• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହାଯାଏ ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ କିଛି ତୁଚ୍ଛ । ଦୃଢ଼ ଇଚ୍ଛାଶକ୍ତି ଥିଲେ ବଡ଼ ବଡ଼ ପ୍ରତିବନ୍ଧକ ବି ସହଜରେ ପାର୍‌ କରାଯାଇପାରେ । ଠିକ୍‌ ଯେମିତି ଯାହାର ପାଠ ପଢ଼ିବାକୁ ଆଗ୍ରହ ଥିବ ସେ କୌଣସି ବି ପରିସ୍ଥିତିରେ ପାଠ ପଢ଼ିବ । ଏକଥା ବି ଆମେ ପିଲା ଦିନରୁ ଜାଣିଛେ । ବାପା ମାଆ କିମ୍ବା ଗୁରୁଜନ ପିଲାମାନଙ୍କୁ କୁହନ୍ତି ଯାହାର ପାଠ ପଢ଼ିବାର ଇଚ୍ଛା ଥିବ, ଷ୍ଟ୍ରିଟ୍ ଲାଇଟ୍ ତଳେ ବି ପାଠ ପଢ଼ିପାରିବ । ଆଉ ନିଶ୍ଚିତ ଭାବେ ଜୀବନରେ ଆଗକୁ ବଢ଼ିବ ।

ଠିକ୍‌ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ୟୁପି ଆଗ୍ରାରୁ । ଜଣେ ଭିକାରୀ ମାଟ୍ରିକ୍‌ ପରୀକ୍ଷା ଦେଇ ଫାଷ୍ଟ କ୍ଲାସ୍‌ରେ ପାସ୍‌ କରିଛି । ଆଉ ସେହି ଭିକାରୀର ବୟସ ୧୭ । ସେ ଭିକ ମାଗି ତାର ଗୁଜୁରାଣ ମେଣ୍ଟାଏ । ୮/୮ର ଏକ କୁଡ଼ିଆରେ ତାର ପୁରା ପରିବାର ରୁହନ୍ତି । ତା’ ବାପା ବି ଭିକ ମାଗି ପରିବାର ପ୍ରତିପୋଷଣ କରନ୍ତି । ସେହି ଛୋଟ କୁଡ଼ିଆରେ ତାର ବାପା-ମାଆ ସମେତ ଅନ୍ୟ ୮ ଜଣ ଭାଇ ଭଉଣୀ ବି ରୁହନ୍ତି ।

ଏହି ଭିକାରୀ ହେଉଛି ୧୭ ବର୍ଷିୟ ସେର୍‌ ଅଲ୍ଲୀ । ଗତ ଶନିବାର ୟୁପି ବୋର୍ଡର ପରୀକ୍ଷା ଫଳ ପ୍ରକାଶ ପାଇଛି । ସେଥିରେ ସେର୍ ଅଲ୍ଲୀ ୬୩ ପ୍ରତିଶତ ମାର୍କ ରଖି ପାସ୍‌ କରିଛି । ୟୁପି ବୋର୍ଡ ପରୀକ୍ଷା ପାସ୍ କରିବା ପରେ ସେ ଏବେ ପ୍ରାୟ ୪୦ ପରିବାର ପାଇଁ ରୋଲ ମଡେଲ ପାଲଟି ଯାଇଛି । ଏହି ୪୦ ପରିବାରର ମୁଖ୍ୟ କାମ ହେଲା ଅଳିଆ ଗୋଟାଇବା ବା ପ୍ଲାଷ୍ଟିକ୍ ଗୋଟାଇବା । ଆଉ ସେମାନଙ୍କ ପିଲାଙ୍କୁ ଭିକ ମାଗିବା ପାଇଁ ଛଡ଼ାଯାଏ । ସେର୍ ଅଲ୍ଲୀର ବାପା ଜଣେ ଅଶିକ୍ଷିତ । କିନ୍ତୁ ସେର୍‌ ଅଲ୍ଲୀ ଆଜି ବୋର୍ଡ ପରୀକ୍ଷା ପାସ୍‌ କରିବା ପରେ ତାଙ୍କ ଛାତି କୁଣ୍ଢେମୋଟ ହୋଇଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଲା, ସେର୍ ଅଲ୍ଲୀ ଇଂରାଜୀରେ ସବୁଠୁ ଅଧିକ (୧୦୦ରୁ ୮୦) ମାର୍କ ରଖିଛି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଅଲ୍ଲୀ କହିଛି ଯେ, ‘ସେ ପାଠ ପଢ଼ି ୟୁପି ବୋର୍ଡ ପାସ କରିବା ପଛରେ ଜଣେ ଚାଇଲ୍ଡ ଆକ୍ଟିଭିଷ୍ଟଙ୍କ ହାତ ରହିଛି । ତାଙ୍କର ନାଁ ନରେଶ ପାରସ୍ । ଯିଏ କି ତାଙ୍କୁ ଭିକ ମଗା ଜୀବନରୁ ବାହାରକୁ ଆଣି ସ୍କୁଲରେ ଆଡ୍ ମିଶନ କରାଇଥିଲେ । ଏବେ ରେଜଲ୍ଡ ଜାଣିବା ପରେ ମୋ ମନରେ ଖୁବ୍‌ ଉତ୍ସହ ରହିଛି । ଏହି ରେଜଲ୍ଟ ମୋତେ ଆଗକୁ ବଢ଼ିବାକୁ ସାହାସ ଦେବ । ଏବେ ମୁଁ ଚାହୁଁଛି ଦେଶ ସେବା କରିବି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ସ୍କିମ୍‌ ଜରିଆରେ ମୁଁ ଅଗ୍ନିବୀର ହେବାକୁ ଚାହୁଁଛି ।’