• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଇଏ କି ବୟାନ ? କହିଲେ ହଜାର ହଜାର ସ୍ୱାମୀ ଗିରଫ ହେବେ । ମାତ୍ର ୫-୬ ମାସ ମଧ୍ୟରେ ହଜାର ହଜାର ସ୍ୱାମୀ ଗିରଫ ହେବେ । ତାଙ୍କର ଏଭଳି ବୟାନକୁ ସେଇ ଖୁବ୍‌ ଚର୍ଚ୍ଚା । କିଛି ସ୍ୱାମୀଙ୍କ ମନରେ ଛନକା ମଧ୍ୟ ପଶିଛି । ଆପଣଙ୍କ ମନରେ ବି ଏହା ଜାଣିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇସାରିଥିବ । ଆପଣ ଭାବୁଥିବେ ସ୍ୱାମୀ ହେବା କ’ଣ ଭୁଲ । ସ୍ୱାମୀ ମାନଙ୍କୁ କାହିଁକି ଅଚାନକ ଗିରଫ କରିବା କଥା କହିଲେ ଆସାମ ମୁଖ୍ୟମନ୍ତ୍ରୀ । 

ତେବେ ଆସନ୍ତୁ ଜାଣିବା ପୁରା କାହାଣୀ । ମୁଖ୍ୟମନ୍ତ୍ରୀ ସ୍ୱାମୀ ମାନଙ୍କୁ ଗିରଫ କରିବା କଥା କହିବା ସହ ଏହା ମଧ୍ୟ କହିଛନ୍ତି ଯେ, ଯେଉଁମାନେ ନିୟମ ଅନୁଯାୟୀ ନିର୍ଦ୍ଧାରିତ ବୟସ ସୀମା ପୂର୍ବରୁ ବିବାହ କରିଛନ୍ତି ସେମାନଙ୍କୁ ଗିରଫ କରାଯିବ । ବାଲ୍ୟ ବିବାହ ଓ ଅଳ୍ପ ବୟସରୁ ମାତୃତ୍ୱ ଲାଭ ପ୍ରଥା ରୋକିବାକୁ ଏଭଳି ପଦକ୍ଷେପ ନିଆଯାଉଥିବା କୁହାଯାଇଛି ।  

୧୪ ବର୍ଷରୁ କମ୍ ବୟସର ଝିଅମାନଙ୍କ ସହ ଯୌନ ସମ୍ପର୍କ ରଖିବା ଏକ ଅପରାଧ । ଏଭଳି ଘଟଣାରେ ଯେଉଁମାନେ ଲିପ୍ତ ଥିବେ ସେମାନଙ୍କୁ ଗିରଫ କରାଯିବ । ସେମାନେ ବୈଦିକ ରୀତିନିତିରେ ବିବାହ କରିଥିଲେ ମଧ୍ୟ ଏହାକୁ ଅପରାଧ ବୋଲି ଧରାଯିବ । ଯାହାଫଳରେ ହଜାର ହଜାର ସ୍ୱାମୀ ଗିରଫ ହେବେ । ଆଇନ ଅନୁଯାୟୀ ଜଣେ ମହିଳାଙ୍କ ବିବାହ ବୟସ ୧୮ । ଏହି ବୟସ ପୁର୍ବରୁ କୌଣସି ମହିଳାକୁ ଯଦି କେହି ବିବାହ କରିଥାନ୍ତି ତେବେ ଉକ୍ତ ସ୍ୱାମୀଙ୍କୁ ଗିରଫ କରାଯିବ । ଏମିତିକି ସେମାନଙ୍କୁ ଆଜୀବନ ଜେଲ ମଧ୍ୟ ହେବାର ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, କମ୍‌ ବୟସରୁ ମହିଳା ମାନେ ମାତୃତ୍ୱ ଲାଭ କଲେ ଛୁଆ ପ୍ରତି ବିପଦ ରହିଥାଏ । ଏମିତିକି ମାଆ ଓ ଛୁଆ ଉଭୟଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖାଦେଇଥାଏ । ଛୁଆ ସଠିକ୍‌ ଭାବେ ବିକଶିତ ହୋଇନଥାଏ । ମହିଳାମାନେ ମାତୃତ୍ୱ ଲାଭ କରିବା ପାଇଁ ୨୨ରୁ ୩୦ ବର୍ଷ ବୟସ ହେଉଛି ସଠିକ୍ ସମୟ । ଏହି ସମୟରେ ମାଆ ଓ ଛୁଆଙ୍କୁ ବିଶେଷ ବିପଦ ନଥାଏ ।