• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତିହାର ଜେଲରେ ଆପ୍ ମନ୍ତ୍ରୀ ସତେନ୍ଦ୍ର ଜୈନଙ୍କ ଭିଡିଓ ଭାଇରାଲ୍ ମାମଲାରେ ବଡ଼ ଟ୍ୱିଷ୍ଟ । ସତେନ୍ଦ୍ରଙ୍କୁ ମାଲିସ୍ କରୁଥିବା ବ୍ୟକ୍ତି ଜଣକ ହେଲେ ଦୁଷ୍କର୍ମ ଅଭିଯୁକ୍ତ । ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ହେବା ପରେ ଏବେ ଏହାକୁ ନେଇ ତମ୍ବିତୁଫାନ । ତିହାର ଜେଲରେ କଏଦୀ ଭାବେ ସଜ୍ଜା କାଟୁଥିବା ସତେନ୍ଦ୍ରଙ୍କୁ ସେହି ଜେଲରେ ବନ୍ଦୀ ଥିବା ଦୁଷ୍କର୍ମ ଅଭିଯୁକ୍ତ ମାଲିସ୍ ଦେଉଥିଲା । ରିଙ୍କୁ ନାମରେ ଏହି ଅଭିଯୁକ୍ତ ପୋକ୍ସୋ ଆକ୍ଟରେ ଜେଲରେ ସଜ୍ଜା କାଟୁଛି ।

ଅଧିକ ପଢ଼ନ୍ତୁ: ଇଏ ଜେଲ୍‌ ନା ମସାଜ୍‌ ସେଣ୍ଟର ! ମନ୍ତ୍ରୀଙ୍କୁ ଚାଲିଛି ଘଷାମୋଡ଼ା,ଭିଡିଓ ଭାଇରାଲ..

ଏଭଳି ସଙ୍ଗୀନ ଅଭିଯୋଗରେ କଏଦୀ ଥିବା ବ୍ୟକ୍ତି କିପରି ସତେନ୍ଦ୍ରଙ୍କ ପାଖକୁ ଗଲା, ଏତେ ନିକଟତର ହେଲା ତାକୁ ନେଇ ଆପ୍ ସରକାରଙ୍କୁ ଘେରିଛନ୍ତି ବିଜେପି ଓ କଂଗ୍ରେସ । ଖାଲି ଏତିକି ନୁହେଁ, ଏହାପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଫିଜିଓଥେରାପିଷ୍ଟ କହିଥିଲା ଆପ୍‌ । ଖୋଦ୍ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏନେଇ ପ୍ରତିକ୍ରିୟା ରଖିଥିଲେ । ସତେନ୍ଦ୍ରଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ଫିଜିଓଥେରାପି ଦିଆଯାଉଥିବା ସେ କହିଥିଲେ । ଆଉ ଏହି ପ୍ରସଙ୍ଗକୁ ପୁଣି ଥରେ ଉଠାଇ ଆପ୍ ଉପରେ ବର୍ଷିଛି ବିଜେପି । ଅନ୍ୟପଟେ ଏହି ଘଟଣାକୁ ନେଇ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ମିଳିପାରିନି ।

ସୂଚନାଯୋଗ୍ୟ ଗତ ନଭେମ୍ବର ୧୯ ତାରିଖରେ ତିହାର ଜେଲ ଭିତରେ ଦିଲ୍ଲୀର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମାଲିସ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଅର୍ଥ ହେରଫେର ମାମଲାରେ ଗିରଫ ହୋଇ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏବେ ତିହାର ଜେଲରେ ରହିଛନ୍ତି । କିନ୍ତୁ ତାଙ୍କୁ ଯେପରି ସୁବିଧା ସୁଯୋଗ ମିଳୁଛି, ତାହା ଦେଖିଲେ ଆପଣ ତାଜୁବ ହୋଇଯିବେ । ପଞ୍ଚତାରକା ହୋଟେଲ ଭଳି ତାଙ୍କୁ ମିଳୁଛି ସୁବିଧା ସୁଯୋଗ ।