Advertisment

ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଲାଗିଲା ‘ଜୟ ଶ୍ରୀରାମ’ ନାରା, ରାଗିଲେ ଉଦୟାନିଧି ଷ୍ଟାଲିନ୍‌

ଉଦୟାନିଧି ‘X’ର ପୋଷ୍ଟ କରି ଲେଖିଛନ୍ତି କି ଭାରତ ନିଜର ଖେଳ ଭାବନା ଓ ଆତିଥ୍ୟ ପାଇଁ ପ୍ରସିଦ୍ଧ। ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ହୋଇଥିବା ବ୍ୟବହାର ନିମ୍ନ ସ୍ତରର ଏବଂ ଗ୍ରହଣୀୟ ନୁହେଁ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Udhayanidhi Stalin

Udhayanidhi Stalin

ବିଶ୍ୱକପ୍‌ରେ ଭାରତଠୁ ପୁଣି ହାରିଲା ପାକିସ୍ତାନ। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ବାବର ବାହିନୀଙ୍କୁ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ। ଗତକାଲି ଅହମ୍ମଦାବାଦରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ୭ ୱିକେଟେର ପରାସ୍ତ କରିଛି ଭାରତ। ବିଶ୍ୱକପ୍‌ର ଏହି ବଡ଼ ମ୍ୟାଚ୍‌ ଦେଖିବା ପାଇଁ ଏକ ଲକ୍ଷରୁ ଅଧିକ ଲୋକ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ତେବେ ଏହି ହାଇଭୋଲଟେଜ୍‌ ମ୍ୟାଚ ସମୟେର ଷ୍ଟାଡିୟମେର ଶୁଣିବାକୁ ମିଳିଥିଲା ଜୟ ଶ୍ରୀରାମ ନାରା । ଷ୍ଟାଡିୟମରେ କ୍ରିକେଟ ପ୍ରେମୀ ଦେଇଥିବା ଜୟ ଶ୍ରୀରାମ ନାରା ପାଇଁ ରାଗିଯାଇଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍। ଏହି ସ୍ଲୋଗାନ୍‌ ପାଇଁ ଆପତ୍ତି ସେ ଜଣାଇଛନ୍ତି। ଉଦୟନିଧି ‘X’ର ପୋଷ୍ଟ କରି ପ୍ରଶଂସକଙ୍କୁ ଟାର୍ଗେଟ କରି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ଉଦୟାନିଧି ‘X’ର ପୋଷ୍ଟ କରି ଲେଖିଛନ୍ତି କି ଭାରତ ନିଜର ଖେଳ ଭାବନା ଓ ଆତିଥ୍ୟ ପାଇଁ ପ୍ରସିଦ୍ଧ। ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପାକିସ୍ତାନୀ ଖେଳାଳିଙ୍କ ସହ ହୋଇଥିବା ବ୍ୟବହାର ନିମ୍ନ ସ୍ତରର ଏବଂ ଗ୍ରହଣୀୟ ନୁହେଁ । କ୍ରୀଡା ଦେଶ ମଧ୍ୟରେ ଏକତ୍ରିକରଣକାରୀ ଶକ୍ତି ହେବା ଉଚିତ୍। ଏହା ସହ ଖେଳ ମାଧ୍ୟମରେ ଭାଇଚାରାକୁ ପ୍ରୋତ୍ସାହିତ କରାଯିବା ଉଚିତ୍ । ଘୃଣା ବିସ୍ତାର କରିବା ପାଇଁ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିବା ନିନ୍ଦନୀୟ ବୋଲି କହିଛନ୍ତି ଉଦୟାନିଧି ଷ୍ଟାଲିନ୍‌ ।

Advertisment

ସୂଚନା ଅନୁସାରେ ଗତକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ୍‌ ମ୍ୟାଚ୍‌। ଏହି ମ୍ୟାଚ୍‌କୁ ୧ ଲକ୍ଷରୁ ଅଧିକ ପ୍ରଶଂସକ ଷ୍ଟାଡିୟମର ଦେଖିଥିଲେ। ମ୍ୟାଚ୍‌ ସମୟରେ ଷ୍ଟାଡୟମରେ ବହୁ ବାର ଶୁଣିବାକୁ ମିଳିଥିଲା ଜୟ ଶ୍ରୀରାମ ନାରା। ଏମିତି କି ଯେତେବେଳେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜୱାନ୍‌ ଆଉଟ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ ସେ ସମୟରେ ଦର୍ଶକ ବହୁତ ଜୋରରେ ଜୟ ଶ୍ରୀରାମ ନାରା ଦେଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା।

ମ୍ୟାଚ୍‌ କଥା କହିବା ତ ଅହମ୍ମଦାବାଦରେ ପାକିସ୍ତାନ, ଭାରତ ପାଖରୁ ୭ ୱିକେଟରେ ପରାସ୍ତ ହୋଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୪୨.୫ ଓଭରରେ ମାତ୍ର ୧୯୧ ରନ୍‌ରେ ଅଲଆଉଟ ହୋଇଥିଲା। ୧୯୨ ରନର ଜବାବରେ ଭାରତ ମାତ୍ର ୩୦.୩ ଓଭରରେ ଏହି ଟାର୍ଗେଟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ବିସ୍ଫୋରକ ୮୬ ରନ୍‌ ସ୍କୋର କରିଥିଲେ। ଏହି ମ୍ୟାଚରେ ବିଜୟ ସହ ଦିନିକିଆ ବିଶ୍ୱକପ୍‌ ଇତିହାସରେ ପାକିସ୍ତାନକୁ ଲଗାତର ଆଠ ଥର ପରାସ୍ତ କରିଛି।

India 2023 Men's World Cup India Vs Pakistan
Advertisment
Advertisment