍ଟୋଭ ଉପରେ ବସିଥିଲା ଛୋଲେ। ତେବେ ଏତିକି ବେଳେ ଲାଗିଗଲା ଆଖି, ମାଡ଼ି ଆସିଲା ନିଦ। ଫଳରେ ରାତି ସାରା ଜଳିଲା ଷ୍ଟୋଭ୍‌। ଆଉ ସକାଳୁ ଚାଲିଗଲା ଦୁଇ ଯୁବକଙ୍କ ଜୀବନ।

Death By Chhole

Death By Chhole

Advertisment

ଏମିତି ବି ଆସେ ମୃତ୍ୟୁ... କଥାରେ ଅଛି ଜୀବନକୁ ଭରସା ନାହିଁ । କେତେବେଳେ ମୃତ୍ୟୁ ଆସେ ତାହା କେହି ଜାଣିନାହାନ୍ତି । ସେମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଛୋଲେ ଭଟୁରେ ଷ୍ଟଲ୍‌ ପାଇଁ ରାତିରେ ଚାଲିଥିଲା ପ୍ରସ୍ତୁତି। ଷ୍ଟୋଭ ଉପରେ ବସିଥିଲା ଛୋଲେ। ତେବେ ଏତିକି ବେଳେ ଲାଗିଗଲା ଆଖି, ମାଡ଼ି ଆସିଲା ନିଦ। ଫଳରେ ରାତି ସାରା ଜଳିଲା ଷ୍ଟୋଭ୍‌। ଆଉ ସକାଳୁ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ଏଭଳି କିଛି ଅଭାବନୀ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ନୋଏଡାରୁ।

Advertisment

ଉତ୍ତରପ୍ରଦେଶ ନୋଏଡାରେ ଦୁଇ ଜଣ ଯୁବକଙ୍କ ଶ୍ୱାସରୁଦ୍ଧ ହେବା ଯୋଗୁ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ ୨୨ ବର୍ଷୀୟ ଉପେନ୍ଦ୍ର ଓ ୨୩ ବର୍ଷୀୟ ଶୁଭମ। ଏ ଦୁହେଁ ନୋଏଡାର ସେକ୍ଟର ୭୦ ସ୍ଥିତ ବସଇ ଗାଁରେ ଭଡ଼ାରେ ରହୁଥିଲେ। ଦୁହିଁଙ୍କ ଏକ ଷ୍ଟଲ୍‌ ଥିଲା, ଯେଉଁଠାରେ ସେମାନେ ଛୋଲେ କୁଲଚେ ଓ ଭଟୁରେ ବିକ୍ରି କରୁଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଉଭୟ ଶୁକ୍ରବାର ରାତିରେ ଗ୍ୟାସ୍‌ ଷ୍ଟୋଭ୍‌ ଉପରେ ଛୋଲେ ରୋଷେଇ କରିବାକୁ ବସାଇଥିଲେ। ଏହାପରେ ସେମାନେ ଗ୍ୟାସ୍‌ ଅନ୍‌ କରି ଶୋଇ ପଡିଥିଲେ। ନୋଏଡା ସେଣ୍ଟ୍ରାଲ୍ ଜୋନ୍ ଆସିଷ୍ଟାଣ୍ଟ ପୋଲିସ୍ କମିଶନର ରାଜୀବ ଗୁପ୍ତା କହିଛନ୍ତି ଯେ ଚୁଲି ଉପରେ ଛୋଲେ ରାନ୍ଧିବା କାରଣରୁ ଘରଟା ଧୂଆଁରେ ପରିପୂର୍ଣ୍ଣ ହୋଇ ଯାଇଥିଲା।

ଅଧିକ ପଢ଼ନ୍ତୁ: ଲଜ୍ଜାଜନକ ଘଟଣା; ସ୍କୁଲରେ ୮୦ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ୍ !

Advertisment

ଏହାପରେ ସେମାନଙ୍କ ପଡୋଶୀ ଘର ଭିତରୁ ଧୂଆଁ ବାହାରୁଥିବା ଦେଖି କବାଟ ବାଡେଇ ଥିଲେ। କିନ୍ତୁ କେହି ଖୋଲି ନଥିଲେ। ଏହାପରେ କବାଟ ଭାଙ୍ଗି ସେମାନେ ଘର ଭିତରେ ପଶିଥିଲେ। ଦୁଇ ଯୁବକଙ୍କ ଅଚେତ ଅବସ୍ଥାରେ ପଡିଥିବା ଦେଖି ସେମାନେ ତାଙ୍କୁ ଉଦ୍ଧାର କରି ନୋଏଡା ସେକ୍ଟର-୩୯ରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଘରର କବାଟ ଝରକା ବନ୍ଦ ଥିବାରୁ, ରୁମ୍‌ ଭିତରେ ଅକ୍ସିଜେନ୍‌ ଅଭାବ ଦେଖାଦେଇଥିଲା। ଜଳୁଥିବା ଖାଦ୍ୟରୁ ଧୂଆଁ ବାହାରି ଘରେ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ର ପରିମାଣ ଅଧିକ ହୋଇଯାଇଥିଲା। ଏହି ବିଷାକ୍ତ ଧୂଆଁ ଯୋଗୁ ଶ୍ୱାସରୁଦ୍ଧ ହୋଇ ଉପେନ୍ଦ୍ର ଓ ଶୁଭମ୍‌ଙ୍କ ମୃତ୍ୟୁ ହୋଇଥିବା ପୋଲିସ କହିଛି। ପୋଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି।

Advertisment

ଅଧିକ ପଢ଼ନ୍ତୁ: ପୂର୍ବତନ ବିଧାୟକଙ୍କ କୁମ୍ଭୀର ପ୍ରେମ ! ଘରେ ପାଳିଥିଲେ ୪କୁମ୍ଭୀର, IT ରେଡ୍ ବେଳେ ଉଦ୍ଧାର

Noida Men
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ