/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652702746.jpg)
nata mandap
ନାଟ ମଣ୍ଡପ ଉପରେ ଚଢ଼ିଗଲେ ଯୁବକ । ଯୁବକ ଜଣକ କୋଲକାତା ବେଲଡଙ୍ଗା ଅଞ୍ଚଳର ବୋଲି ସୂଚନା ମିଳିଛି । ବର୍ତ୍ତମାନ ଯୁବକ ଜଣକଙ୍କୁ ସିଂହଦ୍ୱାର ଥାନା ପୋଲସ୍ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛନ୍ତି ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଧୁକୁଡ଼ି ଦ୍ୱାରରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଚାହୁଁଥିଲେ, ହେଲେ ତାଙ୍କୁ ସେଥିରେ ବାଧା ଦେଇଥିଲେ ସେବାୟତ ।
ପରବର୍ତ୍ତୀ ସମୟରେ ଘଣ୍ଟି ଦ୍ୱାର ପାଖକୁ ଆସି ସେ ନାଟ ମଣ୍ଡପରେ ପାଖରେ ଜଗମୋହନ ଆଡ଼କୁ ଅଗ୍ରସର ହେଉଥିଲେ । ଆଉ ସେତିକିବେଳେ ତାଙ୍କୁ ଚୂନରା ସେବାୟତ, ଅଗ୍ନିଶମ ବିଭାଗ ଓ ପୋଲିସ ଦେଖି ନେଇଥିଲେ । ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । ତେବେ ସିଂହଦ୍ୱାର ଥାନାରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତାଙ୍କ ମାନସିକ ଅବସ୍ଥା ଠିକ୍ ନଥିବା ସନ୍ଦେହ କରାଯାଉଛି । ସେ ବାରମ୍ବାର ଭଗବାନଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଛି । ଏହାସହ ସେ ତାଙ୍କ ପରିବାର ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି।
ସେପଟେ ଅଳ୍ପ ଦିନ ଭିତରେ ଏହା ତୃତୀୟ ଘଟଣା ହୋଇଥିବାରୁ ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ। ଉଠିଛି । ଗତ କିଛି ଦିନ ତଳେ ଜଣେ ଶ୍ରୀମନ୍ଦିର ଗୁମୁଟ ଉପରୁ ତଳକୁ ଡେଇଁ ଜଣେ କିନ୍ନର ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା ଉଦ୍ୟମ କରିବାର ତୁରନ୍ତ ପରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସେହିପରି କିଛିଦିନ ପୂର୍ବେ ଶ୍ରୀମନ୍ଦିର ରୋଷ ଘରେ ପଶି ଚୁଲି ଭଙ୍ଗା ଘଟଣା ଆଉ ତା’ପରେ ସିଂହଦ୍ଵାର ଗୁମୁଟରୁ ଜଣେ କିନ୍ନରଙ୍କ ଆତ୍ମହତ୍ୟା ଘଟଣା ଓ ଏବେ ନାଟମଣ୍ଡପରେ ବଙ୍ଗୀୟ ଯୁବକ ଚଢିବା ଘଟଣା ଶ୍ରୀମନ୍ଦିର ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)