Advertisment

ଖେଳ ପଡ଼ିଆରେ ଯୁବକଙ୍କ ହାର୍ଟ ଆଟାକ୍‌, ରନ୍‌ ପାଇଁ ଦୌଡ଼ୁ ଥିବାବେଳେ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ...

କ୍ରିକେଟ ଖେଳୁ ଥିବାବେଳେ ଉତ୍ତର ପ୍ରଦେଶର କାନପୁର ସହରରେ ଜଣେ ୧୬ ବର୍ଷୀୟ ବାଳକଙ୍କ ଅଚାନକ୍‌ ହାର୍ଟ ଆଟାକ୍‌ ହେବାରୁ ମୃତ୍ୟୁ ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
16-year-old dies while playing cricket

16-year-old dies while playing cricket in UP

କ୍ରିକେଟ ଖେଳୁଥିବା ବେଳେ ହଠାତ୍‌ ଆସିଲା ହାର୍ଟ ଆଟାକ୍‌ ତା’ପରେ ଭୂମିରେ ଟଳି ପଡ଼ିଲେ ଓ ଚାଲିଗଲା ଜୀବନ। କ୍ରିକେଟ ଖେଳୁ ଥିବାବେଳେ ଉତ୍ତର ପ୍ରଦେଶର କାନପୁର ସହରରେ ଜଣେ ୧୬ ବର୍ଷୀୟ ବାଳକଙ୍କ ଅଚାନକ୍‌ ହାର୍ଟ ଆଟାକ୍‌ ହେବାରୁ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାଁ ଅନୁଜ ପାଣ୍ଡେ। ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳୁ ଥିବାବେଳେ ଅଚାନକ ତାଙ୍କର ମୁଣ୍ଡ ବୁଲାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। 

Advertisment

ରନ୍‌ ନେବା ପାଇଁ ଅନୁଜ ଦୌଡ଼ୁ ଥିବାବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା ଓ ସେ ତଳେ ପଡ଼ି ଯାଇଥିଲେ। ତାଙ୍କୁ ବେହୋସ୍‌ ହେବା ଦେଖି ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହାର୍ଟ ଆଟାକ୍‌ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସନ୍ଦେହ କରିଛନ୍ତି। ଅନୁଜଙ୍କ ସମ୍ପକୀୟମାନେ ମୃତଦେହର ପୋଷ୍ଟମର୍ଟମ ପାଇଁ ମନା କରି ଦେଇଥିଲେ। 

ଅଧିକ ପଢ଼ନ୍ତୁ: ଜିମ୍‌ ହେଲା କାଳ: ଚାଲିଗଲା ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ଜୀବନ

Advertisment

ଅନୁଜଙ୍କ ବାପା ଅମିତ କୁମାର ପାଣ୍ଡେଙ୍କ ଘର ତ୍ରିବେଣୀଗଞ୍ଜ ମାର୍କେଟ୍‌ରେ। ଅମିତ ଓ ତାଙ୍କ ପତ୍ନୀ ସୁନୀତାଙ୍କ ୨ଟି ସନ୍ତାନ(ସୁମିତ୍‌ ଓ ୧୬ ବର୍ଷୀୟ ଅନୁଜ)। ଅମିତଙ୍କ କହିବା ଅନୁସାରେ, ବୁଧବାର ସକାଳେ ସାଙ୍ଗମାନଙ୍କ ସହ କ୍ରିକେଟ୍‌ ଖେଳିବା ପାଇଁ ଅନୁଜ ଘରୁ ବାହାରିଥିଲେ। କ୍ରିକେଟ୍‌ ଖେଳୁ ଥିବାବେଳେ ତାଙ୍କର ମୁଣ୍ଡ ବୁଲାଇବାରୁ ସେ ତଳେ ପଡ଼ି ଯାଇଥିଲେ। ଏନେଇ ସାଙ୍ଗମାନେ ଅନୁଜଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନୁଜଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ରନ୍‌ ପାଇଁ ଦୌଡ଼ୁ ଥିବାବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା ଓ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଫଳରେ ସେ ତଳେ ପଡ଼ି ଯାଇଥିଲେ। 

Heart Attack
Advertisment
Advertisment