Advertisment

ଚାଷୀଙ୍କ ପାଇଁ ଖୁସି ଖବର: ଅକ୍ଟୋବର ୫ରେ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା

ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
PM Kisan Yojana 18th Installment: How to check status

PM Kissan

ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା।

Advertisment

ପୂର୍ବରୁ ଜୁନ ୧୮ ତାରିଖରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଥିଲା।ପିଏମ-କିଷାନ ଯୋଜନାରେ କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରାଯାଏ। ପେବୃଆରୀ ୨୦୧୯ରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ ଡିବିଟି ଜରିଆରେ ଚାଷୀଙ୍କ ଆଧାର ସହ ସଂଯୁକ୍ତ ବ୍ୟାଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ୬ହଜାର ଟଙ୍କା ପ୍ରଦାନ କରାଯାଏ।

ଅଧିକ ପଢ଼ନ୍ତୁ: ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା; ବଢିଲା ଏଲପିଜି ଗ୍ୟାସ ଦର

ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି । ଆଉ ଏଥିମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠାଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।

Advertisment

ଯଦି ଜଣେ କୃଷକ ନିଜର ଚାଷ ଜମିକୁ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରୁନାହାଁନ୍ତି, ଅନ୍ୟ କାମ ପାଇଁ କିମ୍ବା ଅନ୍ୟମାନଙ୍କ ଜାମିରେ ଚାଷ କାର୍ଯ୍ୟ କରନ୍ତି ଏବଂ ସେହି ଜମିଟି ତାଙ୍କର ନୁହେଁ, ଏହିପରି ଚାଷୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ । ଯଦି ଜଣେ କୃଷକ ଚାଷ କରୁଛନ୍ତି, କିନ୍ତୁ ଜମି ତାଙ୍କ ବାପା ପିତା କିମ୍ବା ଜେଜେବାପାଙ୍କ ନାମରେ ଅଛି, ତେବେ ସେ ମଧ୍ୟ ଏହି ଯୋଜନାର ଲାଭ ଉଠାଇପାରିବେ ନାହିଁ ।

ଯଦି ଜଣେ ବ୍ୟକ୍ତି ଜମିର ମାଲିକ, କିନ୍ତୁ ସେ ସରକାରୀ କର୍ମଚାରୀ କିମ୍ବା ଅବସରପ୍ରାପ୍ତ, ଏବେକାର କିମ୍ବା ପୂର୍ବତନ ସାଂସଦ, ବିଧାୟକ, ମନ୍ତ୍ରୀ ଅଛନ୍ତି ତେବେ କିଷାନ ଯୋଜନା ପାଇଁ ମଧ୍ୟ ଏହିପରି ବ୍ୟକ୍ତି ଅଯୋଗ୍ୟ ବିବେଚିତ ହେବେ। ବୃତ୍ତିଗତ ପଞ୍ଜୀକୃତ ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଅଯୋଗ୍ୟ ତାଲିକାରେ ଆସିଥାନ୍ତି । ଇନକମ୍ ଟ୍ୟାକ୍ସ ଦେଉଥିବା ପରିବାରଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ ନାହିଁ।

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

PM Narendra Modi PM KISAN Scheme
Advertisment
Advertisment