Advertisment

Air India-Vistara Merger: ଉଡାଣ ଭରିଲା ଏୟାର ଇଣ୍ଡିଆ-ଭିସ୍ତାରା ପ୍ରଥମ ବିମାନ; ଦୋହାରୁ ବାହାରି ମୁମ୍ୱାଇରେ ପହଞ୍ଚିଲା

ପରିଚୟ ହରାଇଲା ‘ଭିସ୍ତାରା’। ଗତକାଲି ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସରେ ବିଲୟ ହୋଇଛି ‘ଭିସ୍ତାରା ଏୟାର ଲାଇନ୍ସ’ । ଆଜି ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି ।

ଅଦ୍ୟତନ ହୋଇଛି
Air India-Vistara Merger

Integrated Air India-Vistara

Advertisment

ପରିଚୟ ହରାଇଲା ‘ଭିସ୍ତାରା’। ଗତକାଲି ‘ଏୟାର ଇଣ୍ଡିଆ’ ଏୟାର ଲାଇନ୍ସରେ ବିଲୟ ହୋଇଛି ‘ଭିସ୍ତାରା ଏୟାର ଲାଇନ୍ସ’ । ଆଜି ଉଭୟ ସଂସ୍ଥାର ପ୍ରଥମ ମିଳିତ ବିମାନ କତାର ରାଜଧାନୀ ଦୋହାରୁ ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି । ଗତକାଲି ରାତି ପ୍ରାୟ ୧୦ଟାରେ ଏହି ନୂଆ ବିମାନ (AI-2286) ମୁମ୍ବାଇ ଅଭିମୁଖେ ଉଡାଣ ଭରି ଆଜି ସକାଳେ ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି ।

Advertisment

ମିଶ୍ରଣ ପରେ ଦୋହାରୁ ମୁମ୍ବାଇ ଅଭିମୁଖେ AI2286 ପ୍ରଥମ ବିମାନ ଥିଲା ଯାହା ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଦ୍ୱାରା ପରିଚାଳିତ ହୋଇଥିଲା । ଫ୍ଲାଇଂ ଟ୍ରାକିଂ ୱେବସାଇଟ୍ Flightradar24.com ଅନୁଯାୟୀ, ଏହି ବିମାନଟି ଦୋହାରୁ ରାତି ୧୦:୦୭ରେ ଉଡାଣ ଭରିଥିଲା। ଯାହାକି ପ୍ରାୟ ୩ ଘଣ୍ଟାର ଉଡାଣ ଭରିସାରିଛି। ସେହିପରେ ଘରୋଇ ବିମାନ ଏୟାର ଇଣ୍ଡିଆ-ଭିସ୍ତାରା ଇଣ୍ଟିଗ୍ରେଟେଡ୍ ୟୁନିଟର ପ୍ରଥମ ବିମାନ AI2984 ‌ଆଜି ରାତି ପ୍ରାୟ ସାଢେ ଗୋଟାଏରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

ଏହା ସହ ପଢ଼ନ୍ତୁ: CJI Sanjiv Khanna: ଦିନେ ତୃତୀୟ ଶ୍ରେଣୀର ଓକିଲ ଥିଲେ ସଞ୍ଜୀବ ଖାନ୍ନା !

Advertisment

ଭିସ୍ତାରା ବିମାନଗୁଡ଼ିକ ବର୍ତ୍ତମାନ 'AI2XXX' କୋଡ୍ ଅଧୀନରେ କାର୍ଯ୍ୟ କରିବ ଯାହା ଦ୍ୱାରା ବୁକିଂ ସମୟରେ ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନ ଚିହ୍ନଟ କରିବା ଯାତ୍ରୀମାନଙ୍କ ପାଇଁ ସହଜ ହୋଇପାରିବ। ଏୟାର ଇଣ୍ଡିଆ ଏବଂ ଭିସ୍ତାରାର ମିଶ୍ରଣ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଭିସ୍ତାରା, ଯାହା ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମ , ଯାହା ଅଧୀନରେ ଏହା ବର୍ତ୍ତମାନ ଏୟାର ଇଣ୍ଡିଆର ଏକ ଅଂଶ ହୋଇପାରିଛି । ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସର ବିସ୍ତାରିତ ଏୟାର ଇଣ୍ଡିଆର ୨୫.୧ ପ୍ରତିଶତ ଅଂଶଧନ ରହିବ।

ମିଶ୍ରଣ ପରେ ଭିସ୍ତାରା ଯାତ୍ରୀଙ୍କ ପାଇଁ କ’ଣ ପରିବର୍ତ୍ତନ ହେବ?

ମିଶ୍ରଣର ପ୍ରଥମ ମାସରେ, ଭିସ୍ତାରା ଟିକେଟ୍ ଥିବା ୧ଲକ୍ଷ ୧୫ହଜାରରୁ ଅଧିକ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯିବେ। ଭିସ୍ତାରାରେ ଯେଉଁଉଳି ଅନୁଭବ ଥିଲା ତାହା ପରିବର୍ତ୍ତନ ହେବନି ବୋଲି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ମିଶ୍ରଣ ପରେ ଭିସ୍ତାରା ଏୟାରଲାଇନ୍ସର ଫ୍ଲାଇଟ୍ କୋଡରେ '୨' ଯୋଡାଯିବ । ଉଦାହରଣ ସ୍ୱରୂପ, ଭିସ୍ତାରାର ବର୍ତ୍ତମାନ ଫ୍ଲାଇଟ୍ କୋଡ୍ UK 955 ବର୍ତ୍ତମାନ AI 2955 ହେବ ।

Advertisment

ଏୟାର ଇଣ୍ଡିଆ ଘୋଷଣା

ଭିସ୍ତାରା ବିମାନ ଏବେ ଏୟାର ଇଣ୍ଡିଆ ନାମରେ ନାମିତ ହେବ ଓ ଭିସ୍ତାରାର ଗ୍ରାହକ ସେବା ପରିଚାଳନା ମଧ୍ୟ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ସ୍ଥାନାନ୍ତର ହୋଇଛି । ଯାତ୍ରୀମାନେ ଏୟାର ଇଣ୍ଡିଆ ଅଫିସିଆଲ ସାଇଟରେ ଭିସ୍ତାରା ପାଇଁ ଟିକେଟ ବୁକିଂ କରିପାରିବେ । ଭବିଷ୍ୟତରେ ମଧ୍ୟ ଭିସ୍ତାରା ଭଳି ସମାନ ଉତ୍ପାଦ ଏବଂ ସେବା ଅଭିଜ୍ଞତା ଉପଲବ୍ଧ ହେବ ବୋଲି ଏୟାର ଇଣ୍ଡିଆ ଘୋଷଣା କରିଛି। ବିମାନ ବନ୍ଦରରେ ହେଲ୍ପ ଡେସ୍କ କିଓସ୍କ ସ୍ଥାପନ କରାଯିବ । ଅନ୍ତର୍ଜାତୀୟ ବିମାନବନ୍ଦରରେ ସାଇନେଜ୍ ଏବଂ ସୂଚନା ଯାତ୍ରୀମାନଙ୍କୁ ସଠିକ୍ ଚେକ୍ ଇନ୍ ଡେସ୍କକୁ ମାର୍ଗଦର୍ଶନ କରାଇବ । ଭିସ୍ତାରା ବିଶ୍ୱସ୍ତତା ସଦସ୍ୟଙ୍କୁ ଏୟାର ଇଣ୍ଡିଆ କାର୍ଯ୍ୟକ୍ରମକୁ ସ୍ଥାନାନ୍ତର କରାଯିବ।

୨୦୧୩ ମସିହାରେ ‘ଟାଟା ସନ୍ସ’ ଓ ସିଙ୍ଗାପୁର ଏୟାର ଲାଇନ୍ସର ଏକ ଜଏଣ୍ଟ ଭେଞ୍ଚର କମ୍ପାନୀ ଭାବେ ‘ଭିସ୍ତାରା ଏୟାର ଲାଇନ୍ସ’କୁ ପ୍ରତିଷ୍ଠା କରାଯାଇଥିଲା । ଏଥିରେ ଟାଟା କମ୍ପାନୀର ସର୍ବାଧିକ ୫୧ ପ୍ରତିଶତ ଓ ସିଙ୍ଗାପୁର ଏୟାର ଲାଇନ୍ସର ୪୯ ପ୍ରତିଶତ ମାଲିକାନା ଥିଲା । ୨୦୨୨ ମସିହାରେ ‘ଟାଟା ସନ୍ସ’ ରାଷ୍ଟ୍ରାୟତ୍ତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଅଧିଗ୍ରହଣ କରିବା ପରେ ଭିସ୍ତାରର ବିଲୟ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲା ।

୨୦୨୪ ଶେଷ ସୁଦ୍ଧା ଏହି ମିଶ୍ରଣ ପ୍ରକ୍ରିୟା ସମସ୍ତ ଆଇନଗତ ଅନୁମୋଦନ ଲାଭ କରି ଶେଷ ହେବ ବୋଲି ଉଭୟ ସଂସ୍ଥା ଘୋଷଣା କରିଥିଲା । ଏହା ପୂର୍ବରୁ ନଭେମ୍ବର ୧୧ରେ ଭିସ୍ତାରାର ବିଲୟ ଘଟିଲା। ଆଜିଠାରୁ ମିଳିତ ଏୟାର ଲାଇନ୍ସ ଉଡାଣ ଭରିଛି। ଏହି ଜଏଣ୍ଟ ଭେଞ୍ଚର କମ୍ପାନୀରେ ସିଙ୍ଗାପୁର ଏୟାର ଲାଇନ୍ସର ମାତ୍ର ୨୫.୧ ପ୍ରତିଶତ ଅଂଶଧନ ରହିବା ସହ ଅବଶିଷ୍ଟ ୭୪.୯୯ ପ୍ରତିଶତ ଅଂଶଧନ ଟାଟା ସନ୍ସ ନିକଟରେ ରହିଛି ।

ଏହା ସହ ପଢ଼ନ୍ତୁ: ଫୋନ୍‌ରେ ସ୍ୱାମୀ-ସ୍ତ୍ରୀଙ୍କର ଚାଲିଥିଲା ଝଗଡ଼ା! ଚାହୁଁ ଚାହୁଁ ରେଳବାଇର ଚାଲିଗଲା ୩ କୋଟି

Airlines Air India Vistara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ