• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

୨୦୨୦ ଜାନୁଆରୀ ୨୦ ବ୍ରହ୍ମପୁର ଗୋଳନ୍ଥରା ଥାନାକୁ ନ୍ୟାୟ ପାଇଁ ଆସି ନିଜକୁ ଜାଳିଦେଲେ ସନ୍ତୋଷ ସାମନ୍ତରା । ୨୦୨୦ ଫେବ୍ରୁଆରୀ ୧୨ ଅନ୍ୟାୟର ପ୍ରତିବାଦ କରି ବ୍ରହ୍ମପୁର ଏସପି ଅଫିସ ପରିସରରେ ନିଜ ଦେହରେ ନିଆଁ ଲଗାଇ ଆଖିବୁଜିଦେଲେ ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ର । ଆଉ ଗତକାଲି ଗଞ୍ଜାମ ଏସପି ଅଫିସ ସାମ୍ନାରେ ଦେହରେ ପେଟ୍ରୋଲ ଢାଳି ଜଳିଗଲେ ରମ୍ଭା ଥାନା ବୋରିଗାଁର ୨୬ ବର୍ଷୀୟ ଯୁବକ ବାଦଲ ସାହୁ ।

ଗଲା ୨ ବର୍ଷ ଭିତରେ ଏମିତି ତିନି-ତିନିଟି ଘଟଣାକୁ ନେଇ ଉଠିଛି ପ୍ରଶ୍ନ । କୁହାଯାଉଛି, ଗ୍ରାମବାସୀଙ୍କ ଦ୍ୱାରା ଏକଘରିକିଆ ହୋଇ ସାମାଜିକ ବାସନ୍ଦର ଶିକାର ହୋଇଥିଲେ ବାଦଲଙ୍କ ପରିବାର । ପୂର୍ବରୁ ଏନେଇ ତାଙ୍କ ପରିବାର ରମ୍ଭା ଥାନାରେ ଅଭିଯୋଗ ବି କରିଥିଲେ । ବାରମ୍ବାର ଥାନାକୁ ଦୌଡ୍ ଦୌଡି ନିରାଶ ହେବା ପରେ ଗତକାଲି ଏସପି ଅଫିସ ଆଗରେ ଏଭଳି ଚରମ ପଦକ୍ଷେପ ନେଇଥିଲେ ବାଦଲ ।

ଗାଁ ଲୋକଙ୍କୁ ଗାଳିଗୁଲଜ ନେଇ ବାଦଲଙ୍କ ବିରୋଧରେ ଗାଁ ଲୋକ ଗତ ଏପ୍ରିଲ ୨୪ରେ ହୁମା ଫାଣ୍ଡିରେ ଏତଲା ଦେଇଥିଲେ । ପୋଲିସ ଏ ମାମଲାରେ ତାଙ୍କୁ ତାଗିଦ କରି ପରେ ପିଆର ବଣ୍ଡରେ ଛାଡ଼ି ଦେଇଥିଲା । ତେବେ ବାଦଲଙ୍କ ପରିବାର ଗାଁ ମୁରବୀଙ୍କ ବିରୋଧରେ ଆଣିଛନ୍ତି ସାଙ୍ଘାତିକ ଆରୋପ । ଗାଁ ଲୋକ ବର୍ଷ ବର୍ଷ ଧରି ତାଙ୍କ ପରିବାରକୁ ଖାଲି ନିଆଁ ପାଣି ବାସନ୍ଦ କରନଥିଲେ, ସେମାନଙ୍କ ନାଁରେ ଥାନାରେ ଏତଲା ଦେଇଥିବାରୁ ହତ୍ୟା ଧମକ ବି ଦେଇଥିବା କହିଛନ୍ତି ବାଦଲଙ୍କ ସାନ ଭାଇ । ମାତ୍ର ପୋଲିସ ପାଖରେ ଏ ନେଇ କିଛି ସୂଚନା ନଥିବା କହିଛନ୍ତି ଗଞ୍ଜାମ ଏସପି ।

ପୁରା ଘଟଣାକୁ ଦେଖିଲେ ବିବାଦ ସମାଧାନ ନେଇ ପୋଲିସ ସେତେଟା ତତ୍ପର ନଥିବା ସ୍ପଷ୍ଟ ହେଉଛି ।