• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କୃଷକଙ୍କ ବିକ୍ଷୋଭରେ ରାଜଧାନୀ ବେହାଲ । ରାଜଧାନୀ ନୂଆଦିଲ୍ଲୀରେ କୃଷକ ସଂଗଠନର ଆନ୍ଦୋଳନ ଯୋଗୁ ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷକରି ଉତ୍ତରପ୍ରଦେଶର ଗାଜିଆବାଦ ଏବଂ ନୋଏଡା ସହିତ ଦିଲ୍ଲୀକୁ ସଂଯୋଗ କରୁଥିବା ଗାଜୀପୁର ଏବଂ ଚିଲା ସୀମାରେ ରାଜପଥରେ କାରଗୁଡିକର ଲମ୍ବା ଧାଡି ଦେଖିବାକୁ ମିଳିଛି ।

ଟ୍ରାଫିକ୍‌ରେ ଅଟକି ରହିଥିବା ଜଣେ ଡ୍ରାଇଭର ଟ୍ରାଫିକ୍‌ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ପ୍ରବଳ ଟ୍ରାଫିକ୍‌ ଜାମ୍‌ ହେତୁ ସମସ୍ୟା ସୃଷ୍ଟି ହୋଇଛି । ଗତ ଏକ ଘଣ୍ଟାରେ ମାତ୍ର ଗୋଟିଏ କିଲୋମିଟର ଅତିକ୍ରମ କରିଛି । ଦିଲ୍ଲୀକୁ ପ୍ରବେଶ କରୁଥିବା ସମସ୍ତ ଗାଡ଼ିଗୁଡ଼ିକୁ ଯାଞ୍ଚ କରାଯାଉଛି ।

ଗତକାଲି ରାତିରେ କୃଷକମାନେ ସରକାରୀ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ହେଲେ ସେମାନଙ୍କର ତିନୋଟି ପ୍ରମୁଖ ଦାବି ଉପରେ ସର୍ବନିମ୍ନ ସହମତି ମୂଲ୍ୟ (MSP) ଗ୍ୟାରେଣ୍ଟି ଦେଇଥିବା ଆଇନ ଉପରେ କୌଣସି ସହମତି ହୋଇପାରି ନଥିଲା ।

ଅନ୍ୟପଟେ ଚାଷୀଙ୍କ ପ୍ରବଳ ବିରୋଧ ଦେଖିବାକୁ ମିଳିଛି । ଗୋଟେପଟେ ଚାଷୀଙ୍କ ଧାରଣା ଆରମ୍ଭ ହୋଇଥିବାବେଳେ ଅନ୍ୟପଟେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଛି । ଦିଲ୍ଲୀ ସୀମାରେ ଚାଷୀ ନିଜ ଟ୍ରାକ୍ଟର ଧରି ପହଞ୍ଚିଛନ୍ତି । ପ୍ରାୟ ୨୫୦୦ ଟ୍ରାକ୍ଟର ଏକାଠି ହୋଇଛି । ପୋଲିସ୍ ଫୋର୍ସ ବି କଡ଼ା ସୁରକ୍ଷାବଳୟ ଭିତରେ ମୁତୟନ ହୋଇଛନ୍ତି ।

ତ୍ରିସ୍ତରୀୟ ବ୍ୟାରିକେଡ୍ କରାଯାଇଥିବା ବେଳେ ଦିଲ୍ଲୀକୁ ଯେପରି କେହି ବି ବିକ୍ଷୋଭକାରୀ ପହଞ୍ଚିବେନି ସେ ନେଇ ବ୍ୟବସ୍ଥା ହୋଇଛି । ସେପଟେ ଏହାର ସିଧା ପ୍ରଭାବ ଦିଲ୍ଲୀ ଟ୍ରାଫିକ୍ ଉପରେ ପଡ଼ିଛି । ନୋଏଡ଼ା ରାସ୍ତାରେ ଲମ୍ବା ଲାଇନ୍ ଲାଗିଛି । ଦିଲ୍ଲୀ ମୁହାଁ ହୋଇଛନ୍ତି ପ୍ରାୟ ୨୦ ହଜାର ଚାଷୀ ।

ଏଥିପାଇଁ ଦିଲ୍ଲୀ ସୀମାକୁ ବିଭିନ୍ନ ସ୍ଥାନରେ ବନ୍ଦ କରିଦିଆଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଦିଲ୍ଲୀ-ଉତ୍ତପ୍ରଦେଶ ସୀମାରେ ୧୪୪ ଧାରି ଜାରି କରି ସୁରକ୍ଷା କଡାକଡି କରାଯାଇଛି । ଗତକାଲି କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ହୋଇଥିବା ଆଲୋଚନାରେ ସମାଧାନର ବାଟ ବାହାରିନି । MSP ଓ କୃଷି ଓ କୃଷକଙ୍କ ସୁରକ୍ଷା ନେଇ ଆଇନ୍ ଆଣିବାକୁ ଦାବି କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ।