• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଣେ ମୋଟର ମେକାନିକଙ୍କ ଲଟେରୀ ଲାଗିଲା । ସେ ରାତାରାତି କୋଟିପତି ବନିଗଲେ । କିନ୍ତୁ ୨୫ କୋଟି ଟଙ୍କା ପାଇବା ପୂର୍ବରୁ ମେକାନିକଙ୍କ ସହିତ ଏମିତି ଘଟଣା ଘଟିଲା ଯେ ତାଙ୍କ ହୋସ୍‌ ଉଡ଼ିଗଲା । ସେ ଲଟେରୀ ଟିକଟକୁ ମଦ ଦୋକାନରେ ଛାଡ଼ି ଚାଲିଆସିଲେ । ଆଉ ଏହାପରେ ଯାହା କିଛି ହେଲା, ତାହା କୌଣସି ଫିଲ୍ମର କାହାଣୀଠାରୁ କମ୍ ନୁହେଁ ।

ଏଭଳି ଏକ ଘଟଣା ଆମେରିକାର ମସ୍କଟରେ ଘଟିଛି । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯୌୟୀ, ପଲ୍‌ ଲିଟିଲ୍ ନାମକ ଜଣେ ବ୍ୟକ୍ତି ଜାନୁଆରୀରେ ଲଟେରୀ ଟିକଟ କିଣିଥିଲେ । କିନ୍ତୁ ପର ମୁହୁର୍ତ୍ତରେ ସେ ମଦ ଦୋକାନରେ ଲଟେରୀ ଟିକଟ ଛାଡ଼ି ଚାଲି ଆସିଥିଲେ । ସୁଯୋଗ ଦେଖି ଦୋକାନରେ କାମ କରୁଥିବା ୨୩ ବର୍ଷୀୟ କ୍ଲାର୍କ କାର୍ଲି ନ୍ୟୁନ୍ସ ଏହି ଟିକେଟ୍ ନିଜ ପକେଟରେ ରଖିଦେଲେ।

ଯେତେବେଳେ ପଲଙ୍କୁ ଲଟେରୀ କାର୍ଯ୍ୟାଳୟରୁ ଏକ କଲ ଆସିଲା ଏବଂ ତାଙ୍କୁ କୁହାଗଲା ଯେ ସେ ୩ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୨୫ କୋଟି ଟଙ୍କା ଜିତିଛନ୍ତି । ଏହି କଥା ଶୁଣି ପଲଙ୍କ ପାଦ ତଳୁ ମାଟି ଖସିଗଜଲା । ସେ ସଙ୍ଗେ ସଙ୍ଗେ ମଦ ଦୋକାନକୁ ଦୌଡ଼ିଗଲେ । ସେଠାରେ ପହଞ୍ଚି ଯେତେବେଳେ ସେ ପଚରାଉଚରା କଲେ, କାର୍ଲି ଲଟେରୀ ଟିକେଟ୍ ଚୋରି କଥାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିଥିଲେ । ନିରାଶ ହୋଇ ପଲ୍ ଫେରି ଆସିଲେ ।

ଏହାରି ଭିତରେ ଲଟେରୀ ଟଙ୍କା ସଂଗ୍ରହ କରିବାକୁ କାର୍ଲି ଲୁଚି ଲୁଚି ଲଟେରୀ ଅଫିସରେ ପହଞ୍ଚିଥିଲେ । ସେ ଟିକେଟ୍ ଉପରେ ନିଜର ଦାବି ରଖିଥିଲେ । କିନ୍ତୁ ଲଟେରୀ ଅଧିକାରୀମାନେ ତାଙ୍କ ଉପରେ ସନ୍ଦେହ କରିଥିଲେ । ଟିକଟ ସାମନ୍ୟ ଚିରିଯାଇଥିବା ବେଳେ ସାଇଡ୍‌ରୁ ମଧ୍ୟ ଜଳି ଯାଇଥିଲା । ସେନେଇ ଯେତେବେଳେ ପଚରାଗଲା କାର୍ଲି ଏକ ମନଗଢ଼ା କାହାଣୀ କହିବାକୁ ଲାଗିଲେ । କିନ୍ତୁ ଶେଷରେ ତାଙ୍କ ଚୋରି ଧରାପଡ଼ିଥିଲା ।

ଯେତେବେଳେ ଅନୁସନ୍ଧାନ କରାଗଲା, ସେତେବେଳେ କାର୍ଲିଙ୍କ ପୁରା ପୋଲ୍ ଖୋଲିଗଲା । ତାଙ୍କ ସହ ଜଣେ ସହକର୍ମୀ ମଧ୍ୟ ଧରାପଡିଲେ । ଦୋକାନର ସିସିଟିଭିରୁ ଜଣାପଡ଼ିଥିଲା ଯେ, ସେ ପଲଙ୍କ ଲଟେରୀ ଟିକେଟ୍ ନିଜ ପକେଟରେ ରଖିଥିଲେ । ବର୍ତ୍ତମାନ କାର୍ଲିଙ୍କ ବିରୋଧରେ ମାମଲା ଚାଲିଛି । ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ରେ ହେବ । ତାଙ୍କ ବିରୋଧରେ ଚୋରି, ପ୍ରତାରଣା ଭଳି ମାମଲା ରୁଜୁ କରାଯାଇଛି । ଏବେ ସେ ଜାମିନରେ ଅଛନ୍ତି ।

ଗତ ସପ୍ତାହରେ ଲଟେରୀର ପ୍ରକୃତ ବିଜେତା ପଲ୍ ଲିଟିଲଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଚେକ୍ ପାଇବା ପରେ ପଲ ଖୁସିରେ ନାଚି ଉଠିଲେ । ସେ କହିଛନ୍ତି ଯେ ଏହି ଟଙ୍କାରେ ସେ ପ୍ରଥମେ ନିଜ ଘରର ମରାମତି କରିବେ । ଟଙ୍କା ପାଇବା ପରେ ମଧ୍ୟ ସେ ମୋଟର ମେକାନିକ ଭାବେ କାମ ଜାରି ରଖିବ ।