• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଷ ହେଲା ବାର୍ଥ ଡେ' କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ । ଝିଅର ଜନ୍ମଦିନ ପାଳନ ପାଇଁ ପରିବାର ଲୋକେ ଅନଲାଇନରେ କେକ୍ ଅର୍ଡର କରିଥିଲେ । ପଟିଆଲାର ଏକ ବେକେରିରୁ ଚୋକୋଲେଟ୍ କେକ୍ ଅର୍ଡର କରାଯାଇଥିଲା ।

କେକ୍ କାଟିବା ସହ ଝିଅର ଜନ୍ମଦିନ ପାଳନ କରିଥିଲେ ପରିବାର । ତେବେ କେକ୍ ଖାଇବା ପରେ ପରିବାରର ସମସ୍ତେ ଅସୁସ୍ଥ ହୋଇପଡ଼ିଥିଲେ । ବାର୍ଥ ଡେ ଗାର୍ଲ ମାନଭି କେକ୍ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ ବି ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ ମାନଭିଙ୍କ ଜେଜେଙ୍କ ସୂଚନା ଅନୁସାରେ କେକ୍ ଖାଇବା ପରେ ମାନଭିକୁ ପ୍ରବଳ ଶୋଷ ହୋଇଥିଲା । ସେ ବାରମ୍ବାର ପାଣି ପିଇବା ପରେ ଶୋଇ ପଡ଼ିଥିଲା । ଏହାପରେ ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପଟିଆଲାର 'କେକ୍ ଖାନା' ନାମକ ବେକେରିରୁ ଏହି କେକ୍ ଅର୍ଡର କରାଯାଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁୟାୟୀ ସଂପୃକ୍ତ ବେକେରି ମାଲିକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୃତଦେହ ବ୍ୟବଚ୍ଛେଦ କରାଯାଇଥିବା ବେଳେ କେକ୍ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି । କେକରେ ବିଷ ମିଶିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଗତ ୨୪ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ସାମ୍ନାକୁ ଆସିଛି । ପରିବାର ଲୋକେ ଅପଲୋଡ କରିଥିବା ବାର୍ଥ ଡେ' ସେଲିବ୍ରେସନ ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now