Advertisment

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା; ବଢିଲା ଏଲପିଜି ଗ୍ୟାସ ଦର

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା। ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
LPG gas cylinder prices increased

lpg

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା। ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ପିଛା ୪୮.୫୦ଟଙ୍କା ବୃଦ୍ଧି ହୋଇଛି। ତେବେ ତୈଳ କମ୍ପାନୀଗୁଡିକ ୧୪କେଜି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

Advertisment

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର: ଅକ୍ଟୋବର ୫ରେ ଖାତାକୁ ଯିବ ପିଏମ୍ କିଷାନ ଟଙ୍କା

IOCL ୱେବସାଇଟରେ ନୂଆ ଦର ନେଇ ସୂଚନା ରହିଛି। ଆଜିଠାରୁ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ନୂତନ ମୂଲ୍ୟ କାର୍ଯ୍ୟକାରୀ ହୋଇଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡରର ମୂଲ୍ୟ ୧୬୯୧.୫୦ଟଙ୍କାରୁ ବଢି ୧୭୪୦ ଟଙ୍କାରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀ ବ୍ୟତୀତ ମେଟ୍ରୋ ବିଷୟରେ କଥା ହେବା, ତେବେ ସେପ୍ଟେମ୍ବର ମାସରେ ମୁମ୍ବାଇରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୬୦୫ଟଙ୍କାରୁ ୧୬୪୪ ଟଙ୍କାକୁ ବୃଦ୍ଧି କରାଯାଇଥିଲା, ତେବେ ଦର ବୃଦ୍ଧି ପରେ ଏହା ୧୬୯୨.୫୦ ଟଙ୍କାରେ ପହଞ୍ଚିଛି।

Advertisment

ଏହା ବ୍ୟତୀତ, କୋଲକାତାରେ ୧୮୦୨.୫୦ ଟଙ୍କାରେ ମିଳୁଥିବା ଗ୍ୟାସ ବର୍ତ୍ତମାନ ୧୮୫୦.୫୦ ଟଙ୍କା ହୋଇଛି। ଏହା ବ୍ୟତୀତ ଚେନ୍ନାଇରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୧୯୦୩ ଟଙ୍କାକୁ ବୃଦ୍ଧି କରାଯାଇଛି ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ୧୮୫୫ ଟଙ୍କା ଥିଲା।ଗତ ଜୁଲାଇ ମାସରୁ ୧୯ କିଲୋଗ୍ରାମ LPG ସିଲିଣ୍ଡର ମୂଲ୍ୟରେ କ୍ରମାଗତ ବୃଦ୍ଧି ଘଟିଛି ।

ଜୁଲାଇ ପହିଲାରେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ଦର ହ୍ରାସକରିଥିଲେ ଏବଂ ରାଜଧାନୀ ଦିଲ୍ଲୀରେ ଏହି ସିଲିଣ୍ଡରର ମୂଲ୍ୟ ୩୦ ଟଙ୍କା ହ୍ରାସ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ମାସରେ ଅର୍ଥାତ୍ ଅଗଷ୍ଟ ୨୦୨୪ ରେ, ୧୯ କେଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୮.୫୦ ଟଙ୍କା ବୃଦ୍ଧି ପାଇଥିଲା। ସେପ୍ଟେମ୍ବରରେ ମଧ୍ୟ ସିଲିଣ୍ଡର ପିଛା ୩୯ ଟଙ୍କା ବୃଦ୍ଧି କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା

LPG Cylinder LPG Price Hike
Advertisment
Advertisment