Advertisment

ପତ୍ନୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହାଭାରତର ‘କୃଷ୍ଣ’, କହିଲେ; ‘ପତ୍ନୀ ଦେଉଛନ୍ତି ମାନସିକ ନିର୍ଯାତନା’

ଅଭିନେତା ନୀତୀଣ ତାଙ୍କ ଆଇଏଏସ ପତ୍ନୀ ସସ୍ମିତା ଭରଦ୍ୱାଜଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛନ୍ତି। ନୀତୀଶଙ୍କୁ ତାଙ୍କ ପତ୍ନୀ ମାନସିକ ନିର୍ଯାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି।

author-image
Santosh Kumar Sahoo
Nitish Bharadwaj

Nitish Bharadwaj

ପୁଣି ଚର୍ଚ୍ଚାରେ ମହାଭାରତରେ ଶ୍ରୀକୃଷ୍ଣ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ନୀତୀଶ ଭରଦ୍ୱାଜ। ତେବେ ଏବେ ନିଜ ଅଭିନୟକୁ ନେଇ ନୁହେଁ ବରଂ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ନୀତୀଶ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଭିନେତା ନୀତୀଣ ତାଙ୍କ ଆଇଏଏସ ପତ୍ନୀ ସସ୍ମିତା ଭରଦ୍ୱାଜଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛନ୍ତି। ନୀତୀଶଙ୍କୁ ତାଙ୍କ ପତ୍ନୀ ମାନସିକ ନିର୍ଯାତନା ଦେଉଥିବାର ସେ ଅଭିଯୋଗ କରିଛନ୍ତି।

Advertisment

ସୂଚନା ଅନୁସାରେ ନୀତୀଶ ବୁଧବାର ଭୋପାଳ ପୋଲିସ କମିଶନର ହରିନାରାୟଣ ମିଶ୍ରଙ୍କ ସହାୟତା ଲୋଡ଼ିଛନ୍ତି। ନୀତୀଶ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ ପତ୍ରରେ ଲେଖିଛନ୍ତି କି, ସ୍ମିତାଙ୍କ ସହ ବିବାହ ପରେ ୨୦୧୯ରେ ମୁମ୍ବାଇ ଫ୍ୟାମିଲ କୋର୍ଟରେ ଛାଡ଼ପତ୍ର ଆବେଦନ କରିଥିଲେ। ସେମାନଙ୍କ ମାମଲା ଏବେ ବିଚାରାଧୀନ ରହିଛି। ତାଙ୍କ ପତ୍ନୀ କିନ୍ତୁ ତାଙ୍କ ଦୁଇ ଝିଅଙ୍କୁ ଦେଖା କରିବାକୁ ଦେଉନାହାଁନ୍ତି,ଏହା ସହ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ନୀତୀଶ ଭରଦ୍ୱାଜ । ଏହା ସହ ସେ ଯେପରି ତାଙ୍କ ଝିଅମାନଙ୍କୁ ଭେଟି ନ ପାରନ୍ତି ସେଥି ପାଇଁ ପତ୍ନୀ ସେମାନଙ୍କ ସ୍କୁଲ ମଧ୍ୟ ବଦଳାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ନୀତୀଶ ।

ତେବେ ଭୋପାଳ ପୋଲିସ ଅଭିନେତା ନୀତୀଶ ଭରଦ୍ୱାଜଙ୍କ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରିଥିବା ବେଳେ ନୀତୀଶଙ୍କୁ ଉଚିତ୍‌ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ଆଡସନାଲ୍‌ ଡିସିପି ଶାଲିନୀ ଦିକ୍ଷୀତଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି।

Advertisment

ସୂଚନା ଅନୁସାରେ ଅଭିନେତା ନୀତୀଶ ଭରଦ୍ୱାଜଙ୍କ ଏହା ହେଉଛି ଦ୍ୱିତୀୟ ବିବାହ। ସେ ୧୯୯୧ ମସିହାରେ ପ୍ରଥମ ବିବାହ କରିଥିଲେ। କିନ୍ତୁ କିଛି କାରଣ ପାଇଁ ୨୦୦୫ରେ ତାଙ୍କ ଛାଡ଼ପତ୍ର ହୋଇଥିଲା। ଏହାପରେ ନୀତୀଶ ୨୦୦୯ରେ ସ୍ମିତାଙ୍କୁ ବିବାହ କରିଥିଲେ। କିନ୍ତୁ କିନ୍ତୁ କ୍ରମଶଃ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାରୁ ଛାଡପତ୍ର ପାଇଁ ନୀତିଶ ୨୦୧୯ରେ ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ, ଯାହା ଏବେ ଯାଏଁ ତୁଟିନାହିଁ ।

Bollywood Actor Mahabharat
Advertisment
Advertisment