Advertisment

ରାମ ନବମୀରେ ବଡ଼ ଅଘଟଣ: ମନ୍ଦିର କୂଅ ଧସି ୧୩ ମୃତ

ଧାର୍ମିକ କାର୍ଯ୍ୟକ୍ରମ ବେଳେ ମନ୍ଦିରରେ ଥିବା ପୁରୁଣା କୂଅର ଛାତ ଉପରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ଏହି ସମୟରେ ଘଟିଲା ଅଘଟଣ।

ଅଦ୍ୟତନ ହୋଇଛି
Indore Temple Floor Collapses

13 Dead after Indore Temple Floor Collapses

Advertisment

ଇନ୍ଦୋର ପଟେଲ ନଗରରେ ଥିବା ଏକ ମନ୍ଦିର କୂଅ ଧସିବା ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି।  ମନ୍ଦିରରେ ପୂଜା ଚାଲିଥିବା ବେଳେ  ଏକ ପୁରୁଣା କୂଅ ଧସିଥିଲା। ତେବେ ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ରାମନବମୀ ପାଇଁ ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ଏହି ଅଘଟଣ ଘଟିଛି।

Advertisment

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଧାର୍ମିକ କାର୍ଯ୍ୟକ୍ରମ ବେଳେ ମନ୍ଦିରରେ ଥିବା ପୁରୁଣା କୂଅର ଛାତ ଉପରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁ କୂଅ ଉପରେ ପଡ଼ିଥିବା ଛାତ ଭାର ସମ୍ଭାଳି ନପାରି ଭୁଶୁଡ଼ି ପଡ଼ିଥିଲା।

Advertisment

ଅଧିକ ପଢ଼ନ୍ତୁ: ରାମ ନବମୀରେ ଅଘଟଣ; ହୁତୁହୁତୁ ହୋଇ ଜଳିଗଲା ବେଣୁଗୋପାଳସ୍ୱାମୀ ମନ୍ଦିର

Advertisment

ଫଳରେ ଏହା ଉପରେ ଛିଡ଼ା ହୋଇଥିବା ଶ୍ରଦ୍ଧାଳୁ କୂଅ ମଧ୍ୟକୁ ଖସି ପଡ଼ିଥିଲେ। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଇନ୍ଦୋର ଜିଲ୍ଲାପାଳ ଓ କମିଶନରଙ୍କ ସହ ଫୋନ୍‌ରେ କଥା ହୋଇ ଉଦ୍ଧାର କାର୍ଯ୍ୟ ତ୍ୱରାନିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।

Sriram Navami Sri Ram Navami
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ