/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672218901.jpg)
Pamban Bridge
ନୂଆ ଷ୍ଟାଇଲ୍ରେ ତିଆରି ହେବ ବହୁ ଚର୍ଚ୍ଚିତ ପାମ୍ବନ ବ୍ରିଜ୍ । ପର୍ଯ୍ୟଟକଙ୍କୁ ନୂଆ ରୂପରେ ସ୍ୱାଗତ କରିବ ପାମ୍ବନ । ବ୍ରିଜ୍କୁ ଏକ ନୂଆ ଟେକ୍ନୋଲୋଜିରେ କରାଯିବ ପ୍ରସ୍ତୁତ । ଯାହାକି ଟ୍ରେନ୍ ଯିବାବେଳେ ତଳେ ଥିବ । ଆଉ ଟ୍ରେନ୍ ଗଲା ପରେ ଉପରକୁ ଉଠିବ ବ୍ରିଜ୍ ।
ବଦଳିବ ପାମ୍ବନ ରେଲେଓ୍ୱ ବ୍ରିଜର ରୂପରେଖ । ପ୍ରଥମ ଥର ପାଇଁ ଭାରତରେ ରେଲେଓ୍ୱ ବ୍ରିଜ ଉପରକୁ ଉଠିବ । ସମୁଦ୍ର ଉପରେ ତିଆରି ଚାଲିଥିବା ନୂଆ ବ୍ରିଜରେ ୧୦୦ଟି ସ୍ପାନ ରହିବ । ଏଥିରୁ ୯୯ଟି ସ୍ପାନ୍ ୧୮.୩ ମିଟର ଲମ୍ବର ହୋଇଥିବା ବେଳେ ଆଉ ଏକ ସ୍ପାନର ଲମ୍ବ ୭୨.୫ ମିଟର ରହିବ । ଏହି ୭୨.୫ ମିଟର ଲମ୍ବର ସ୍ପାନ ଉପରକୁ ଉଠିବ । ଏହାଫଳରେ ବ୍ରିଜ ତଳେ ଜାହାଜ ଗୁଡିକ ଯାଇପାରିବ ।
ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଅତ୍ୟାଧୁନିକ ରେଲୱେ ବ୍ରିଜର ନିର୍ମାଣ କାମ ସରିବ । ରେଳ ବିକାଶ ନିଗମ ଲିମିଟେଡ ପକ୍ଷରୁ ସମୁଦ୍ର ଉପରେ ତିଆରି ହେଉଥିବା ବ୍ରିଜର ଲମ୍ବ ୨ କିଲୋମିଟର ୫୦ ସେମି ରହିଛି । ଏଥିପାଇଁ ବ୍ୟୟ ଅଟକଳ ରହିଛି ୫୩୫ କୋଟି ଟଙ୍କା । ତାମିଲନାଡୁର ରାମେଶ୍ୱରମ୍ ସହ ପାମ୍ବନକୁ ସଂଯୋଗ କରୁଥିବା ଏହି ବ୍ରିଜରେ ଏ୍ୟତିହ୍ୟ ସହ ଅତ୍ୟାଧୁନିକ କାରିଗରୀର ସମନ୍ୱୟ ଦେଖିବାକୁ ମିଳିବ । ଆମେରିକାର ହାଥ୍ରୋନ୍ ବ୍ରିଜ୍, ଅଷ୍ଟ୍ରେଲିଆର ରାଇଡ୍ ବ୍ରିଜ୍ ଓ ଫ୍ରାନ୍ସର ଜ୍ୟାକସ୍ ବ୍ରିଜ ଢାଞ୍ଚାରେ ଏହି ବ୍ରିଜ୍ ନିର୍ମାଣ ଚାଲିଛି । ପୂର୍ବରୁ ୧୯୧୪ ମସିହାରେ ସମୁଦ୍ର ଉପରେ ପାମ୍ବନ ବ୍ରିଜ ତିଆରି ହୋଇଥିଲା ।
Heritage meets technology.#PambanBridge connecting Rameswaram. pic.twitter.com/nN0evsefUV
— Ashwini Vaishnaw (@AshwiniVaishnaw) December 28, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)