/odishatv-khabar/media/post_attachments/uploadimage/library/16_9/16_9_0/death_1667881600.jpg)
death
ମୀନାବଜାର ଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ତୁରେକେଲାରେ । ଗତକାଲି ବିଲମ୍ବିତ ରାତିରେ ଦେବରାଜ ସାହୁ ନାମକ ଯୁବକ ଦୋଳିରେ ବସିଥିଲେ । ତାଙ୍କୁ ୩୮ବର୍ଷ, ସେ ଜଣେ କୁକୁଡ଼ା ବ୍ୟବସାୟୀ ଥିଲେ ।ହେଲେ କୌଣସି କାରଣରୁ ସେ ପଡ଼ି ଯାଇଥିଲେ । ଆକାଶ ଦୋଳିରୁ ପଡ଼ିଯିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ପୋଲିସ୍ ମାମଲାକୁ ନେଇ ତଦନ୍ତ କରୁଛି । ଘଟଣାକୁ ନେଇ ଦୋଳି ଚଲାଇଥିବା ଓ ମୀନାବଜାର କର୍ମକତ୍ତାଙ୍କ ମଧ୍ୟରୁ ତିନି ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ୍ ।
ସୂଚନାଯୋଗ୍ୟ ଗତ କିଛି ଦିନ ହେଲା ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମୀନାବଜାର ପଡିଛି । ସେଠାରେ ଆକାଶ ଦୋଳି ସହ ଅନେକ ଦୋଳି ଓ ଦୋକାନବଜାର ପଡ଼ିଛି । ଗତକାଲି ରାତିରେ ଦେବରାଜ ଆକାଶ ଦୋଳିରେ ବସି ଝୁଲୁଥିଲେ । ହେଲେ ହଠାତ୍ ସେ ତଳେ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବରାଜଙ୍କ ମୃତ୍ୟୁ ପରେ ଘରେ ଶୋକର ଛାୟା ଖେଳିଯାଇଛି ।
ଦେବରାଜ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କୁ ପରିବାରକୁ ଆର୍ଥିକ ସହୟୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଦେବରାଜ କିପରି ଦୋଳିରୁ ଖସିଲେ ପୋଲିସ ତାର ତଦନ୍ତ କରୁଛି । ତୁରେକେଲା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)