Advertisment

ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଉଠାଇ ନେଲେ ଆତଙ୍କବାଦୀ; ଚାଲିଛି ସର୍ଚ୍ଚ ଅପରେସନ୍

ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ। ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏହି କାଣ୍ଡ ଭିଆଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
2 Army Jawans Kidnapped

2 Army Jawans Kidnapped

ଜମ୍ମୁ-କାଶ୍ମୀରରେ ୨ ଯବାନଙ୍କୁ ଅପହରଣ କଲେ ଆତଙ୍କବାଦୀ। ଅନନ୍ତନାଗ ଜିଲ୍ଲାର କୋକରନାଗ ଶଙ୍ଗସ୍ ଅଞ୍ଚଳରୁ ଅପହରଣ କରି ନେଇଥିବା ସୂଚନା ମିଳିଛି। ନିର୍ବାଚନ ଫଳାଫଳ ଆସିବାର କିଛି ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଏହି କାଣ୍ଡ ଭିଆଇଛନ୍ତି। ତେବେ ଆତଙ୍କୀଙ୍କ କବଳରୁ ଜଣେ ଯବାନ ଖସି ପଳାଇ ଆସିଥିବା ବେଳେ ଅନ୍ୟଜଣେ ଏବେ ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment

ଅଧିକ ପଢ଼ନ୍ତୁ: ଛତିଶଗଡ଼ରେ ସବୁଠୁ ବଡ଼ ମାଓ ଅପରେସନ୍; ସାମନାକୁ ଆସିଲା ଘଟଣାସ୍ଥଳର ଭିଡିଓ

୨୦୨୦ ମସିହା ଅଗଷ୍ଟ ୨ରେ ଆତଙ୍କବାଦୀମାନେ କାଶ୍ମୀରରେ ଟେରିଟେରାଲ୍ ଆର୍ମିର ଯବାନ ଶାକିର ମଞ୍ଜୁର ବାଗେଙ୍କୁ ଅପହରଣ କରି ନେଇଥିଲେ। ଦକ୍ଷିଣ କାଶ୍ମୀରର ବାଲାପୁରରେ 162-TA ରେ ଶାକିରଙ୍କୁ ପୋଷ୍ଟ କରାଯାଇଥିଲା। ଶାକିର ବକ୍ରିଡରେ ଥିବା ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିବା ସହ ଗାଡ଼ି ପୋଡିଦେଇଥିଲେ।ଏହି ଘଟଣାର ପାଞ୍ଚ ଦିନ ପରେ ପରିବାର ଲୋକ ଘର ନିକଟରେ ଶାକିରଙ୍କ ପୋଷାକ ପାଇଥିଲେ।

Advertisment

ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ମିଳିପାରିଲା ନାହିଁ । ଗୋଟିଏ ବର୍ଷ ପରେ ସେପ୍ଟେମ୍ବରରେ କୁଲଗାମ ଜିଲ୍ଲାରେ ଶାକିରଙ୍କ ମୃତଦେହ ମିଳିଥିଲା। ଅନୁସନ୍ଧାନ ପରେ ପୋଲିସ ଶାକିରଙ୍କ ପରିବାର ସହ ଯୋଗାଯୋଗ କରାଯାଇଥିଲା। ଶାକିରଙ୍କ ବାପା ମଞ୍ଜୁର ଅହମ୍ମଦ ବେତନ ତାଙ୍କ ମୃତଦେହ ଚିହ୍ନଟ କରିଥିଲେ।

Kidnapping Army Jawan
Advertisment
Advertisment