• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଲାଗିଗଲା ଲଟେରୀ, ଖୋଲିଗଲା ମହିଳାଙ୍କ ଭାଗ୍ୟ । ମାତ୍ର ୨୫୦ ଟଙ୍କା ଟିକେଟ୍‌ରୁ ହୋଇଗଲେ କୋଟି କୋଟି ଟଙ୍କାର ମାଲିକାଣୀ । ଏପରି ଏକ ଘଟଣା ସାମ୍ନାକୁ ଆସିଛି କେରଳରୁ । ମାତ୍ର ୨୫୦ ଟଙ୍କାର ଲଟେରୀ ଟିକେଟ୍‌ କିଣି ୧୦ କୋଟି ଟଙ୍କା ଜିତିଛନ୍ତି ମହିଳା ।

ସୂଚନା ଅନୁଯାୟୀ, ମଲାପୁରମର ପାରାପାନଙ୍ଗଡି ପୌରପାଳିକାରେ ୧୧ ଜଣ ଗରିବ ମହିଳା କାମ କରନ୍ତି । ନିଜର ଗୁଜୁରାଣ ମେଣ୍ଟାଇବାକୁ ପୌରପାଳିକା ଅଧିନରେ ସଫେଇ କାର୍ଯ୍ୟ କରିବା ସହ କିଛି ପାରିଶ୍ରମିକ ପାଇଥା’ନ୍ତି । ଯେଉଁଥିରେ ସେମାନଙ୍କ ତେଲଲୁଣ ସଂସାର ଚଳେ ।

ଅଧିକ ପଢ଼ନ୍ତୁ:୨୫ କୋଟିର ଲଟେରୀ ଲାଗିଲା ! ହେଲେ ଟିକଟ ଛାଡ଼ିଦେଲେ ମଦ ଦୋକାନରେ, ତାପରେ...

ହେଲେ ସେଠାରେ ଏକ ଲଟେରୀ ଲାଗିଥିବା ବେଳେ ଏହି ମହିଳାମାନେ ଏଥିରେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ ଲଟେରୀ ଟିକେଟ୍‌ ପ୍ରତି ୨୫୦ ଟଙ୍କା ରଖାଯାଇଥିଲା । ଫଳରେ ମହିଳାମାନେ ସମସ୍ତେ ଅଲଗା ଅଲଗା କରି ଟିକେଟ୍‌ କିଣିପାରିନଥିଲେ । ତେଣୁ ସମସ୍ତ ଏକାଠି ହୋଇ ୨୫ ଟଙ୍କା ଲେଖାଏଁ ଆଦାୟ କରିଥିଲେ ।

ଖାଲି ସେତିକି ନୁହେଁ, ୧୧ଜଣ ମହିଳାଙ୍କ ମଧ୍ୟରୁ ଦୁଇଜଣ ମହିଳା ୨୫ ଟଙ୍କା ଦେବାକୁ ମଧ୍ୟ ଅସମର୍ଥ ହୋଇଥିଲେ । ଫଳରେ ଦୁଇଜଣ ମହିଳା ୧୨ଟଙ୍କା ୫୦ ପଇସା ଲେଖାଏଁ ଦେଇଥିଲେ । ପରେ ସମସ୍ତଙ୍କ ଟଙ୍କା ଏକାଠି କରାଯାଇ ଲଟେରୀ ଟିକେଟ୍‌ କିଣାଯାଇଥିଲା । ଆଉ ଏହି ସମସ୍ତ କଥା ଜାଣି ନିକଟରେ କିଛି ଲୋକ ଏହାକୁ ନେଇ ହସିଥିଲେ । ହେଲେ ପରେ ସେହି ଟିକେଟ୍‌ରେ ୧୦ କୋଟି ଟଙ୍କାର ପୁରସ୍କାର ରାଶି ଉଠିଥିଲା । ଯାହାକୁ ନେଇ ଏହି ମହିଳାମାନଙ୍କ ଖୁସି ଏବେ କହିଲେ ନସରେ। 

ଲଟେରୀ ଜିତିବା ପରେ ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି, ଆମେ ଏକାଠି ହୋଇଥିବାରୁ ଏହି ଲଟେରୀ ଜିତିପାରିଛୁ । ଆଗକୁ ମଧ୍ୟ ଆମେ ଏକାଠିହୋଇ କାମ କରିବୁ ।