Advertisment

ବେଙ୍ଗଳୁରୁରେ ପାଣି ପାଇଁ ହାହାକାର ସ୍ଥିତି, ଗାଡ଼ି-ଘର ଧୋଇବା ମନା

ସିଲିକନ୍ ସିଟି ବେଙ୍ଗଳୁରୁରେ ପାଣି ପାଇଁ ହାହାକାର। ସକାଳ ହେଲା ମାତ୍ରେ କାମ ଧନ୍ଦା ଛାଡ଼ି ଲୋକଙ୍କ କେବଳ ଗୋଟିଏ ଚିନ୍ତା, ପାଣି। କୂଅ କଥା ଛାଡନ୍ତୁ, ଡିପ୍ ବୋରୱେଲ୍ ମଧ୍ୟ ଶୁଖିଲା।

author-image
Santosh Kumar Sahoo
undefined

Water Crisis

ପାଣି ପାଇଁ ଡହଳ ବିକଳ ଆଇଟି ସିଟି ବେଙ୍ଗଳୁରୁ। ପାଣିର ଏତେ ଅଭାବ ଯେ, ଲୋକେ ଗାଧୁଆ ପାଧୁଆ ବି କରୁନାହାନ୍ତି। ଚାରି ପାଞ୍ଚ ଦିନରେ ଥରେ ଗାଧୋଉଛନ୍ତି। ୪-୫ ମାସ ହେଲା ବର୍ଷା ହୋଇନଥିବାରୁ ପାଣି ସତେ ଯେମିତି ସିଧା ପାତାଳକୁ ପଳାଇଛି। ଲୋକଙ୍କୁ କେବଳ ଟ୍ୟାଙ୍କର୍ ହିଁ ଭରସା। ତାହା ବି ସମୁଦ୍ରକୁ ଶଙ୍ଖେ। କୁହାଯାଉଛି- ଜୁନ୍ ଜୁଲାଇ ପୂର୍ବରୁ ସ୍ଥିତି ସୁଧୁରିବାର ନାହିଁ।

Advertisment

ସିଲିକନ୍ ସିଟି ବେଙ୍ଗଳୁରୁରେ ପାଣି ପାଇଁ ହାହାକାର। ସକାଳ ହେଲା ମାତ୍ରେ କାମ ଧନ୍ଦା ଛାଡ଼ି ଲୋକଙ୍କ କେବଳ ଗୋଟିଏ ଚିନ୍ତା, ପାଣି। କୂଅ କଥା ଛାଡନ୍ତୁ, ଡିପ୍ ବୋରୱେଲ୍ ମଧ୍ୟ ଶୁଖିଲା। ଲାଗୁଛି ପାଣି ପାତାଳକୁ ପଳାଇ ଯାଇଛି। ଭୋର୍ ହେଉ ହେଉ ବାଲଟି ଗରା ଧରି ଟ୍ୟାପ୍ ଆଗରେ ଲୋକଙ୍କ ଲମ୍ବା ଲାଇନ। କାହାକୁ ମିଳୁଛି, କାହାକୁ ନାହିଁ। ଟ୍ୟାଙ୍କର୍ ଆସୁଛି ଯେ, ସେଇଟା ବି ଯଥେଷ୍ଟ ନୁହେଁ। ସ୍ଥିତି ଏମିତି ଯେ, ବାକି କଥା ଛାଡନ୍ତୁ ରୋଷେଇ, ଗାଧୁଆ ଓ ଶୌଚ ପାଇଁ ପାଣିର ଅଭାବ। କେଉଁଠୁ କେଉଁଠି ଲୋକେ ତ ପାଞ୍ଚ ସାତ ଦିନରେ ଥରେ ଲେଖାଏଁ ଗାଧୋଉଛନ୍ତି। ଗାଡ଼ି, ଘର ଧୋଇବା ପୁରା ମନା। ଚାକିରିଆ ବିଶେଷ କରି ସଫଟୱେର ଇଂଜିନିୟରରଙ୍କୁ କୁହାଯାଇଛି, ଆଉ ୱାର୍କ ଫର୍ମ ହୋମ୍ ନୁହେଁ, ସିଧା ନିଜ ନିଜ ଘରକୁ ପଳାଅ। ସେଠୁ ଅନଲାଇନରେ କାମ କର।

ବେଙ୍ଗଳୁରୁରେ ଚାରି ମାସ ହେଲା ଆଦୌ ବର୍ଷା ହୋଇନାହିଁ। ତେଣୁ କୂଅ, ହ୍ରଦ, ପୋଖରୀ, ବୋରୱେଲ, ସବୁ ଜଳାଶୟ ଶୁଖିଲା। ବେଙ୍ଗଳୁରୁକୁ ଦୈନିକ ଦରକାର ୨୧ ହଜାର ମିଲିୟନ ଲିଟର ପାଣି। କାବେରୀ ନଦୀରୁ ଆସୁଛି ୧୪୫୦ ମିଲିୟନ ଲିଟର। ବାକି ପାଣି ଭରଣା ବୋରୱେଲରୁ ହୋଇଥାଏ। କିନ୍ତୁ ଏହା ଶୁଖିଲା ପଡ଼ିଥିବାରୁ ଏହି ସମସ୍ୟା। ଅଭିଯୋଗ ହେଉଛି-ବିକାଶ ନାଁରେ ବିଗତ ବର୍ଷରେ ସରକାର କେବଳ ଆପାର୍ଟମେଣ୍ଟ ତିଆରିରେ ଲାଗିଲେ। କିନ୍ତୁ ପାଣି ପାଇଁ କୌଣସି ଦୀର୍ଘ ମିଆଦୀ ଯୋଜନା ହୋଇନି। ତେଣୁ ଆଜି ଏହି ଅବସ୍ଥା ଭୋଗିବାକୁ ପଡ଼ୁଛି।

Advertisment

ବର୍ଷକ ତଳେ ସହରୀ ବନ୍ୟାରେ ଭାସିଥିଲା ବେଙ୍ଗଳୁରୁ। ଏବେ କିନ୍ତୁ ବୁନ୍ଦାଏ ବୁନ୍ଦାଏ ପାଣି ପାଇଁ ହାହାକାର। ପାଣି ଅଭାବ ପାଇଁ ଏ ଇ ସିଜିନରେ ବେଙ୍ଗଳୁରୁରେ ଆଇପିଏଲ ମ୍ୟାଚ ହୋଇ ନ ପାରେ।

Water Crisis Water Scarcity
Advertisment
Advertisment