• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍କୁଲ୍‌ ଚାଲିଥିବା ବେଳେ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଲା ଶିଶୁ । ଆମେରିକାର ଭର୍ଜିନିଆରେ ଶୁକ୍ରବାର ଦିନ ଜଣେ ୬ ବର୍ଷର ଛାତ୍ର ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଛି । ତେବେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ସେହି ଛାତ୍ର ଜଣକ ଅଜାଣତରେ ନୁହେଁ ବରଂ ଜାଣିଶୁଣି ଶିକ୍ଷକଙ୍କୁ ଗୁଳି ମାରିଛି । ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ନ୍ୟୁପୋର୍ଟ ନ୍ୟୁଜ୍ ସିଟି ପୋଲିସ ଏବଂ ସ୍କୁଲ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି, ଏହି ଗୁଳି ବିନିମୟ ଏକ ଦୁର୍ଘଟଣା ନୁହେଁ । ରିଚନେକ୍ ପ୍ରାଥମିକ ବିଦ୍ୟାଳୟରେ ଏହି ଗୁଳିମାଡ଼ ହୋଇଥିବା ବେଳେ ଏଥିରେ କୌଣସି ଛାତ୍ର ଆହତ ହୋଇନାହାଁନ୍ତି ବୋଲି ପୋଲିସ କହିଛି ।

ଛାତ୍ରଙ୍କ ଗୁଳିରେ ଆହତ ହୋଇଥିବା ଶିକ୍ଷୟିତ୍ରୀଙ୍କ ବୟସ ପ୍ରାୟ ୩୦ବର୍ଷ । ଗୁଳି ବାଜିବା ଯୋଗୁଁ ସେ ଗୁରୁତର ଆହତ ହୋଇଛନ୍ତି । ତେବେ ଅପରାହ୍ନ ସୁଦ୍ଧା ତାଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି । ନ୍ୟୁ ପୋର୍ଟ ନ୍ୟୁଜର ପୋଲିସ୍‌ ଚିଫ୍ ଡ୍ରୁ କହିଛନ୍ତି, 'ସୁଟିଂକୁ ଦୁର୍ଘଟଣା କୁହାଯାଇ ପାରବ ନାହିଁ । ଛାତ୍ର ଏବଂ ଶିକ୍ଷୟିତ୍ରୀ ପରସ୍ପରକୁ ଜାଣିଥିବା ବେଳେ କୌଣସି ଘଟଣାକୁ ନେଇ ଶିକ୍ଷୟିତ୍ରୀ ପିଲାଟିକୁ ତାଗିଦ୍‌ କରିଥିଲେ । ଏହି ଘଟଣା ପରେ ଅଚାନକ୍‌ ବ୍ୟାଗରୁ ବନ୍ଧୁକ ବାହାର କରି ଛାତ୍ର ଜଣକ ଶିକ୍ଷକଙ୍କ ଉପରକୁ ଗୁଳି ଚଳାଇଥିଲା ।

ହେଲେ ଏଇଠି ପ୍ରଶ୍ନ ଉଠୁଛି ଏତେ କୁନି ପିଲା ପାଖକୁ କେଉଁଠାରୁ ଏଭଳି ମାରଣାସ୍ତ୍ର ଆସିଲା । ଏବେ ଏହାର ଅନୁସନ୍ଧାନ କରୁଛି ପୋଲିସ  । ଏହି ଘଟଣା ପରେ ସ୍କୁଲର ପ୍ରିନସ୍ପିପାଲ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି । କୁନି କୁନି ପିଲାଙ୍କ ପାଖରୁ ବନ୍ଧୁକ ମିଳିବା ଏକ ସମ୍ବେଦନଶୀଳ ଘଟଣା । ଏ ସମ୍ପର୍କରେ ଅଧିକ ତଦନ୍ତ ହେବା ଆବଶ୍ୟକ । ଏପଟେ ଘଟଣା ସମ୍ପର୍କରେ ପୋଲିସ ଚିଫ୍‌ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ଦେଇନାହାଁନ୍ତି ।

ସୂଚନାଯୋଗ୍ୟ ଆମେରିକାର ସ୍କୁଲରେ ଏପରି ଗୁଳି ବିନିମୟ ଘଟଣା ନୂଆ ନୁହେଁ । ବାରମ୍ବାର ଏପରି ଘଟଣା ଘଟିଛି । ହେଲେ ଏତେ ଛୋଟ ପିଲା ଶିକ୍ଷକଙ୍କୁ ଗୁଳି ଚଳାଇବାର ଘଟଣା ବିରଳ ବୋଲି କୁହାଯାଉଛି ।