Advertisment

ନାଗାଲାଣ୍ଡରେ ସେନାର ଅପରେସନରେ ୧୧ ସାଧାରଣ ନାଗରିକଙ୍କ ମୃତ୍ୟୁ

ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇଥିଲେ ସୁରକ୍ଷା ବାହିନୀ। ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ସୁରକ୍ଷା ବାହିନୀ।

author-image
Chandan Shishu
ଅଦ୍ୟତନ ହୋଇଛି
ଗୁଳିକାଣ୍ଡ ପରେ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇତିଲେ ଗାଁ ଲୋକ

ଗୁଳିକାଣ୍ଡ ପରେ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇତିଲେ ଗାଁ ଲୋକ

କୋହିମା: ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାୟ ୧୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ। ଏଭଳି ଦୁଃଖଦ ଘଟଣା ଘଟିଛି ଭାରତର ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡରେ। ଶନିବାର ସନ୍ଧ୍ୟାରେ ନାଗାଲାଣ୍ଡର ମୋନା ଜିଲ୍ଲାର ଓଟିଙ୍ଗ ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡରେ ପ୍ରାୟ ୧୩ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ୱାରା ଆତଙ୍କବାଦୀ ବିରୋଧୀ ଅପରେସନ ଚାଲିଥିଲା। କିନ୍ତୁ ଭୁଲ ତଥ୍ୟ ଯୋଗୁଁ ଏହି ଅପରେସନ୍‌ରେ ଅନେକ ସ୍ଥାନୀୟ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ସୁରକ୍ଷାକର୍ମୀଙ୍କ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଅନେକ ଲୋକେ ଆହତ ହୋଇଛନ୍ତି।

Advertisment

ସୂଚନା ଅନୁସାରେ,  ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ଗୁପ୍ତ ସୂଚନା ପାଇଥିଲେ ସୁରକ୍ଷା ବାହିନୀ। ତିରୁ-ଓଟିଙ୍ଗ ରାସ୍ତାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ସୁରକ୍ଷା ବାହିନୀ। ଏତିକି ବେଳେ ସେହି ରାସ୍ତାଦେଇ କିଛି ଗ୍ରାମବାସୀ ମିନି ପିକ୍‌ ଅପ୍‌ କୋଇଲା ବୋଝେଇ ଟ୍ରକ୍‌ରେ ଘରକୁ ଫେରୁଥିଲେ।  କିନ୍ତୁ ଭୁଲରେ ଗ୍ରାମବାସୀଙ୍କୁ ଆତଙ୍କୀ ବୋଲି ଭାବି ନେଇଥିଲେ। ଏହାପରେ ତାଙ୍କ ଉପରେ ଗୁଳିମାଡ କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୧୨ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲେ।

ଯେତେବେଳେ ଏହି ଲୋକମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ, ଗାଁର ସ୍ୱେଚ୍ଛାସେବୀମାନେ ସେମାନଙ୍କୁ ଖୋଜିବାକୁ ବାହାରିଥିଲେ। ତା’ପରେ ସେମାନେ ରାସ୍ତା ଉପରେ ସେମାନଙ୍କର ମୃତଦେହ ପଡିଥିବା ପାଇଥିଲେ। ଏହି ଘଟଣା ପରେ ଉତ୍ତଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ସୁରକ୍ଷାକର୍ମୀଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି। ଏବେବି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ସେପଟେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଓ ରିଓ ଶାନ୍ତି ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି। ଏହି ଘଟଣାର ଅନୁସନ୍ଧାନ ପାଇଁ ସେ ଏସଆଇଟି ଗଠନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି କହିଛନ୍ତି, ‘ମୋନ ଜିଲ୍ଲାର ଓଟିଙ୍ଗରେ ସାଧାରଣ ନାଗରିକଙ୍କ ହତ୍ୟା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଅତ୍ୟନ୍ତ ନିନ୍ଦନୀୟ। ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ସମବେଦନା ଜଣାଉଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହି ଘଟଣାର ଉଚ୍ଚ ସ୍ତରୀୟ SIT ଦ୍ୱାରା ଅନୁସନ୍ଧାନ କରାଯିବ ଏବଂ ଦେଶର ଆଇନ ଅନୁଯାୟୀ ନ୍ୟାୟ କରାଯିବ, ମୁଁ ଶାନ୍ତି ପାଇଁ ସମାଜର ସମସ୍ତ ବିଭାଗକୁ ନିବେଦନ କରୁଛି।’


— Amit Shah (@AmitShah) December 5, 2021

Amit Shah Encounter Nagaland
Advertisment
Advertisment