Advertisment

ଦୁର୍ଘଟଣା ପରେ ଜଳିଗଲା ବସ୍‌; ୧୩ ଜଣଙ୍କ ମୃତ୍ୟୁ

ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି ।

author-image
Tanmay Kumar Mahalik
13 killed as bus catches fire after accident in Madhya Pradesh

13 killed as bus catches fire after accident in Madhya Pradesh

ବିଳମ୍ବିତ ରାତିରେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯିବା ଫଳରେ ୧୩ ଜଣଙ୍କ ମୃତ୍ୟଉ ହୋଇଛି । ଏହି ଦୁର୍ଘଟଣାରେ ୧୭ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଏକ ଡମ୍ଫର ସହ ବସ୍‌ଟି ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ପରେ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବସ୍‌ଟିରେ ନିଆଁ ଲାଗିଯାଇଥିଲା ।

Advertisment

ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମସ୍ତ ମୃତଦେହକୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ କ’ଣ ଜଣାପଡ଼ିନାହିଁ । ବର୍ତ୍ତମାନ ଏନେଇ ତଦନ୍ତ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ବସ୍‌ଟିରେ ପ୍ରାୟ ୩୦ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ସୌଭାଗ୍ୟ ବସତଃ ୪ଜଣ ବସଟିରୁ ମୁକୁଳିଯାଇଛନ୍ତି । ଯାହାଫଳରେ କି ସେମାନେ ସୁସ୍ଥ ରହିଛନ୍ତି ।

ଏହି ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବାବେଳେ ଏହା ମଧ୍ୟପ୍ରଦେଶର ଗୁନାରେ ହୋଇଛି । ଗୁନା-ଆରୋନ ରାସ୍ତାରେ ବସ୍‌ ଯାଉଥିବା ସମୟରେ ଅପରପାର୍ଶ୍ୱରେ ଏକ ଡମ୍ଫର ସହିତ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ୧୩ ଜଣଙ୍କର ମୃତ୍ୟୁ ହେବା ସହ ୧୭ରୁ ଅଧିକ ଆହତ ହୋଇଛନ୍ତି । ହେଲେ ବସ୍‌ଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି ।

Advertisment

ଗୁନା ଜିଲ୍ଲାର ଜିଲ୍ଲାପାଳ ମୃତକଙ୍କ ସଂଖ୍ୟା ୧୩ ଥିବା ସ୍ପଷ୍ଟ କରିଥିବାବେଳେ ୧୭ ଆହତମାନଙ୍କ ଚିକିତ୍ସା ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଚାଲିଥିବା କହିଛନ୍ତି ।

ଏହି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତିକ୍ରିୟା ରଖିଛନ୍ତି । ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ କରିବାରକୁ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟତା ବାବଦକୁ ୪ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ତାହା ସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି ।

Accident Madhya Pradesh
Advertisment
Advertisment