Advertisment

ଆପଣ ଜାଣିଛନ୍ତି କି ? ୧୦ ସେକେଣ୍ଡରୁ ଅଧିକ ସମୟ ଗାଡ଼ି ଅଟକିଲେ ଟୋଲ ଫି’ ଛାଡ଼ !

ଗହଳି ସମୟରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି NHAI ପକ୍ଷରୁ ନିର୍ଦ୍ଦେଶ ରହିଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Toll Fee Free

Toll Fee Free

ଆମେ ସମସ୍ତେ ଯେଉଁମାନେ ବଡ଼ ଗାଡ଼ି ବ୍ୟବହାର କରୁଛନ୍ତି, ଟୋଲ୍‌ ପ୍ଲାଜାରେ ଟାକ୍ସ ନିଶ୍ଚୟ ଦେଉଛନ୍ତି । କିନ୍ତୁ ନାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ ଏମିତି କିଛି ନିୟମ କରିଛି ଯାହାଦ୍ୱାରା ଆପଣଙ୍କୁ ଟୋଲ ପ୍ଲାଜାରେ ଟଙ୍କାଟିଏ ବି ଟ୍ୟାକ୍ସ ଦେବାକୁ ପଡ଼ିବ ନାହିଁ । କିଛି ବର୍ଷ ପୂର୍ବରୁ ଟୋଲ ପ୍ଲାଜାରେ ଖୁବ୍ ଭିଡ଼ ଜମୁଥିଲା । ଗାଡ଼ି ପଛକୁ ଗାଡ଼ି ଧାଡ଼ି ହୋଇ ଲମ୍ବି ଥାଏ । ଏମିତି ଘଣ୍ଟାଏରୁ ଅଧିକ ସମୟ ଧରି ଲୋକେ ସେହି ଟୋଲ ପ୍ଲାଜା ଲାଇନ୍‌ରେ ଗାଡ଼ି ଧରି ଛିଡ଼ା ହୋଇଥାନ୍ତି ।

Advertisment

ଏହି ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ତଥା NHAI ପକ୍ଷରୁ ଯେବେଠୁ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ କରାଗଲା, ସେବେଠୁ ଟୋଲ ପ୍ଲାଜାରେ ଗହଳି କମ୍ ଦେଖାଯାଉଛି । ଖାଲି ସେତିକି ନୁହେଁ ଟୋଲ ପ୍ଲାଜାରେ ପ୍ରତି ଗାଡ଼ି ପିଛା ୧୦ ସେକେଣ୍ଡରେ ସେବା ପାଇଁ ମଧ୍ୟ ସମୟ ନିର୍ଦ୍ଧାରଣ କରାଯାଇଛି । ଅର୍ଥାତ୍‌ କୌଣସି ଗାଡ଼ି ୧୦ ସେକେଣ୍ଡରୁ ଅଧିକ ସମୟ ଟୋଲ ପ୍ଲାଜାରେ ଅଟକି ପାରିବ ନାହିଁ । ଏମିତିକି ଗହଳି ସମୟରେ ମଧ୍ୟ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି NHAI ପକ୍ଷରୁ ନିର୍ଦ୍ଦେଶ ରହିଛି ।

ସବୁଠାରୁ ବଡ଼ କଥା ହେଲା, ଯଦି ଟୋଲ ପ୍ଲାଜା ପକ୍ଷରୁ କୌଣସି ପ୍ରକାର ବିଳମ୍ବ ହେଲା, ଅର୍ଥାତ୍ କୌଣସି ଗାଡ଼ି ଯଦି ୧୦ ସେକେଣ୍ଡରୁ ଅଧିକ ସମୟ ଧରି ଟୋଲ ପ୍ଲାଜାରେ ଅଟକିଲା ତେବେ ସେହି ଗାଡ଼ିକୁ ଟୋଲ ଫି ଦେବାକୁ ପଡ଼ିବ ନାହିଁ । ସେବା ସମୟ ହେଉଛି ସେଇ ସମୟ, ଯେଉଁ ସମୟ ମଧ୍ୟରେ ଟୋଲ ଫି ଆଦାୟ କରାଯାଇ ଗାଡ଼ିକୁ ଟୋଲ ପ୍ଲାଜାଠୁ ଆଗକୁ ଛଡ଼ାଯିବ ।

Advertisment
NHAINHAI

ଆସନ୍ତୁ ଜାଣିବା କ’ଣ ରହିଛି ନିୟମ ?

ମେ ୨୦୨୧ର ଜାତୀୟ ରାଜପଥ ପ୍ରାଧିକରଣର ଆଦେଶ ଅନୁଯାୟୀ, ଯଦି କୌଣସି ଗାଡି ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାରେ ଟୋଲ ଅତିକ୍ରମ କରି ଆଗକୁ ଯିବା ପାଇଁ ୧୦ ସେକେଣ୍ଡରୁ ଅଧିକ ସମୟ ଲାଗୁଛି, ତେବେ ସେହି ଗାଡ଼ିକୁ ଟୋଲ ଟ୍ୟାକ୍ସ ଛାଡ଼ କରାଯିବ । ଖାଲି ସେତିକି ନୁହେଁ ଯେତେବେଳ ଟୋଲ ପ୍ଲାଜା ନିକଟରେ ୧୦୦ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ଗାଡ଼ି ଲମ୍ବିବ ସେତେବେଳେ ଗାଡ଼ି ଗୁଡ଼ିକୁ ବିନା ଟୋଲ ଟିକସରେ ଛଡ଼ାଯିବ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଟୋଲ ପ୍ଲାଜାରେ ଭିଡ଼ ନଜମାଇବା । ଗାଡ଼ି ଗୁଡ଼ିକୁ ସେତେବେଳ ପର୍ଯ୍ୟନ୍ତ ମାଗଣା ଛଡ଼ାଯିବ ଯେତେବେଳ ପର୍ଯ୍ୟନ୍ତ ଗାଡ଼ିର ଧାଡ଼ି ଟୋଲ ପ୍ଲାଜାର ୧୦୦ ମିଟର ପରିଧି ଭିତରକୁ ନଆସିଥିବ ।

NHAI ଅନୁଯାୟୀ, ପ୍ରତ୍ୟେକ ଟୋଲ୍ ବୁଥ୍ ଠାରୁ ୧୦୦ ମିଟର ଦୂରରେ ଏକ ହଳଦିଆ ରଙ୍ଗର ଷ୍ଟ୍ରିପ୍ ରହିବା ଉଚିତ୍ । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୦୨୧ରୁ ଦେଶର ସମସ୍ତ ଟୋଲ ପ୍ଳାଜାରେ ୧୦୦% କ୍ୟାସ୍‌ଲେସ୍‌ ବ୍ୟବସ୍ଥା ଲାଗୁ କରାଯାଇଛି ।

Toll Plaza
Advertisment
Advertisment