Advertisment

ବଦଳିବ ରେଳ ଷ୍ଟେସନର ଚେହେରା...ମିଳିବ ବିମାନବନ୍ଦର ଭଳି ସୁବିଧା...ଜାଣନ୍ତୁ କ’ଣ ଏହି ଯୋଜନା

ଷ୍ଟେସନଗୁଡ଼ିକରେ ଚାଲୁଥିବା ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି । ଏଥିରେ ବିଭିନ୍ନ ଷ୍ଟେସନରେ ସୁବିଧା ବଢ଼ାଇବା ପାଇଁ ମାଷ୍ଟର ପ୍ଲାନ୍‌ ତିଆରି ହେବା ସହ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ ।

author-image
Sonali Ojha
ଅଦ୍ୟତନ ହୋଇଛି
Amrit Bharat Station Scheme

Amrit Bharat Station Scheme

ରେଳ ଭାରତର ଜୀବନ ରେଖା। ପ୍ରତିଦିନ ଲକ୍ଷାଧିକ ଲୋକ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରେଳ ଉପରେ ନିର୍ଭରଶୀଳ। ଦେଶରେ ସହରୀକରଣ ବୃଦ୍ଧି ସହ ମଧ୍ୟବିତ୍ତ ଶ୍ରେଣୀର ଚାହିଦା ଏବଂ ପର୍ଯ୍ୟଟନ ଆଦି ରେଳବାଇକୁ ପରିବର୍ତ୍ତନ ଦୌଡରେ ଅନ୍ତର୍ଭୁକ୍ତ କରିଛି। ବନ୍ଦେ ଭାରତ ଭଳି ଟ୍ରେନ୍ ରେଳ ଯାତ୍ରୀଙ୍କ ଧାରଣାକୁ ବଦଳାଇ ଦେଇଛି। ଏହି ବିଳାସପୂର୍ଣ୍ଣ ଟ୍ରେନ୍ ସହିତ ଷ୍ଟେସନଗୁଡ଼ିକୁ ବିଶ୍ୱ ସ୍ତରୀୟ କରିବା ଉପରେ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି। ଏହିପରି ଏକ ଯୋଜନା ହେଉଛି ଅମୃତ ଭରତ ଷ୍ଟେସନ୍ ସ୍କିମ୍।

Advertisment

ଅମୃତ ଭାରତ ଷ୍ଟେସନ ଯୋଜନାର ଭାରତୀୟ ରେଳ ନେଟୱାର୍କରେ ରେଳ ଷ୍ଟେସନକୁ ଉନ୍ନତ ତଥା ଆଧୁନିକୀକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୩ ଫେବୃଆରୀରେ ଅମୃତ ଭାରତ ଷ୍ଟେସନ ଯୋଜନା ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ୧୩୧୮ଟି ଷ୍ଟେସନର ନବୀକରଣ କରାଯିବ। ଷ୍ଟେସନଗୁଡିକର ଆଧୁନିକୀକରଣ, ଯାତ୍ରୀ ସୁବିଧାଗୁଡ଼ିକର ସମ୍ପ୍ରସାରଣ, ଯାତ୍ରୀମାନଙ୍କର ପରିଚାଳନା ଏବଂ ଉନ୍ନତ ସଙ୍କେତ ବ୍ୟବସ୍ଥା କରାଯିବ।

ଷ୍ଟେସନରେ କେଉଁ ସବୁ ପରିବର୍ତ୍ତନ ଆସିବ?

ଷ୍ଟେସନଗୁଡ଼ିକରେ ଚାଲୁଥିବା ବିକାଶ ପାଇଁ ଅମୃତ ଭାରତ ଷ୍ଟେସନ ଯୋଜନାରେ ଏକ ଦୀର୍ଘକାଳୀନ ଦୃଷ୍ଟିକୋଣ ରହିଛି । ଏଥିରେ ବିଭିନ୍ନ ଷ୍ଟେସନରେ ସୁବିଧା ବଢ଼ାଇବା ପାଇଁ ମାଷ୍ଟର ପ୍ଲାନ୍‌ ତିଆରି ହେବା ସହ ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ କରାଯିବ । ଏଥିରେ ଉନ୍ନତ ଷ୍ଟେସନ ଆକ୍ସେସିବିଲିଟି, ବିଶ୍ରାମ ଗୃହ, ଶୌଚାଳୟ, ଲିଫ୍ଟ ଏବଂ ଏକ୍ସାଲେଟର ସ୍ଥାପନ କରାଯିବ।

Advertisment

ଅଧିକ ପଢ଼ନ୍ତୁ: ପୁରୀରୁ ଅଯୋଧ୍ୟା ଗଡ଼ିବ ସ୍ୱତନ୍ତ୍ର ଟ୍ରେନ

ଯାତ୍ରୀଙ୍କ ପାଇଁ ମାଗଣା ୱାଇ-ଫାଇ ପ୍ରଦାନ, ‘ଗୋଟିଏ ଷ୍ଟେସନ ଗୋଟିଏ ଉତ୍ପାଦ’ ଭଳି ପଦକ୍ଷେପ ମାଧ୍ୟମରେ ସ୍ଥାନୀୟ ଉତ୍ପାଦ ବିକ୍ରି, ଯାତ୍ରୀଙ୍କୁ ସଠିକ ସୂଚନା ପ୍ରଦାନ, ଏକଜିକ୍ୟୁଟିଭ ଲାଉନ୍ସ, ବ୍ୟବସାୟ ସଭାଗୁଡ଼ିକ ପାଇଁ ନକ୍ସା ପ୍ରସ୍ତୁତ, ଲ୍ୟାଣ୍ଡସ୍କେପ୍‌ ଏବଂ ପ୍ରତ୍ୟେକ ଷ୍ଟେସନର ଆବଶ୍ୟକତା ଅନୁଯାୟୀ କ୍ୟାଟରିଂ ଆଦି ପ୍ରତିଷ୍ଠା କରାଯିବ।

ଏହି ଯୋଜନାରେ ଷ୍ଟେସନ ସଂରଚନାର ନବୀକରଣ, ଉଭୟ ପାଶ୍ୱର୍ରେ ଥିବା ସହର ଅଞ୍ଚଳ ସହିତ ଷ୍ଟେସନଗୁଡ଼ିକୁ ଏକୀକୃତ କରିବା, ମଲ୍ଟିମୋଡ଼ାଲ ସଂଯୋଗକୁ ପ୍ରୋତ୍ସାହିତ କରିବା, ଭିନ୍ନକ୍ଷମଙ୍କ ପାଇଁ ସୁବିଧା ଯୋଗାଇବା ଭଳି ସ୍ଥାୟୀ ବ୍ୟବସ୍ଥା କରାଯିବ। ଏଥି ସହ ‘ରୁଫ୍ ପ୍ଲାଜା’କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଏହି ଷ୍ଟେସନଗୁଡ଼ିକୁ ସହରର କେନ୍ଦ୍ରବିନ୍ଦୁରେ ପରିଣତ କରିବା । ବିମାନବନ୍ଦର ଭଳି ସମସ୍ତ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଏହି ଯୋଜନା ଅଧୀନରେ ୧୩୧୮ଟି ଷ୍ଟେସନର ନବୀକରଣ କାର୍ଯ୍ୟ ଚାଲିଛି। ଏଯାଏ ଆଦର୍ଶ ଷ୍ଟେସନ ସ୍କିମରେ ୧୨୫୧ଟି ଷ୍ଟେସନର ଉନ୍ନତିକରଣ କରାଯାଇଛି।

Indian Railway
Advertisment
Advertisment